ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ମୋ' ସ୍ୱାମୀ ମତେ ଧୋକା ଦେଇଛନ୍ତି...ମୁଁ ନିଜକୁ ସମ୍ଭାଳି ପାରୁନି, ଯାହା ହେବ ମମି ମତେ କ୍ଷମା କରିଦେବୁ...

ଭୁବନେଶ୍ୱର୨୫/୦୭: ସ୍ୱାମୀଙ୍କ  ନିର୍ଯାତନା ସହି ନ ପାରି ଜଣେ ସାମ୍ବାଦିକା  ଟ୍ରେନ୍‌ ଆଗକୁ ଡେଇଁ ପଡିଥିବା ସନ୍ଦେହ କରାଯାଉଛି ।  ସାମ୍ବାଦିକା ଜଣଙ୍କ ହେଲେ ମଧୁସ୍ମିତା ପରିଡ଼ା ।  ରେଳବାଇ ପୁଲିସ୍‌ ଖଣ୍ଡବିଖଣ୍ଡିତ ମୃତଦେହ  ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।  ମୃତ୍ୟୁ ପୂର୍ବରୁ ମଧୁସ୍ମିତା ସୋସିଆଲ୍‌  ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଉକ୍ତ  ଭିଡିଓରେ ସେ ତାଙ୍କ ସ୍ୱାମୀ ଶ୍ରୀଧର ଜେନାଙ୍କ  ନିର୍ଯାତନା ବିଷୟରେ ଜଣାଇଛନ୍ତି । ତାହା ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ।  ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ  କରିଛନ୍ତି । ନିଜ ସ୍ୱାମୀଙ୍କ ଅନୈତିକ ପ୍ରେମ  କଥା ଜାଣିବା ପରେ ସେ ଏମିତି କରିଥିବା  ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

ମଧୁସ୍ମିତାଙ୍କ ଟ୍ରେନ୍‌ ଲାଇନ୍‌କୁ ଡେଇଁବା ପୂର୍ବରୁ ସୋସିଅଲ୍‌ ମିଡିଆ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ସାଢ଼େ ୪ ମିନିଟ୍‌ର ଭିଡିଓ ପୋଷ୍ଟ କରିଥିଲେ । ଭିଡିଓରେ ସେ କହିଛନ୍ତି,  ସରି ମମି । ମତେ କ୍ଷମା କରିଦେବୁ । ଭୁଲିଯିବୁ ତୋର ଗୋଟିଏ ଝିଅ ଥିଲା ବୋଲି.... । ଯାହାବି କରିବାକୁ ଯାଉଛି ସମସ୍ତଙ୍କୁ ସରି । ଦୁନିଆରେ ଏତେ ଫ୍ରଡ୍‌ ଲୋକ ଅଛନ୍ତି ବୋଲି କେବେ ଜାଣିନଥିଲି । ୫ ବର୍ଷ ଧରି ରିଲେସନ୍‌ରେ ରହିବା ପରେ ବାହା ହୋଇଥିଲି । ହେଲେ ମୋ' ସ୍ୱାମୀ ମତେ ଧୋକା ଦେଇଛନ୍ତି । ସେ ଆଉ ଜଣଙ୍କ ସହ ରିଲେସନ୍‌ରେ ଅଛନ୍ତି । ତା’ ସହିତ ରାତି ଗୋଟାଏ, ୨ଟା ପର୍ଯ୍ୟନ୍ତ ଗପୁଛନ୍ତି । ଏ ସମ୍ପର୍କରେ ମୁଁ ଜାଣିନେଲି । ସେଇଟା ମୋର ସବୁଠାରୁ ବଡ଼ ଭୁଲ ହେଲା । ଏବେ ସେ କହୁଛନ୍ତି ମୋ ସହିତ ରହିବେନି....ଡିଭର୍ସ ଦେବେ ।  ତାଙ୍କୁ ସମସ୍ତେ ବୁଝାଇ ସାରିଲେଣି । ହେଲେ ସେ ବୁଝୁ ନାହାନ୍ତି । ୧୦ ଦିନ ଛୁଟିରେ ଆସି ଖାଲି ଝଗଡ଼ା କରୁଛନ୍ତି । ସେଥିପାଇଁ ମୁଁ ଅଫିସ୍‌ ଯାଇପାରୁନି....... । ମ୍ୟାରେଜ ପରେ କାହିଁକି ଏମିତି କହୁଛି? ଯଦି ଏମିତି କରିବାର ଥିଲା, ତାହେଲେ କାହିଁକି ମତେ ବାହା ହେଉଥିଲେ? ମତେ କ୍ଷମା କରିଦିଅ ମମି... ମୁଁ ନିଜକୁ ସମ୍ଭାଳି ପାରୁନି... ଆଜି ଯାହା ହେବ ମମି ମତେ କ୍ଷମା କରିଦେବୁ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.