ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମାଲକାନଗିରିରେ ବାୟୁ ସ୍ୱାସ୍ଥ୍ୟ ସେବା ହେବ କେବେ ? ଚିକିତ୍ସାରୁ ବଞ୍ଚିତ ଗୁରୁତର ରୋଗୀ

Published By : Gurupada Nath | July 10, 2025 8:37 PM

ମାଲକାନଗିରି,୧୦/୭ : ଆଦିବାସୀ ଅଧ୍ୟୁଷିତ ମାଲକାନଗିରିବାସୀଙ୍କୁ ଉଚ୍ଚମାନର ସ୍ବାସ୍ଥ୍ୟସେବା ଯୋଗାଇଦେବା ଲାଗି ଗତ ୨୦୨୧ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିଲେ ବାୟୁ ସ୍ବାସ୍ଥ୍ୟସେବା । ଏହା ଗତ ୨୦/୧୨/୨୦୨୧ ରୁ ୨୮/୮/୨୦୨୩ ପର୍ଯ୍ୟନ୍ତ ଭଲ ଭାବରେ ଚାଲିଥିଲା । କଟକ, ଭୁବନେଶ୍ୱର, ବ୍ରହ୍ମପୁରରୁ ବିଶେଷଜ୍ଞ ଡାକ୍ତରମାନେ ସ୍ୱତନ୍ତ୍ର ବିମାନ ଯୋଗେ ୫ଥର ଗସ୍ତ କରି ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ୫ଟି କ୍ୟାମ୍ପ କରିଥିଲେ । ଏହାଦ୍ୱାରା ୫୪୧ଜଣ ବିଭିନ୍ନ ରୋଗରେ ଆକ୍ରାନ୍ତ ଗୁରୁତର ରୋଗୀ ଚିକିତ୍ସିତ ହେବା ସହ ୩୨ଜଣ ରୋଗୀଙ୍କର ଅପରେସନ, ୨୫୬ଜଣ ରୋଗୀଙ୍କର ଏଣ୍ଡ୍ସକୋପ, ୨୦୦ରୋଗୀଙ୍କର ଇସିଜି ପରୀକ୍ଷା କରାଯାଇଥିଲା । ଫଳରେ ମାଲକାନଗିରି ଜିଲ୍ଲା ସହ ସୀମାନ୍ତ ଛତିଶଗଡ଼ ରାଜ୍ୟ ପଡୋଶୀ ସୁକୁମା ଜିଲ୍ଲାର ମଧ୍ୟ ଗୁରୁତର ରୋଗୀ ଉପକୃତ ହେଉଥିଲେ। ଗତ ୨୦୨୩ମସିହା ସେପ୍ଟେମ୍ବରଠାରୁ କୌଣସି କାରଣ ଯୋଗୁଁ ଏହି ଯୋଜନାଟି ବନ୍ଦ ହୋଇଗଲା । ଗତ ୩ବର୍ଷ ଧରି ଏହି ଯୋଜନାରେ କୌଣସି ବିଶେଷଜ୍ଞ ଟିମ୍ ମାଲକାନଗିରିକୁ ଆସୁ ନ ଥିବାରୁ ଜିଲ୍ଲାର ଗୁରୁତର ରୋଗୀମାନେ ଉଚ୍ଚ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି। ଗତ ୨୮/୮/୨୦୨୩ରେ ଶେଷ ଥର ପାଇଁ ବିଶେଷଜ୍ଞ ଟିମ୍ ବିମାନ ଯୋଗେ ମାଲକାନଗିରିରେ ପହଞ୍ଚିଥିଲେ। ୫ଜଣିଆ ବିଶେଷଜ୍ଞ ଡାକ୍ତର ଟିମ୍‌ଙ୍କ ଗସ୍ତରେ ଜିଲ୍ଲାର ବହୁ ରୋଗୀଙ୍କ ଜଟିଳ ଅସ୍ତ୍ରୋପଚାର ସଫଳତାର ସହିତ ହୋଇଥିଲା । ସେହିପରି ହୃଦରୋଗଠାରୁ ଆରମ୍ଭ କରି ଅନ୍ୟ ରୋଗରେ ସଙ୍କଟାପନ୍ନ ଥିବା ରୋଗୀ ସୁସ୍ଥ ହୋଇଥିଲେ।

ଏହି ଯୋଜନା ପ୍ରାୟ ୩ବର୍ଷ ହେବ ବନ୍ଦ ଥିବା ଓ ଶତାଧିକ ଡାକ୍ତର ପଦବୀ ଦୀର୍ଘ ବର୍ଷ ଧରି ଖାଲି ଥିବାରୁ ଜିଲ୍ଲାର ଶତାଧିକ ଜଟିଳ ଗୁରୁତର ରୋଗୀ ଅର୍ଥ ଅଭାବରୁ ଚିକିତ୍ସିତ ହୋଇ ନ ପାରି ଯନ୍ତ୍ରଣା ଭୋଗୁଥିବା ଜଣାପଡିଛି । ଅନେକ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବା ରୋଗୀଙ୍କ ପରିବାର ଅନ୍ଧ ବିଶ୍ଵାସର ଶିକାର ହୋଇ ଝଡ଼ା ଫୁଙ୍କା ସହ ଦିଶାରୀ ଗୁଣିଆ ଓ ଅନଭିଜ୍ଞ କ୍ଵାକଙ୍କ ଦ୍ୱାରା ଚିକିତ୍ସିତ ହୋଇ କାହାର ମୃତ୍ୟୁ ଘଟିଛି ତ ଅନ୍ୟ କାହାର ରୋଗ ବଢ଼ି ଯାଉଛି । ଏମିତି କି ଗତ ମାସକ ତଳେ ପଡିଆ ବ୍ଲକରେ ଅଜଣା ରୋଗର ଶିକାର ହୋଇ ଶତାଧିକ ଲୋକ ଆକ୍ରାନ୍ତ ହୋଇଥିଲେ। ମାଲକାନଗିରି ଜିଲ୍ଲା ଓଡିଶାର ଦୂରତମ ଜିଲ୍ଲା ଏହା ରାଜଧାନୀ ଭୁବନେଶ୍ୱରଠାରୁ ଦୂରତା ୭୫୦କିମି ଦୂର । ଗରିବ ଶ୍ରେଣୀର ରୋଗୀ କଟକ, ଭୁବନେଶ୍ୱର ଏତେ ଦୂର ଯାଇ ଚିକିତ୍ସିତ ହେବା ସମ୍ଭବ ପର ନୁହଁ । ଚଳିତ ମାସ ନବରଙ୍ଗପୁର ଜିଲ୍ଲାରେ ଏହି ବାୟୁ ସ୍ୱାସ୍ଥ୍ୟ ସେବା ଆରମ୍ଭ ହୋଇ ଅନେକ ଗୁରୁତର ରୋଗୀ ଉପକୃତ ହୋଇଥିବା ବେଳେ ଏହା କେବେ ମାଲକାନଗିରି ଜିଲ୍ଲାରେ ଆରମ୍ଭ ହେବ ଜିଲ୍ଲାବାସୀ ଚାହିଁ ବସିଛନ୍ତି । ତେଣୁ ତୁରନ୍ତ ମାଲକାନଗିରି ଜିଲ୍ଲାରେ ସ୍ୱତନ୍ତ୍ର ବାୟୁ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକାରି କରିବା ପାଇଁ ଜିଲ୍ଲାବାସୀଙ୍କ ପକ୍ଷରୁ ଦାବି ହେଉଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.