ପ୍ରମୂଖ ଖବର
  • ଯାଜପୁର : ଋଣ ଭାର ସହି ନପାରି ଜୀବନ ହାରିଲେ ଦମ୍ପତି, ପୋଲିସର ତଦନ୍ତ ଆରମ୍ଭ
  • ||
  • ଖଣ୍ଡଗିରି କୁମ୍ଭମେଳାରେ ଅଶ୍ଳୀଳ ନୃତ୍ୟକୁ ବିରୋଧ, ଠେଙ୍ଗା ପୂଜା କଲେ ଏକାମ୍ର ବିଧାୟକ
  • ||
  • ଲୁଟ୍‌ ଘଟଣାରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ ରାତି ହେଲେ ଛାତି ଥରୁଛି
  • ||
  • ଦାରିଙ୍ଗବାଡ଼ି : ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର
  • ||
  • ଭୁବନେଶ୍ୱର : ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲେ ୨ ଲୁଟେରା
  • ||
  • ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ
  • ||
  • ୮ ଘଣ୍ଟିଆ ବିନିକା ବନ୍ଦ ଡାକରା, ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ପାଳନ
  • ||
  • ଧୂର୍ତ୍ତ ଯୋଡି ହଂସିତା-ଅନୀଲଙ୍କ ବଢ଼ିଲା ଅଡୁଆ, ଆଜି ଜେଲ୍‌ରେ ଜେରା କରିବ ଆୟକର ବିଭାଗ
  • ||
  • ଭୁବନେଶ୍ୱର : ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ
  • ||
  • କୋଣାର୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୩ ଉଠା ଦୋକାନ
  • ||
  • ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ତାତି: ପ୍ରଥମ ଥର ୩୬ ଡିଗ୍ରୀ ପାର୍ କଲା ପାରଦ, ୫ ସହର ୩୫ ଡିଗ୍ରୀ ଉପରେ
  • ||
  • ଜଳେଶ୍ୱର : କଣ୍ଟେନରକୁ ଧକ୍କାଦେଲା କଣ୍ଟେନର, ଡ୍ରାଇଭର ଗୁରୁତର
  • ||

ରେଳ ବଜେଟରେ ଓଡିଶାକୁ ମିଳିଛି ୧୦, ୫୯୯ କୋଟି, ୧୦ ବର୍ଷରେ ନିର୍ମାଣ ହୋଇଛି ୨୦୪୬ କିମି ନୂଆ ରେଳ ଟ୍ରାକ୍‌

Published By : Prameya | February 3, 2025 4:04 PM

ଭୁବନେଶ୍ବର,୩।୨ :  ଫେବୃଆରୀ ୧ରେ ଦେଶର ବଜେଟ ଘୋଷଣା କରାଯାଇଛି। ଏଥିରେ ରେଳଓ୍ବେକୁ ୨.୫୨ ଲକ୍ଷ  କୋଟି ଟଙ୍କା ଆବଣ୍ଟିତ ହୋଇଛି। ଏଥରୁ ଓଡିଶାକୁ ମିଳିଛି ୧୦, ୫୯୯ କୋଟି ଟଙ୍କା ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୧୩ କୋଟି ଟଙ୍କା ଅଧିକ ଆବଣ୍ଟିତ ହୋଇଛି । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ୧୦,୫୮୬ କୋଟି ଟଙ୍କା ମିଳିଥିଲା । ଏହା ପୂର୍ବରୁ ୨୦୨୩-୨୪ ବଜେଟ୍‌ରେ ରାଜ୍ୟକୁ ୧୦,୦୧୨ କୋଟି ଟଙ୍କା ମିଳିଥିଲା ।

ଓଡ଼ିଶାରେ ଗତ ୧୦ ବର୍ଷ ଭିତରେ ୨୦୪୬ କିମି ନୂଆ ଟ୍ରାକ୍‌ ନିର୍ମାଣ ହୋଇଛି । ୫୯ ରେଳ ଷ୍ଟେସନର ନବୀକରଣ ହୋଇଛି । ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୬ଟି ବନ୍ଦେ ଭାରତ ଟ୍ରେନ୍‌ ଚାଲୁଛି ।  ଆଗକୁ ଆହୁରି ଅଧିକା ଟ୍ରେନ ଚାଲିବ। ଏହାସହ ୭୮ ହଜାର କୋଟିର ପ୍ରକଳ୍ପ ନିର୍ମାଣ ଚାଲିଛି । ରାଜ୍ୟରେ ୧୯୦୦ କିମି ଟ୍ରାକରେ କବଚ ଲାଗିବା କାମ ତ୍ବରାନ୍ବିତ ହେଉଛି  ।  ଆସନ୍ତା ୬ ବର୍ଷରେ ସାରା ଦେଶରେ କବଚ ଲାଗିବା କାମ ସରିବ ।  କୋଲକାତା -ଚେନ୍ନାଇ ୪ ଲେନ କାମ ଶୀଘ୍ର ସରିବ ।  ବିଶାଖାପାଟଣା ପର୍ଯ୍ୟନ୍ତ ୩ ଲେନ କାମ ଶେଷ ହୋଇଛି। କୋଲକାତା-ଭଦ୍ରକ କାମ ଜୋରସୋର ଚାଲିଛି  ବୋଲି ରେଳ ମନ୍ତ୍ରୀ କହିଛନ୍ତି। 

ଓଡିଶାରେ ୨୪୬ କି.ମି ନୂଆ ରେଳ ଲାଇନ ନିର୍ମାଣ କରାଯାଉଛି।  ରାଜ୍ୟର ୫୯ଟି ଅମୃତ ଷ୍ଟେସନ ବିକାଶ କାର୍ଯ୍ୟ ଚାଲିଛି। ଏଥିପାଇଁ ୨ ହଜାର ୩୭୯ କୋଟି ବ୍ୟୟ ବରାଦ ହୋଇଛି । ୨୩୪ ଟି ଷ୍ଟେସନରେ ୱାଇଫାଇ କାମ ସମାପ୍ତ ହୋଇଛି। ୧୦୦ ପ୍ରତିଶତ ରେଳ ବିଦ୍ୟୁତୀକରଣ ରାଜ୍ୟରେ ହୋଇଛି ବୋଲି ସୂଚନା ଦିଆଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.