ପ୍ରମୂଖ ଖବର
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ୱେବ୍ ସାମ୍ବାଦିକଙ୍କୁ ହତ୍ୟା ଘଟଣା, ଅପହୃତ କାର ଜଙ୍ଗଲରୁ ଉଦ୍ଧାର

Published By : Suraj Kumar | July 14, 2025 10:39 PM

ମାଲକାନଗିରି /ଏମଭି ୭୯/କାଲିମେଳା,୧୪|୭(ଆପ୍ର ): ମାଲକାନଗିରି ଜିଲ୍ଲାରେ ଜଣେ ୱେବ୍ ସାମ୍ବାଦିକଙ୍କୁ  ଦୁର୍ବୁତ୍ତ ହତ୍ୟା କରିବା ଘଟଣାର ତଦନ୍ତ ଜାରି ରହିଥିବା ବେଳେ ତାଙ୍କ ଠାରୁ ଛଡାଇ ନେଇଥିବା କାରଟି ଜଙ୍ଗଲରୁ ଉଦ୍ଧାର କରିଛି ପୁଲିସ। ହତ୍ୟାର ଦୁଇ ଦିନ ପରେ କାରଟିକୁ ୩୨୬ ନମ୍ବର ଜାତୀୟ ରାଜପଥର ମହାରାଜପଲ୍ଲୀ ରାସ୍ତା କଡ ଜଙ୍ଗଲରୁ ଠାବ କରିଛି ମୋଟୁ ଓ ଏମଭି-୭୯ ଥାନା ପୋଲିସ । 

ଗତ ଶନିବାର ସନ୍ଧ୍ୟା ସମୟରେ ମୁରଲୀଗୁଡା ଗ୍ରାମ ନିକଟରେ ୩ ଜଣ ସାମ୍ବାଦିକ ଓ ୨ ଜଣ ଯୁବକ ବାର୍ତ୍ତାଳାପ କଲା ବେଳେ ଦୁଇଟି ମୋଟର ସାଇକେଲରେ ୫ ଜଣ ଦୁର୍ବୁତ୍ତ ଆସି ହଠାତ ଖଣ୍ଡାରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଜଣେ ୱେବ ଚ୍ୟାନେଲର ସାମ୍ବାଦିକ ସି.ଏଚ ନରେଶଙ୍କ ମୃତ  ଘଟିଥିଲା । ଘଟଣାସ୍ଥଳରୁ ସାମ୍ବାଦିକମାନଙ୍କ କାରକୁ ମଧ୍ୟ ଦୁର୍ବୃତ୍ତ ମାନେ ଛଡାଇ ନେଇଥିଲେ । ତେବେ ଦୁଇ ଦିନ ପରେ ଉକ୍ତ କାରଟିକୁ ମହାରାଜପଲ୍ଲୀ ରାସ୍ତା କଡରୁ ପୁଲିସ ଠାବ କରିବା ସହ ଅଧିକ ତଦନ୍ତ ଜାରି ରହିଥିବା ମୋଟୁ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.