ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

୬ ମାସର ପୁଅ ସହ ପରିବାରର ୫ ଜଣଙ୍କୁ ମାରି ଦେଲେ ପୂର୍ବତନ ସୈନିକ, ସମ୍ପତ୍ତି ହେଲା କାଳ

ଅମ୍ବାଲା,୨୨।୭:   ହରିୟାଣାର ଅମ୍ବାଲାରେ ଦୁଃଖଦ ଘଟଣା। ସେନାର ଅବସରପ୍ରାପ୍ତ ଜଣେ ସୁବେଦାର  ନିଜ ପରିବାରର ୫ ଜଣଙ୍କୁ ହତ୍ୟା କରିଛନ୍ତି। ମୃତଙ୍କ ମଧ୍ୟରେ ୫ବର୍ଷର ଝିଅ ଓ ୬ ମାସର ପୁଅ ରହିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଏହି ଘଟଣା ରବିବାର ରାତିରେ ଘଟିଛି। ମୃତକଙ୍କ ପରିଚୟ ମା’ ସରୋପ ଦେବୀ(୬୫), ଭାଇ ହରିଶ କୁମାର  (୩୫), ହରିଶଙ୍କ ପତ୍ନୀ ସୋନିଆ(୩୨), ଝିଅ ୟାଶିକା(୫) ଓ ୬ମାସ ପୁଅ ମୟଙ୍କ।

ଅଧିକାରୀଙ୍କ ସୂଚନା ଅନୁସାରେ, ଅଭିଯୁକ୍ତ ହେଉଛନ୍ତି ଭୂଷଣ କୁମାର । ସେ ରାତିରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ନିଜ ଭାଇ ଉପରେ ଆଗ ଆକ୍ରମଣ କରିଥିଲେ। ଏହାପରେ ଜଣ ଜଣ କରି ପରିବାରର ଅନ୍ୟ ସଦସ୍ୟଙ୍କୁ ମାରିଥିଲେ। ସେ ମୃତଦେହକୁ ଜଳାଇବାକୁ ମଧ୍ୟ ଚେଷ୍ଟା କରିଥିଲେ। ଭୂଷଣ ନିଜ ବାପା ଓ ହରିଶଙ୍କ ବଡ ଝିଅ ଉପରେ ଆକ୍ରମଣ କରିଥିଲେ। ଫଳରେ ସେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। 

ପୋଲିସର କହିବା ଅନୁସାରେ, ଦୁଇ ଭାଇଙ୍କ ଭିତରେ ଜମି ବିବାଦ ଥିଲା। ନାରାୟଣଗଡର ରାତୋରରେ ଏକ ଜମି ଥିଲା, ଯାହାକୁ ନେଇ ଦୁଇ ଭାଇ ଭିତରେ ବିବାଦ ଥିଲା। ପୋଳିସ କହିଛି ଘଟଣା ପରେ ତୁରନ୍ତ ଆମ ଟିମ୍ ସେଠାରେ ପହଁଞ୍ଚିଥିଲା। ଘଟଣାର ଯାଞ୍ଚ ପାଇଁ ଏସଆଇଟି ଗଠନ କରାଯାଇଛି। ଅଭିଯୁକ୍ତ ଭୂଷଣ କୁମାର ବର୍ତ୍ତମାନ ଫେରାର ଅଛନ୍ତି। ପୋଲିସର କହିବା ଅନୁସାରେ, ତାଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.