ପ୍ରମୂଖ ଖବର
  • ବ୍ରହ୍ମପୁର : ମା’ ତାରାତାରିଣୀ ପୀଠ ରୋପଓ୍ବେର ହେବ ମରାମତି , ଆସନ୍ତା ୮ ପର୍ଯ୍ୟନ୍ତ ଲୋକଙ୍କ ପାଇଁ ରହିବ ବନ୍ଦ
  • ||
  • ଯାଜପୁର : ଋଣ ଭାର ସହି ନପାରି ଜୀବନ ହାରିଲେ ଦମ୍ପତି, ପୋଲିସର ତଦନ୍ତ ଆରମ୍ଭ
  • ||
  • ଖଣ୍ଡଗିରି କୁମ୍ଭମେଳାରେ ଅଶ୍ଳୀଳ ନୃତ୍ୟକୁ ବିରୋଧ, ଠେଙ୍ଗା ପୂଜା କଲେ ଏକାମ୍ର ବିଧାୟକ
  • ||
  • ଲୁଟ୍‌ ଘଟଣାରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ ରାତି ହେଲେ ଛାତି ଥରୁଛି
  • ||
  • ଦାରିଙ୍ଗବାଡ଼ି : ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର
  • ||
  • ଭୁବନେଶ୍ୱର : ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲେ ୨ ଲୁଟେରା
  • ||
  • ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ
  • ||
  • ୮ ଘଣ୍ଟିଆ ବିନିକା ବନ୍ଦ ଡାକରା, ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ପାଳନ
  • ||
  • ଧୂର୍ତ୍ତ ଯୋଡି ହଂସିତା-ଅନୀଲଙ୍କ ବଢ଼ିଲା ଅଡୁଆ, ଆଜି ଜେଲ୍‌ରେ ଜେରା କରିବ ଆୟକର ବିଭାଗ
  • ||
  • ଭୁବନେଶ୍ୱର : ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ
  • ||
  • କୋଣାର୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୩ ଉଠା ଦୋକାନ
  • ||
  • ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ତାତି: ପ୍ରଥମ ଥର ୩୬ ଡିଗ୍ରୀ ପାର୍ କଲା ପାରଦ, ୫ ସହର ୩୫ ଡିଗ୍ରୀ ଉପରେ
  • ||
  • ଜଳେଶ୍ୱର : କଣ୍ଟେନରକୁ ଧକ୍କାଦେଲା କଣ୍ଟେନର, ଡ୍ରାଇଭର ଗୁରୁତର
  • ||

ଛାତ୍ରକୁ ଛୁରୀ ଭୁସି ଦେଲେ ଏକାଧିକ ଅଣଛାତ୍ର

Published By : Prameya | February 3, 2025 4:55 PM

ଜୟପୁର,୩।୨  : ଛାତ୍ରକୁ ଛୁରୀ ଭୁସି ଦେଲେ ଏକାଧିକ ଅଣଛାତ୍ର । ଗୁରୁତର ଅବସ୍ଥାରେ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆହତ ଛାତ୍ର ଜଣଙ୍କୁ  ଭର୍ତ୍ତି କରାଯାଇଛି।  ଗୁରୁତର ଛାତ୍ର ଜଣଙ୍କ ହେଲେ ରାମଚନ୍ଦ୍ର ମାଢୀ । ସେ ଜୟପୁର ବିକ୍ରମଦେବ କଲେଜର ଯୁକ୍ତ ୩   ଦ୍ବିତୀୟ ବର୍ଷର ଛାତ୍ର। 

ରାମଚନ୍ଦ୍ର ମାଢୀ ଓ ତାଙ୍କର ଜଣେ ସାଙ୍ଗ ସରସ୍ବତୀ ମୂର୍ତ୍ତୀ ବିସର୍ଜନ ସାରି କଲେଜକୁ ଫେରୁଥିଲେ। ଏହି ସମୟରେ ଜଣେ ଅଣ ଛାତ୍ର ରାମଚନ୍ଦ୍ରଙ୍କ ମୋବାଇଲ ଛଡାଇ ନେବାକୁ ଚେଷ୍ଟା କରୁଥିଲା । ଏହାକୁ ରାମଚନ୍ଦ୍ର ଓ ତାଙ୍କ ସାଙ୍ଗ ବିରୋଧ କରିଥିଲେ । ଏହାକୁ ନେଇ ଏମାନଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ସଂପୃକ୍ତ ଅଣଛାତ୍ର ଜଣଙ୍କ  ସ୍ଥାନୀୟ କିଛି ପିଲାଙ୍କୁ ଡାକି ରାମଚନ୍ଦ୍ରଙ୍କୁ ଆକ୍ରମଣ କରିବା ସହ ପେଟରେ ଛୁରୀ ଭୁସି ଦେଇଥିଲେ । ଏଥିରେ ରାମଚନ୍ଦ୍ର ଗୁରୁତର ହୋଇଥିଲେ।  ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ କୋରାପୁଟ ଜିଲ୍ଲା ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.