ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଗିରଫ ହେଲା ବହୁ ଚର୍ଚ୍ଚିତ ଡବଲ ମର୍ଡର ଘଟଣାର ଅଭିଯୁକ୍ତ, ଏକତରଫା ପ୍ରେମ ପାଇଁ ଭିଆଇଥିଲା ନାରକୀୟ କାଣ୍ଡ

ସୁନ୍ଦରଗଡ଼, ୨୧।୭: ଏକତରଫା ପ୍ରେମ ପାଇଁ ଡବଲ ମର୍ଡର । ଗିରଫ ହେଲା ବହୁ ଚର୍ଚ୍ଚିତ ଡବଲ ମର୍ଡର ଘଟଣାର ଅଭିଯୁକ୍ତ । ଅଭିଯୁକ୍ତକୁ ଗିରଫ କରିଛି କୁତ୍ରା ପୋଲିସ । ଏକତରଫା ପ୍ରେମ ପାଇଁ ଡ୍ରାଇଭର ଭିଆଇଥିଲା ଏଭଳି ନାରକୀୟ କାଣ୍ଡ । ଗତ ୧୪ ତାରିଖ ରାତିରେ କୁତ୍ରା ଥାନା ତୁନମୁରା ପଞ୍ଚାୟତ କାଶିପଡ଼ାରେ ହୋଇଥିଲା ଏହି ଡବଲ ମର୍ଡର । ମୃତକ ଦୁହେଁ ଦୁଇ ସହ ପାଠୀ ଥିଲେ । ହତ୍ୟାର ଶିକାର ହୋଇଥିଲେ ୨୪ ବର୍ଷୀୟ ପ୍ରତାପ ଲାକ୍ରା ଓ ୨୨ ବର୍ଷୀୟ ଲିପସା କେରକେଟା । ହତ୍ୟାକାଣ୍ଡ ପରେ ଲିପସାଙ୍କ କାର୍ ଡ୍ରାଇଭର ରାଜୁ ନାଗ ଫେରାର ହୋଇଯାଇଥିଲା । 

ରବିବାର କୁତ୍ରା ପୋଲିସ ସ୍ଥାନୀୟ ଜଉରମାଲ ଜଙ୍ଗଲ ନିକଟରୁ ରାଜୁକୁ ଗିରଫ କରିଥିବା ନେଇ ସୂଚନା ଦେଇଛନ୍ତି କୁତ୍ରା ଥାନା ଅଧିକାରୀ । ପ୍ରତାପ ଓ ଲିପସା ଏମବିଏ ପାଠ ପଢ଼ୁଥିବା ବେଳେ ଗତ ୧୩ ତାରିଖରେ ଏକ କମ୍ପାନୀରୁ ଇଣ୍ଟରଭିୟୁ ଦେଇ ସାରି ଘରକୁ ଫେରିଥିଲେ । ପରେ ପ୍ରତାପଙ୍କ ବାଇକ ଷ୍ଟାର୍ଟ ନହେବାରୁ ସେ ଲିପସାଙ୍କ ଘରେ ରହିଯାଇଥିଲେ । ତେବେ ଏକତରଫା ଭାବେ ଡ୍ରାଇଭର ରାଜୁ ନାଗ ଲିପସାଙ୍କୁ ଭଲପାଇ ଆସୁଥିବା ବେଳେ ଲିପସାଙ୍କ ସହପାଠୀଙ୍କୁ ଘରେ ଦେଖି ସେ କ୍ରୋଧାନ୍ଵିତ ହୋଇଥିଲେ । ପରେ ଯୋଜନାବଦ୍ଧ ଭାବେ ରାତିରେ ଦୁହିଁଙ୍କୁ ହତ୍ୟା କରି ଫେରାର ହୋଇଯାଇଥିଲା ରାଜୁ । ହତ୍ୟା କରି ଫେରାର ଥିବା ରାଜୁ ଦୀର୍ଘ ଏକ ସପ୍ତାହ ଧରି କେଉଁଠି ଥିଲା, କାହା ଘରେ ଲୁଚିଥିଲା ? ଏ ସବୁର ତଦନ୍ତ କରୁଛି କୁତ୍ରା ଥାନା ପୋଲିସ । 

ସୂଚନାନୁସାରେ, କାଶିପଡ଼ାର ଜନ କେରକେଟାଙ୍କ ଗାଡ଼ି ଚାଳକ ଭାବେ ଅଭିଯୁକ୍ତ ରାଜୁ କାମ କରୁଥିଲା । ଏହାରି ଭିତରେ ସେ ଜନଙ୍କ ଏକମାତ୍ର ଝିଅ ଲିପ୍ସାଙ୍କୁ ଏକତରଫା ପ୍ରେମ କରୁଥିଲା । ଗତ ୧୪ ତାରିଖ ରାତି ପ୍ରାୟ ୧୦ଟା ସମୟରେ ରାଜୁ ଜନଙ୍କ   ଘରେ ପହଞ୍ଚି ଲିପ୍ସାକୁ ତା ସହ ନେଇଯିବାକୁ ଲିପ୍ସାଙ୍କ ବାପା ଓ ମା'କୁ ଜଣାଇଥିଲା । ଏନେଇ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପରେ ଉତ୍ତେଜିତ ହୋଇ ଲିପ୍ସାକୁ ସାଙ୍ଗରେ ଆଣିଥିବା ଭୁଜାଲିରେ ବାରମ୍ବାର ଭୁସି ହତ୍ୟା କରିଥିଲା । ବାପା, ମା' ରାଜୁ ହାତରୁ ଭୁଜାଲି ଛଡ଼ାଇବାକୁ ଚେଷ୍ଟା କରିବା ପରେ ମଧ୍ୟ ଛଡ଼ାଇ ପାରିନଥିଲେ । 

ଅନ୍ୟପକ୍ଷରେ ସେତେବେଳେ ସେଠାରେ ଉପସ୍ଥିତ ଥିଲେ ଲିପ୍ସାଙ୍କ ସହପାଠୀ ପ୍ରତାପ ଲାକ୍ରା । ପ୍ରତାପ ମଧ୍ୟ ଭୁଜାଲି ଛଡ଼ାଇବାକୁ ଚେଷ୍ଟା କରିବା ସମୟରେ ତାଙ୍କୁ ରାଜୁ ଗୋଡ଼ାଇ ଗୋଡ଼ାଇ ଭୁଜାଲି ଭୁସିଥିଲା । ଉଭୟଙ୍କୁ ଗୁରୁତର ଆହତ ଅବସ୍ଥାରେ କୁତ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିବା ବେଳେ ଏଠାରେ ଲିପ୍ସାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ପ୍ରତାପଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ଘଟାଇବା ପରେ ଅଭିଯୁକ୍ତ ରାଜୁ ସପ୍ତାହେ ଧରି ଫେରାର ଥିଲା । ପୋଲିସର ୨ଟି ଟିମ୍ ଗଠନ କରି ଅଭିଯୁକ୍ତକୁ ଗିରଫ କରିବା ପାଇଁ ପ୍ରୟାସ କରୁଥିବା ବେଳେ ଗତକାଲି ସନ୍ଧ୍ୟାରେ ରାଜଗାଙ୍ଗପୁର ବ୍ଲକ୍ ଜଉରୁମାଲ ଜଙ୍ଗଲରୁ ଧରିଥିବା ନେଇ ଏସଡିପିଓ ଅଭିଷେକ ପାଣିଗ୍ରାହୀ ସାମ୍ୱାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଅଭିଯୁକ୍ତ ହତ୍ୟା ସମୟରେ ବ୍ୟବହାର କରିଥିବା ଭୁଜାଲି, ପିନ୍ଧିଥିବା ରକ୍ତ ରକ୍ତ ଭିଜା ଟି-ସାର୍ଟ ଓ ଚପଲ ଜବତ କରିଛି ପୋଲିସ ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.