ପ୍ରମୂଖ ଖବର
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ବନ୍ଧୁ ହେଲା ବଇରୀ, ନାବାଳିକାର ଅଶ୍ଳୀଳ ଭିଡିଓ ଭାଇରାଲ କରି ଗିରଫ ହେଲା ଯୁବକ

Published By : Bijay Swain | February 3, 2025 8:12 PM

ମାଲକାନଗିରି,୩/୧: ଆଜି କାଲି ଫେସବୁକ, ଇନଷ୍ଠାଗ୍ରାମରେ ପଡି ଯୁବ ପୀଢି ବିଚାରଶକ୍ତି ହରାଇଦେଇଛନ୍ତି। ଶେଷରେ ଠକାମୀର ଶିକାର ହୋଇ କିଏ ଲୋକଲଜ୍ୟାରେ ପଡୁଛନ୍ତି ତ ଆଉ କିଏ ଠକ ଗିରଫ ହୋଇ ଜେଲର ଚାରିକାନ୍ଥ ମଧ୍ୟରେ କଲାକର୍ମଫଳ ଭୋଗୁଛନ୍ତି। ଏମିତି ଏକ ଘଟଣା ମାଲକାନଗିରି ଜିଲ୍ଲାରେ ଘଟିଯାଇଛି। ଜଣେ ଇଞ୍ଜିନିୟର ଛାତ୍ର ପ୍ରଥମେ ଫେସବୁକ ବନ୍ଧୁ ହୋଇ ଜଣେ ନାବାଳିକାକୁ ପ୍ରେମଫାସରେ ପକାଇ ବିବାହ ପ୍ରଲୋଭନ ଦେଖାଇ ସମ୍ପର୍କ ନିବିଡ଼ କରିବା ପରେ ନାବାଳିକାର ଅଶ୍ଳୀଳ ଭିଡିଓ ଭାଇରାଲ କରି ଗିରଫ ହେବା ଘଟଣା ପଦାକୁ ଆସିଛି।

ଏପରି ଘଟଣା ଘଟିଛି ମାଲକାନଗିରି ଥାନା ଅଞ୍ଚଳରେ। କଲେଜରେ ପଢ଼ୁଥିବା ଜଣେ ୧୬ବର୍ଷର ନାବାଳିକାଙ୍କ ଫେସବୁକକୁ ଗତ ୨୦୧୯ ମସିହାରେ ମୟୁରଭଞ୍ଜ ଜିଲ୍ଲା ଅଞ୍ଚଳର ଇଞ୍ଜିନିୟରିଂ ପଢ଼ୁଥିବା ସଞ୍ଜୀବ ତରାଇ ନାମକ ଜଣେ ଯୁବକ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇଥିଲେ। ପରେ ଉଭୟଙ୍କ ମଧ୍ୟରେ ସୁସମ୍ପର୍କ ଗଢି ଉଠିଥିଲା। 

ଗତ ୨୦୨୦ ମସିହାରେ ସମ୍ପୃକ୍ତ ଯୁବକ ମାଲକାନଗିରି ବୁଲିବାକୁ ଆସି ନାବାଳିକାଙ୍କୁ ନିକଟସ୍ଥ ମିଲିକେଶ୍ୱର ମନ୍ଦିରକୁ ଡାକି ବିବାହ ହେବାର ପ୍ରଲୋଭନ ଦେଖାଇ ନାବାଳିକାଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ। ପରେ ଉଭୟଙ୍କ ମଧ୍ୟରେ ମୋବାଇଲରେ ଭିଡିଓ କଲ ମାଧ୍ୟମରେ କଥାବାର୍ତା ଆରମ୍ଭ ହୋଇଯାଇଥିଲା। ଏହି ଭିଡିଓ କଲରେ ଉକ୍ତ ଯୁବକ ଜଣଙ୍କ ନାବାଳିକାଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ଉଠେଇ ରଖିଥିଲେ। କୌଣସି କାରଣରୁ ସମ୍ପୃକ୍ତ ଯୁବକ ଜଣଙ୍କ ୨୦୨୧ରେ ଉକ୍ତ ନାବାଳିକାଙ୍କୁ ସେହି ଫଟୋ ପଠାଇ ବ୍ଲାକ ମେଲିଙ୍ଗ କରିବା ଆରମ୍ଭ କରିଦେଇଥିଲା। ପରେ ନାବାଳିକା ଜଣଙ୍କ ଯୁବକଙ୍କଠୁ ଦୁରେଇଯିବାରୁ ଯୁବକ ଜଣଙ୍କ ଯୁବତୀଙ୍କ ଫଟୋକୁ ନାବାଳିକାଙ୍କ ପରିବାର ଲୋକଙ୍କ ନିକଟକୁ ପଠାଇଥିଲେ। 

ଏ ସମ୍ପର୍କରେ ପରିବାର ଲୋକେ ଜାଣିବାପରେ ମାଲକାନଗିରି ଥାନାରେ ଏନେଇ ଏତଲା ଦେଇଥିଲେ। ମାଲକାନଗିରି ଏସପି ବିନୋଦ ପାଟିଲ ଙ୍କ ନିର୍ଦ୍ଦେଶ କ୍ରମେ ଏସ ଡିପିଓ ସଚୀନ ପାଟିଲ ଓ ମାଲକାନଗିରି ଥାନା ଅଧିକାରୀ ରିଗନ କିଣ୍ଡୋଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସବଇନିସପେକ୍ଟର ସର୍ବେଶ୍ୱର ଭୋଇ ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ ହୋଇ ବିଭିନ୍ନ ସ୍ଥାନରେ ଅଭିଯୁକ୍ତ ଜଣଙ୍କୁ ଖୋଜାଖୋଜି ଆରମ୍ଭ କରିଦେଇଥିଲେ। ପରେ ଯୁବକ ଜଣଙ୍କ ବାଲେଶ୍ଵର ଠାରେ ଲୁଚିଥିବାର ଖବର ପାଇ ମାଲକାନଗିରି ପୁଲିସ ଟିମ ସେଠାକୁ ଯାଇ ଅଭିଯୁକ୍ତ ଯୁବକ ସଞ୍ଜୀବ ତରାଇକୁ ଗିରଫ କରି ମାଲକାନଗିରିକୁ ଅଣିଥିଲେ। ତାଙ୍କ ମୋବାଇଲ ରୁ ଯାଞ୍ଜ କରିବାରୁ ସେଥିରୁ ସମସ୍ତ ଅଶ୍ଳୀଳ ଫଟୋ ସହ ବିବିନ୍ନ ଭିଡିଓ ଜବତ କରିଥିଲେ। ସୋମବାର ଅଭିଯୁକ୍ତ ସଞ୍ଜୀବ ତାରାଇକୁ କୋର୍ଟ ଚାଲାଣ କରାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.