ପ୍ରମୂଖ ଖବର
  • ଯାଜପୁର : ଋଣ ଭାର ସହି ନପାରି ଜୀବନ ହାରିଲେ ଦମ୍ପତି, ପୋଲିସର ତଦନ୍ତ ଆରମ୍ଭ
  • ||
  • ଖଣ୍ଡଗିରି କୁମ୍ଭମେଳାରେ ଅଶ୍ଳୀଳ ନୃତ୍ୟକୁ ବିରୋଧ, ଠେଙ୍ଗା ପୂଜା କଲେ ଏକାମ୍ର ବିଧାୟକ
  • ||
  • ଲୁଟ୍‌ ଘଟଣାରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ ରାତି ହେଲେ ଛାତି ଥରୁଛି
  • ||
  • ଦାରିଙ୍ଗବାଡ଼ି : ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର
  • ||
  • ଭୁବନେଶ୍ୱର : ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲେ ୨ ଲୁଟେରା
  • ||
  • ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ
  • ||
  • ୮ ଘଣ୍ଟିଆ ବିନିକା ବନ୍ଦ ଡାକରା, ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ପାଳନ
  • ||
  • ଧୂର୍ତ୍ତ ଯୋଡି ହଂସିତା-ଅନୀଲଙ୍କ ବଢ଼ିଲା ଅଡୁଆ, ଆଜି ଜେଲ୍‌ରେ ଜେରା କରିବ ଆୟକର ବିଭାଗ
  • ||
  • ଭୁବନେଶ୍ୱର : ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ
  • ||
  • କୋଣାର୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୩ ଉଠା ଦୋକାନ
  • ||
  • ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ତାତି: ପ୍ରଥମ ଥର ୩୬ ଡିଗ୍ରୀ ପାର୍ କଲା ପାରଦ, ୫ ସହର ୩୫ ଡିଗ୍ରୀ ଉପରେ
  • ||
  • ଜଳେଶ୍ୱର : କଣ୍ଟେନରକୁ ଧକ୍କାଦେଲା କଣ୍ଟେନର, ଡ୍ରାଇଭର ଗୁରୁତର
  • ||

କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି

Published By : Prameya | July 27, 2024 9:30 AM

ଭୁବନେଶ୍ୱର, ୨୭/୦୭: କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? କାହା ମୁଣ୍ଡରେ ମୁକୁଟ ପିନ୍ଧାଇବେ ଏଆଇସିସି  ଅଧ୍ୟକ୍ଷ? ପୁଣି ଯିଏ କଂଗ୍ରେସର ନୂଆ ଅଧ୍ୟକ୍ଷ ହେବେ ସେ ଦଳର ସ୍ଥିତିକୁ କେତେ ମାତ୍ରାରେ ସୁଦୃଢ଼ କରିବେ । ଏଭଳି ଅନେକ ପ୍ରଶ୍ନ ଏବେ କଂଗ୍ରେସ  କର୍ମୀ ଓ ସାଧାରଣଜନତାଙ୍କ ମନରେ ।  ବିଭିନ୍ନ ରାଜନୈତିକ ଖଟିରେ ଏହି  ଚର୍ଚ୍ଚା ମଧ୍ୟ ଜୋର ଧରିଛି । କିଏ କହୁଛି,  ତାରା ବାହିନୀପତି, ପ୍ରସାଦ ହରିଚନ୍ଦନ,  ଜୟଦେବ ଜେନା ତ ଆଉ କିଏ କହୁଛି  ମହମ୍ମଦ ମୋକିମ ପୁଣି ଆଉ କିଏ ଦଳର  ଏକ ମାତ୍ର ସାଂସଦ ସପ୍ତଗିରି ଉଲାକାଙ୍କ ନାଁ  ନେଉଛି । ଏଭଳି ଚର୍ଚ୍ଚା ଓ ଦ୍ୱନ୍ଦ୍ୱ ମଧ୍ୟରେ  କେତେକ ଛାମୁଆ ନେତା ଯାଇ ଦିଲ୍ଲୀରେ  ଡେରା ପକାଇଥିବା ସୂଚନା ମିଳିଛି । 

ଏପଟେ ପିସିସି ଭଙ୍ଗ ସହ ଶରତ  ପଟ୍ଟନାୟକ ମୁଖିଆ ପଦରୁ ଓହରିବା  ପରେ ନିସ୍ତବ୍ଧ କଂଗ୍ରେସ ଭବନ । ଅନେକ  ସମୟରେ କଂଗ୍ରେସ ଭବନ ଆଗରେ  ବଡ଼ ବଡ଼ ଗାଡ଼ି ଓ ହେଭିୱେଟ୍‌ ନେତା,  କର୍ମୀଙ୍କ ଭିଡ଼ ଲାଗୁଥିଲା । ହେଲେ  ବର୍ତ୍ତମାନ ସ୍ଥିତି ବଦଳିଛି । ଏଆଇସିସି  ରାଜ୍ୟ ସଂଗଠନକୁ ଭାଙ୍ଗିବା ପରେ ନେତା  କିମ୍ବା କର୍ମୀ କଂଗ୍ରେସ ଭବନରେ ପାଦ  ଦେଉନାହାନ୍ତି । କେବଳ କର୍ମଚାରୀମାନେ  ସକାଳୁ ରାତି ପର୍ଯ୍ୟନ୍ତ ବସି ରହୁଛନ୍ତି ।  ପିସିସି ସଭାପତିଙ୍କ କାର୍ଯ୍ୟାଳୟଠୁ  ନେଇ ମିଡିଆ ସେଲ, ସୋସିଆଲ  ମିଡିଆ ସେଲ, କୃଷକ ସେଲ୍‌ରେ  ତାଲା । ୫ ଦିନ ହେଲା ବିଧାନସଭାରେ  କଂଗ୍ରେସର ସ୍ୱର ମଧ୍ୟ ଧିମେଇ ଯାଇଛି ।  ସେପଟେ ଦିଲ୍ଲୀ ଯାଇଥିବା ନେତାମାନେ  ରାଜ୍ୟ କଂଗ୍ରେସର ନେତୃତ୍ୱ ନେବା ପାଇଁ  ହାଇକମାଣ୍ଡଙ୍କ ପାଖରେ ଲବି କରୁଥିବା  ସୂଚନା ମିଳିଛି । 

ପ୍ରକାଶ ଥାଉକି, ଗତ ୨୪ ବର୍ଷରେ  ରାଜ୍ୟ କଂଗ୍ରେସକୁ ମିଳିଛନ୍ତି ୬ ପିସିସି  ସଭାପତି । ପୂର୍ବତନ ମୁଖ୍ୟମନ୍ତ୍ରୀ  ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ,  ଜୟଦେବ ଜେନା, କାମାକ୍ଷାପ୍ରସାଦ  ସିଂହଦେଓ, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ  ହରିଚନ୍ଦନ ଓ ଶରତ ପଟ୍ଟନାୟକଙ୍କ  ଭଳି ନେତା କଂଗ୍ରେସର ମଙ୍ଗ ଧରିଛନ୍ତି ।  ହେଲେ ଜେବିଙ୍କ ବ୍ୟତୀତ କେହି ବି  ରାଜ୍ୟ କଂଗ୍ରେସର ଭାଗ୍ୟ ବଦଳାଇ  ପାରିନାହାନ୍ତି । ଯେଉଁଥିପାଇଁ ୨୪ ବର୍ଷ ଧରି  ଓଡ଼ିଶାରେ କ୍ଷମତାରୁ ଦୂରରେ କଂଗ୍ରେସ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.