ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଜମି ମାଫିଆଙ୍କ କବଜାରେ ଯବାନଙ୍କ ଜମି, ତୁରନ୍ତ ତଦାରଖ କରିବାକୁ ରାଜା ନାରାୟଣ ଚନ୍ଦ୍ର ଫାଉଣ୍ଡେସନର ଦାବି

ଯାଜପୁର, ୨୪।୭: ଯବାନଙ୍କ ନାଁରେ ଥିବା ଜମି ଉଦ୍ଧାର କରିବାକୁ ରାଜା ନାରାୟଣ ଚନ୍ଦ୍ର ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଜିଲ୍ଲାପାଳଙ୍କୁ ଚିଠି । ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଞ୍ଚଳ ତଳଗଡ଼ ସର୍କଲ ସୁକୁଟିଝର ମୌଜା ଅନ୍ତର୍ଗତ ହାଲ ଖାତା ନଂ ୩୦୫ ଏ ୧୩.୮୮ ଡି ଜମି ଯବାନମାନଙ୍କ ପାଇଁ ଉଦ୍ଦିଷ୍ଟ । ବର୍ତ୍ତମାନ ସ୍ଥାନୀୟ ଜମି ମାଫିଆମାନଙ୍କ କବଜାରେ ଏହି ଜମି । ମଧୁପୁରଗଡ଼ର ରାଜା ନାରାୟଣ ଚନ୍ଦ୍ର ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଧର୍ମଶାଳା ତହସିଲଦାର ଶୁଭଙ୍କର ମହାନ୍ତିଙ୍କ ନିକଟରେ ଏନେଇ ଅଭିଯୋଗ ହୋଇଛି । 

ଟ୍ରଷ୍ଟର ମ୍ୟାନେଜିଙ୍ଗ ଟ୍ରଷ୍ଟି ଶିବପ୍ରସାଦ ଜେନା ଓ ଫାଉଣ୍ଡର ଅପର୍ଣ୍ଣା ଧୀର ସିଂ ଏବଂ ସଭ୍ୟ ବିନୋଦ ପରିଡ଼ା ଓ ଶ୍ୟାମ ସୁନ୍ଦର ସାହୁଙ୍କ ଅଭିଯୋଗ ମୁତାବକ, ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗ ଯବାନମାନଙ୍କ ପାଇଁ ମୌଜା ସୁକୁଟିଝର ତଳ ତଫସିଲ ଖାତା ପ୍ଲଟ୍ ଓ ରକବା ସଂରକ୍ଷିତ ଥିଲା । କିଛି ଅସାଧୁ ଜମି ମାଫିଆ ଉକ୍ତ ଜମିକୁ ନିଜ ସ୍ୱାର୍ଥ ପାଇଁ ବେଆଇନ ଭାବେ କ୍ରସର୍ ଓ ବ୍ୟବସାୟ ପ୍ରତିଷ୍ଠାନ ଏବଂ ଗୃହ ନିର୍ମାଣ କରି ମାଫିଆ ସାମ୍ରାଜ୍ୟ ବିସ୍ତାର କରିଚାଲିଛନ୍ତି । 

ଯାହା ଫଳରେ ଯବାନମାନଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷିତ ଜମିର ଅପବ୍ୟବହାର ହେବା ସଙ୍ଗେ ସଙ୍ଗେ ଭାରତ ସରକାରଙ୍କର ପ୍ରତିରକ୍ଷା ବିଭାଗର ଉଦ୍ଦେଶ୍ୟ ପୂରଣ ହୋଇପାରୁନାହିଁ । ତେବେ ତୁରନ୍ତ ଜିଲ୍ଲାପାଳ ଏବଂ ରାଜସ୍ୱ ବିଭାଗ ଓ ପ୍ରତିରକ୍ଷା ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଏହାର ସର୍ଜମିନ୍ ତଦାରଖ କରି ଏହି ଜମିକୁ ମାଫିଆମାନଙ୍କ କବଳରୁ ଉଦ୍ଧାର କରିବାକୁ ରାଜା ନାରାୟଣ ଚନ୍ଦ୍ର ଫାଉଣ୍ଡେସନ ଦାବି କରିଛି । 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.