ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଜୀବିକା ଦେଲା ଜିଆଖତ 'ସୃଜନିକା’, ସ୍ବାବଲମ୍ବୀ ହେଲେ ମହିଳା

ସୁନ୍ଦରଗଡ, (ଜଗମୋହନ ରାଉତ ),୭।୯ : ଆଜିର ପରିବର୍ତ୍ତନଶୀଳ ସମାଜରେ ମହିଳା ସଶକ୍ତିକରଣର ଏକ ସ୍ଵତନ୍ତ୍ର ସ୍ଥାନ ରହିଛି । ଏକଦା ତେଳ ଲୁଣର ସଂସାରରେ ଗୃହିଣୀ ସାଜି ଘର ଚାରିକାନ୍ଥରେ ଆବଦ୍ଧ ରହୁଥିବା ମହିଳା  ଆଜି ହୋଇପାରିଛନ୍ତି ଆତ୍ମନିର୍ଭରଶୀଳ ଓ ସ୍ବାବଲମ୍ବୀ। ପ୍ରଥମ କରି ଜିଆଖତ ଚାଷ ଭଳି ଏକ ନୂତନ   ବ୍ୟବସାୟକୁ   ଆରମ୍ଭ କରି ସଫଳତା ହାସଲ କରିଛନ୍ତି ସୁନ୍ଦରଗଡ ବନଖଣ୍ଡ ତରଫରୁ ବନ ସୁରକ୍ଷା ସମିତିର ୫୫ଟି ସ୍ଵୟଂ ସହାୟକ ଗୋଷ୍ଠୀର ୫୦୦ ରୁ ଊର୍ଦ୍ଧ୍ବ ମହିଳା ।

ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ଅଧୀନରେ ସୁନ୍ଦରଗଡ ବନଖଣ୍ଡର ଉଜ୍ଜଳପୁର, ହେମଗିର, ସୁନ୍ଦରଗଡ ଓ ବଡଗାଁ କ୍ଷେତ୍ର ପରିଚାଳନା ଏକକର ୨୭ ଟି ବନ ସୁରକ୍ଷା ସମିତିର ୫୫ ଟି ସ୍ଵୟଂ ସହାୟକ ଗୋଷ୍ଠୀର ୫୦୦ ରୁ ଊର୍ଦ୍ଧ୍ବ ମହିଳା ଏଥିରେ ସାମିଲ ହୋଇଛନ୍ତି । ବିଶେଷ କରି ଉଜ୍ଜଳପୁର କ୍ଷେତ୍ର ପରିଚାଳନା ଏକକରେ କାର୍ଯ୍ୟରତ ୧୩ ଟି ବନ ସୁରକ୍ଷା ସମିତିର ୨୮ ଟି ସ୍ଵୟଂ ସହାୟକ ଗୋଷ୍ଠୀର ୨୮୦ ଜଣ ମହିଳା କ୍ଲଷ୍ଟର ଭିତ୍ତିକ ଜିଆଖତ ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି ।  ସୁନ୍ଦରଗଡ ବନଖଣ୍ଡ ତରଫରୁ ବନ ସୁରକ୍ଷା ସମିତିର ଏହି ଏସଏଚଜି ଗ୍ରୁପର ଜିଆଖତକୁ ’ସୃଜନିକା’ ନାମକରଣ କରାଯାଇଛି।    

ଏ ପର୍ଯ୍ୟନ୍ତ ୨୦୧୭ କ୍ଵିଣ୍ଟାଲରୁ ଊର୍ଦ୍ଧ୍ବ ଜିଆଖତ ଅମଳ କରି ବିକ୍ରି ହୋଇଥିବା ବେଳେ ଚଳିତ ଋତୁରେ ଆହୁରି ୫୦୦ କ୍ଵିଣ୍ଟାଲରୁ ଊର୍ଦ୍ଧ୍ବ ଜିଆଖତ ଅମଳର ଲକ୍ଷ୍ୟ ରଖିଛନ୍ତି ଏହି ମହିଳା ଗୋଷ୍ଠୀ। ଏ ପର୍ଯ୍ୟନ୍ତ ବିକ୍ରି କରିଥିବା ଜିଆଖତର ବଜାର ମୂଲ୍ୟ ୪୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଥିବା ବେଳେ ୨୦ ଜଣ ମହିଳା ସାଜିଛନ୍ତି ଲକ୍ଷପତି।  ସୁନ୍ଦରଗଡ ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାସେଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ଏହାର ସଂପୂର୍ଣ୍ଣ ବିକ୍ରି ବ୍ୟବସ୍ଥା କରାଯାଇଥିବା ବେଳେ ଦେବଗଡ ଓ ବଣାଇ ବନଖଣ୍ଡକୁ ମଧ୍ୟ ଏହି ଜିଆଖତ ବିକ୍ରିକରି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ବନ ସୁରକ୍ଷା ସମିତିର ମହିଳାମାନେ। 

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହି କାର୍ଯ୍ୟକ୍ରମ ଦ୍ଵାରା ମହିଳାମାନଙ୍କ ପାରସ୍ପରିକ ସହଭାଗିତା ବୃଦ୍ଧି ହେବା ସଙ୍ଗେ ସଙ୍ଗେ ମହିଳାମାନଙ୍କ ବଜାର ଉପରେ ଅଭିଜ୍ଞତା ବଢିଛି । ସେମାନେ ସକ୍ରିୟ ଭାବରେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ ହେଉଛନ୍ତି। ବନସୁରକ୍ଷା ସମିତି ଏବଂ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଉଦ୍ୟମ, ଖଣ୍ଡୀୟ ଓ କ୍ଷେତ୍ର ପରିଚାଳନା ଏକକର କର୍ମକର୍ତ୍ତା ଏବଂ ସହଭାଗୀ ସଂସ୍ଥା (ସେବକ)ର କର୍ମକର୍ତ୍ତାଙ୍କ ଦିଗଦର୍ଶନ ଓ ସହାୟତା ମାଧ୍ୟମରେ ବନସୁରକ୍ଷା ସମିତି ସ୍ତରରେ ଏହି ଜିଆ ଖତ ଉତ୍ପାଦନ କାର୍ଯ୍ୟ ସଫଳ ହୋଇଛି ଏବଂ  ଜୀବନ ଜୀବିକା ଉନ୍ନତିରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରୁଛି ।

ଉଜ୍ଜଳପୁର ବନାଞ୍ଚଳର ଫୁଲ୍ଧୁଡି, ସାଗରପାଲି, ବାଲିଜୋରି, ମେଘ୍ଡ଼େଗା, ତୁରୁଙ୍ଗାଗଡ, ଝୁରିମାଲ, ସୁନାଜୋର, ତସୁପଡା, କୁଲବା-ନୂଆଡ଼ିହି, ପୋଗ୍ରାମୁଣ୍ଡା, ଠିନଠିନୀଗୁଡା, କର୍ଳାଘାଟି, ଝାରମୁଣ୍ଡା ଆଦି ବନ ସୁରକ୍ଷା ସମିତିର ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଜିଆଖତରୁ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। 

ସୁନ୍ଦରଗଡ ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାସେ କହିଛନ୍ତି “ଓଡିଶା  ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨  ତରଫରୁ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ଵାରା କରାଯାଉଥିବା ଜିଆଖତ ଚାଷ ଏକ ସଫଳ ଓ ଲାଭଜନକ ବ୍ୟବସାୟ ହୋଇପାରିଛି। ସ୍ୱଳ୍ପ ପରିଶ୍ରମ ଏବଂ କମ᳭ ଖର୍ଚ୍ଚ କରି ଏହି ଜିଆ ଖତ ଚାଷ ମାଧ୍ୟମରେ ବନସୁରକ୍ଷା ସମିତି ସ୍ତରରେ ବାସ କରୁଥିବା ଅତି ଗରିବ ଓ ଜଙ୍ଗଲ ଉପରେ ନିର୍ଭରଶୀଳ ପରିବାର ଗୁଡିକ ସେମାନଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ଆଣିପାରିଛି।  ଯାହାକି ସେମାନଙ୍କ ପରିବାର ପ୍ରତିପୋଷଣ କରିବାରେ ସହାୟତା ହେବା ସହିତ ଜଙ୍ଗଲ ଉପରୁ ଚାପ ହ୍ରାସ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । 

ସାଗରପାଲି  ବନ ସୁରକ୍ଷା ସମିତିର ଜଣେ ସଫଳ ଜିଆଖତ ଚାଷୀ ଭାରତୀ  ପଟେଲ କହନ୍ତି    ଜିଆଖତ ଚାଷ ମୋର ପରିବାରକୁ ଏକ ନୂଆଁ ଜୀବିକାର ବାଟ ଦେଖାଇଛି। ମୋ ଭଳି ଆମ ଗାଁ ର ଆହୁରି ୩୦ ଜଣ ମହିଳା ଏହି ଜିଆଖତ ଚାଷ କରି ଲାଭବାନ ହୋଇ ପାରିଛନ୍ତି।    ଆମ ବନ ସୁରକ୍ଷା ସମିତିର ଆବର୍ତ୍ତନ ପାଣ୍ଠିର ସହାୟତାରେ ଆମ୍ଭେ ମହିଳା ଗୋଷ୍ଠୀ ସ୍ବାବଲମ୍ବୀ ହୋଇପାରିଛୁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.