ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଅନ୍ଧବିଶ୍ୱାସର କରୁଣ ପରିଣତି, ଭୂତ ଛଡ଼ାଇବାକୁ ଯୁବତୀଙ୍କ ମୁଣ୍ଡରେ ପୁଳାପୁଳା ଛୁଞ୍ଚି ପୂରାଇଥିଲା ତାନ୍ତ୍ରିକ

ବଲାଙ୍ଗିର/କଣ୍ଟାବାଞ୍ଜି, ୧୯।୭: ମୁଣ୍ଡ ଭିତରେ ରହିଛି ଛୁଞ୍ଚି (ଇଞ୍ଜେକ୍‌ସନ୍‌ ନିଡିଲ୍‌) । ଅଦ୍ୟାବଧି ୮ଟି ବାହାର କରାଯାଇଛି । ପ୍ରାୟ ୨୩ଟି ଛୁଞ୍ଚି ଥିବା ସିଟିସ୍କାନରୁ ସ୍ପଷ୍ଟ ହୋଇଛି । ଗୁଣିଗାରେଡ଼ିର ବଶବର୍ତ୍ତୀ ହୋଇଥିବା ଜଣେ ୧୯ ବର୍ଷୀୟା ଯୁବତୀଙ୍କ ମୁଣ୍ଡରୁ ବାହାରୁଛି ଏଭଳି ପୁଳାପୁଳା ଛୁଞ୍ଚି । ଶୁଣିବାକୁ ଅବିଶ୍ୱାସ ଲାଗୁଥିଲେ ବି କଥାଟି ସତ । ୪ବର୍ଷ ତଳେ ଅସୁସ୍ଥ ଥିବା ଏହି ଝିଅଙ୍କୁ ପରିବାର ଲୋକେ ଜଣେ ତନ୍ତ୍ରସାଧକ ପାଖକୁ ନେଇ ଯାଇଥିଲେ । ଝଡ଼ାଫୁଙ୍କା ବାହାନାରେ ସେଠାରେ ତାନ୍ତ୍ରିକ ତାର ମୁଣ୍ଡରେ ଛୁଞ୍ଚି ପୂରାଇ ଦେଇଥିଲା । ଏହାପରେ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇଯାଇଛି । ଏ ନେଇ ପରିବାର ଲୋକେ ଥାନାରେ ଏତଲା ଦେବା ପରେ ପୁଲିସ ଅଭିଯୁକ୍ତ ତାନ୍ତ୍ରିକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ କଣ୍ଟାବାଞ୍ଜି ଥାନା ଜାମୁଟଝୁଲା ଗାଁର ଗୁଣିଆ ତେଜରାଜ ରଣା । 

ବଲାଙ୍ଗୀର ଜିଲ୍ଲା ସିନେ୍ଧକେଲା ଥାନା ଇଜଗାଁରୁ ଆସିଛି ଅନ୍ଧବିଶ୍ୱାସର ଏଭଳି ଭୟଙ୍କର ଚିତ୍ର । ସିନେ୍ଧକେଲା ଥାନା ଇଜଗାଁ ବାସିନ୍ଦା ବିଷ୍ଣୁପ୍ରସାଦ ବେହେରାଙ୍କ ସ୍ତ୍ରୀ ରେବତୀ ବେହେରାଙ୍କ ୨୦୨୦ ମସିହାରେ ମୃତ୍ୟୁ ହୋଇଯାଇଥିଲା । ସ୍ତ୍ରୀଙ୍କ ମୃତ୍ୟୁ ପରଠୁ ଝିଅ ରେଶ୍‌ମା ପ୍ରାୟ ସମୟରେ ଚମକିବା ସହ ଭୟଭୀତ ହୋଇ ଅସୁସ୍ଥ ରହୁଥିଲେ । ପରିବାର ଲୋକ ତାଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରି ସାମାନ୍ୟ କେତେକ ଔଷଧ ଲେଖି ଦେଇଥିଲେ । ସେଭଳି କୌଣସି ରୋଗ ନାହିଁ ବୋଲି କହିଥିଲେ । ତଥାପି ରେଶ୍‌ମାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରି ନ ଥିଲା । ୨୦୨୧ ମସିହାରେ ରେଶ୍‌ମାକୁ ଭୂତ ଲାଗିଥିବା କହି ଗୁଣିଗାରେଡ଼ିର ସାହାଯ୍ୟ ନେବାକୁ ଲୋକେ କହିବାରୁ ବିଷ୍ଣୁପ୍ରସାଦ ଗୁଣିଆ ଖୋଜିବା ଆରମ୍ଭ କରିଥିଲେ । କଣ୍ଟାବାଞ୍ଜି ଥାନା ଜାମୁଟଝୁଲା ଗାଁର ପରିଚିତ ଗୁଣିଆ ତେଜରାଜ ରଣାଙ୍କ ପାଖକୁ ଝିଅକୁ ନେଇ ଯାଇଥିଲେ । ତେଜରାଜ ଏକ ରୁଦ୍ଧକୋଠରିରେ ରେଶ୍‌ମାଙ୍କୁ ରଖି ପ୍ରାୟ ଘଣ୍ଟାଏ କାଳ ତନ୍ତ୍ରମନ୍ତ୍ର ବିଦ୍ୟା କରିଥିଲା । ଘର ଭିତରକୁ ପୁଳାପୁଳା ଛୁଞ୍ଚି ନେଇ ଗୁଣିଆ ଯାଉଥିବା ଦେଖି ବିଷ୍ଣୁ ପଚାରିବାରୁ ଏହା ଭୂତକୁ ତଡ଼ିବା ପାଇଁ ବ୍ୟବହାର କରାଯିବ ବୋଲି କହିଥିଲା । ଏହାପରେ ବିଷ୍ଣୁ ଝିଅଙ୍କୁ ଧରି ଫେରିଆସିଥିଲେ । 

କିଛିଦିନ ପରେ ରେଶ୍‌ମାଙ୍କ ମୁଣ୍ଡରେ ଭୟଙ୍କର ଯନ୍ତ୍ରଣା ଆରମ୍ଭ ହୋଇଥିଲା । ସେ ମାନସିକ ଭାରସାମ୍ୟ ହରାଇଥିବା ଭଳି ଆରଚଣ କରୁଥିଲେ । କିଛି ଦିନ ପୂର୍ବରୁ ବିଷ୍ଣୁ ରେଶ୍‌ମାଙ୍କ ମୁଣ୍ଡରୁ ଗୋଟିଏ ଛୁଞ୍ଚି ବାହାର କରିଥିଲେ । ଏଭଳି ଗୋଟିଏ ପରେ ଗୋଟିଏ ଛୁଞ୍ଚି ବାହାରିଥିଲା । କେବଳ ଏତିକି ନୁହେଁ, ପରିବାର ଲୋକ କହିବା କଥା, ରେଶ୍‌ମାର ଶରୀରର ବିଭିନ୍ନ ସ୍ଥାନରେ ଛୁରିରେ ଆଘାତ ଚିହ୍ନ ଦେଖିବାକୁ ମିଳୁଥିଲା । ରେଶ୍‌ମାଙ୍କ ମାନସିକ ସ୍ଥିତି ଠିକ୍‌ ନ ଥିବାରୁ ସେ ନିଜେ ଏଭଳି କରୁଥିବା ପ୍ରଥମେ ସନ୍ଦେହ କରି ଘର ଲୋକେ ରାତିସାରା ଅନିଦ୍ରା ହୋଇ ଜଗୁଥିଲେ । ତଥାପି ହାତଗୋଡ଼ ସହ ଶରୀରର ବିଭିନ୍ନ ସ୍ଥାନରେ ଏଭଳି ଚିହ୍ନ ଦେଖିବାରୁ ତେଜରାଜ ଛୁଞ୍ଚି ସାହାଯ୍ୟରେ ତନ୍ତ୍ରମନ୍ତ୍ର କରିଥିବାରୁ ଏହା ତା’ର କାମ ବୋଲି ଘର ଲୋକେ ସନ୍ଦେହ କରି କଣ୍ଟାବାଞ୍ଜି ଥାନାରେ ଏତଲା ଦେଇଥିଲେ । ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ତାନ୍ତ୍ରିକକୁ ଗିରଫ କରିଛି । ଅନ୍ୟପଟେ ଗୁରୁତର ରେଶ୍‌ମାଙ୍କୁ ଗୁରୁବାର ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲକୁ ଅଣାଯାଇ ଚିକିତ୍ସା କରାଯାଇଥିଲା । ତାଙ୍କ ମୁଣ୍ଡର ସିଟି ସ୍କାନ କରାଯିବାରୁ ପ୍ରାୟ ୨୩ଟି ଛୁଞ୍ଚି ଥିବା ଜଣାପଡ଼ିଛି । ନ୍ୟୁରୋସର୍ଜରୀ ସହାୟତାରେ ଉଚ୍ଚତର ଅସ୍ତ୍ରୋପଚାର ଆବଶ୍ୟକ ଥିବାରୁ ତାକୁ ବୁର୍ଲା ଭୀମସାରକୁ ପଠାଇ ଦିଆଯାଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.