ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଜିଲ୍ଳାରେ ଗଡିଲା ସୁଭଦ୍ରା ରଥ , ଝୋଟି ପକାଇ ମହିଳା କଲେ ସ୍ବାଗତ

ନଵରଙ୍ଗପୁର,୭/୯(ଆପ୍ର):  ନବରଙ୍ଗପୁର  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ  ଶନିବାର ସୁଭଦ୍ରା ଯୋଜନା ସଚେତନତା ରଥର ଶୁଭାରମ୍ଭ କରାଯାଇଛି।  ମୁଖ୍ୟ ଅତିଥି  ଭାବେ ନଵରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ସମ୍ମାନିତ ଅତିଥି ଜିଲ୍ଲାପାଳ ଡା.ଶୁଭଙ୍କର ମହାପାତ୍ର ପ୍ରମୁଖ ଗେରୁଆ ପତାକା ଦେଖାଇ ଏହି ରଥର  ଶୁଭାରମ୍ଭ କରିଛନ୍ତି। ମହିଳାମାନେ ଏହି ରଥକୁ ଉତ୍ସାହର ସହ ସ୍ବାଗତ  କରିବା ସହ ବିଭିନ୍ନ ପ୍ରକାର ଆକର୍ଷଣୀୟ ଝୋଟି ପକାଇଥିଲେ। 

ଆଜିଠାରୁ  ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ୬ ଟି ସୁଭଦ୍ରା ସଚେତନତା ରଥ ସାରା ଜିଲ୍ଲାର  ଗାଁ ଗାଁ ବୁଲି  ମହିଳାମାନଙ୍କୁ ସଚେତନ କରିବ । ଏଥିସହ ଜିଲ୍ଲାର  ୧୦ ଟି ବ୍ଲକ ଓ ଦୁଇଟି ନଗରରେ ବ୍ୟାନର, ପୋଷ୍ଟର, ଲିଫଲେଟ, ହୋଡିଂ, ୱାଲ୍ ପେଣ୍ଟିଂ ଓ ମାଇକ ଦ୍ଵାରା ସୁଭଦ୍ରା ଯୋଜନାର ବ୍ୟାପକ ପ୍ରଚାର ପ୍ରସାର  କରାଯାଉଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ସିଡିଏମଓ ଡ।. ମଳୟ ତ୍ରିପାଠୀ,  ଡିଏସଏସଓ ସୁଧାଂଶୁ ପାତ୍ର, ଡିଏସଡବ୍ଲୁଓ ଦ୍ରୌପଦୀ କହଁର, ଡିଆଇପିଆରଓ ମନୋଜ ବେହେରା , ଡିପିସି ମମତା ବିଶ୍ୱଜିତ୍ ମହାନ୍ତି ପ୍ରମୁଖ ଯୋଗ ଦେଇଥିବା ବେଳେ ଶତାଧିକ  ଅଙ୍ଗନବାଡି କର୍ମୀ, ଏସଏଚଜି ମହିଳାମାନେ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.