ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଗୁଜୁରାଟରୁ ଶିଶୁକନ୍ୟା ଚୋରି ସନ୍ଦେହ, ବାଙ୍ଗିରିପୋଷିରୁ ଉଦ୍ଧାର

Published By : Gurupada Nath | July 12, 2025 11:06 PM

ବାଙ୍ଗିରିପୋଷି,୧୨/୭ : ସୁଦୂର ଗୁଜୁରାଟରୁ ଚୋରି ହେଲା ଶିଶୁକନ୍ୟା। ପଡ଼ୋଶୀ ପଡ଼ୋଶୀ ମଧ୍ୟରେ ଝଗଡ଼ା ପରେ ବାଙ୍ଗିରିପୋଷିରୁ ଉଦ୍ଧାର। ଏପରି ଏକ ସମ୍ବେଦନଶୀଳ ଏବଂ ଅମାନବିକତାର ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳରେ। ଘଟଣାଟି ପ୍ରଘଟ ପରେ ଏକ ୩ବର୍ଷର ଶିଶୁକନ୍ୟାକୁ ଅଙ୍ଗନବାଡି କର୍ମୀଙ୍କ  ଦ୍ୱାରା ଉଦ୍ଧାର ହେବା ପରେ ଏକ ସ୍ପର୍ଶକାତରତା ଘଟଣା ସାମ୍ନାକୁ ଆସିଛି । 

ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଅଳାଁଗୁଞ୍ଜା ଗ୍ରାମର ରିନା ସିଂ ନାମକ ଜଣେ ମହିଳା ଏକ ଶିଶୁ କନ୍ୟାକୁ ଘରେ ରଖିଥିଲେ। ଏ କଥା ରିନାଙ୍କ ଶାଶୁ ସ୍ଥାନୀୟ ଅଙ୍ଗନବାଡି କର୍ମୀ ସରିତା ଜୟନ୍ତୀ ବେହେରାକୁ ଖବର ଦେବା ପରେ ଅଙ୍ଗନବାଡି କର୍ମୀ ଯଥାଶୀଘ୍ର ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ଏହି ଘଟଣା ପ୍ରଚାରିତ ହେବା ପରେ ଗ୍ରାମବାସୀ ଏବଂ ଅଙ୍ଗନୱାଡି କର୍ମୀ ଶିଶୁକନ୍ୟାକୁ ବାଙ୍ଗିରିପୋଷି ଥାନାକୁ ନେଇ ଆସିଥିଲେ । ଗ୍ରାମବାସୀଙ୍କ କହିବା ମୁତାବକ, ଶିଶୁକନ୍ୟାକୁ ରଖିଥିବା ରିନା ସିଂ ଏହି ଶିଶୁକନ୍ୟାକୁ ଗାଁର ମୁନି ସିଂଙ୍କ ଘରେ ପୂର୍ବରୁ ଦେଖିଥିଲେ । ହେଲେ ମୁନି ସିଂଙ୍କ ଏହି ଶିଶୁ ନିଜର ହୋଇ ନ ଥିବାବେଳେ ବାରମ୍ବାର ନିର୍ଯାତନା ମଧ୍ୟ ଦେଉଥିବା ଦେଖି ମୁନି ସିଂଙ୍କୁ ତାଗିଦ୍ କରିଥିଲେ। ଫଳରେ ମୁନି ଏବଂ ରିନାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ମୁନି ସିଂ ରାଗିଯାଇ ଶିଶୁକନ୍ୟାକୁ ତୁ ରଖ କହି ତାଙ୍କ ଘରେ ଛାଡ଼ି ଚାଲି ଯାଇଥିଲେ । ମୁନି ସିଂ ଏବଂ ତାଙ୍କ ସ୍ୱାମୀ ବଜ୍ଞାଡା ସିଂ ପୂର୍ବରୁ ଗୁଜୁରାଟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ଏବଂ ଗାଁକୁ ଫେରିବାବେଳେ ଶିଶୁକନ୍ୟାକୁ ସାଙ୍ଗରେ ଆଣିଥିଲେ । 

ଏହି ଘଟଣା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ହସ୍ତକ୍ଷେପ ପରେ ଥାନାକୁ ଆସିଥିଲା । ପୋଲିସ ଏହି ଘଟଣାକୁ ଏକ ଷ୍ଟେସନ ଡାଏରୀ କରି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି କି ମୁନି ସିଂ ଏବଂ ତାଙ୍କ ସ୍ୱାମୀ ବଜ୍ଞାଡା ଗୁଜରାଟରୁ ଫେରିବାବେଳେ ଷ୍ଟେସନରେ ଶିଶୁକନ୍ୟାଟି କାନ୍ଦୁଥିବାର ଦେଖିବାକୁ ପାଇଥିଲେ ଏବଂ ସେହି ଠାରୁ ସେମାନେ ଶିଶୁକନ୍ୟାକୁ ସାଙ୍ଗରେ ନେଇ ଆସିଥିଲେ। ଏକ ମାସ ଧରି ନିଜ ସଙ୍ଗରେ ରଖିବା ସହ ଅନେକ ଥର ଶିଶୁକନ୍ୟା କୁ ନିର୍ଯ୍ୟାତନା ମଧ୍ୟ ଦେଉଥିଲେ । ଶିଶୁ ସୁରକ୍ଷା ୟୁନିଟ ଶିଶୁକନ୍ୟା କୁ ଚିକିତ୍ସା କରାଇଛନ୍ତି। ପୋଲିସ ଏବେ ଶିଶୁକନ୍ୟା ଟି କାହାର ଏବଂ ପ୍ରକୃତରେ କେଉଁ ଅଞ୍ଚଳର ସେ ନେଇ ବିଭିନ୍ନ ଥାନାକୁ ଖବର ଦେଇଛିନ୍ତି । ଶିଶୁଟି କେଉଁ ପରିସ୍ଥିତିରେ ମୁନି ସିଂ ଏବଂ ତାଙ୍କ ସ୍ୱାମୀ ଗୁଜରାଟରୁ ଆଣିଛନ୍ତି ସେ ନେଇ ମଧ୍ୟ ତଦନ୍ତ କରିବା ସହ ଦମ୍ପତିଙ୍କ ଉପରେ ନଜର ରଖିଛି ବୋଲି ବାଙ୍ଗିରିପୋଷି ଆଇଆଇସି ବିରେନ୍ଦ୍ର ସେନାପତି କହିଛନ୍ତି । ଅନ୍ୟପକ୍ଷେ ଶିଶୁଟିକୁ ପାଇଥିଲେ କିମ୍ବା ଚୋରି କରି ଆଣିଥିଲେ ତାହା ତଦନ୍ତ ଜରୁରୀ ବୋଲି ଗ୍ରାମବାସୀ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.