ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

କାଦୁଅରେ ଭର୍ତ୍ତି ନିଳାକାମ୍ବେରୁ ରାସ୍ତା, ଧାନ ତଳି ରୋଇ ପ୍ରତିବାଦ କଲେ ଗ୍ରାମବାସୀ

Published By : Suraj Kumar | July 10, 2025 9:22 PM

ମାଲକାନଗିରି /କୋରୁକୋଣ୍ଡା, ୧୦।୭(ଆପ୍ର ): ରାସ୍ତା ପାଲଟିଛି ମରଣଯନ୍ତା। ଆଣ୍ଠୁଏ ଲେଖାଏଁ କାଦୁଅ ଭର୍ତ୍ତି । ରାସ୍ତାରେ ବହୁ କଷ୍ଟରେ  ଯାତାୟାତ କରୁଛନ୍ତି କୁନି କୁନି ପିଲା ଓ ଗ୍ରାମବାସୀ। ବର୍ଷା ଦିନ ଆସିଲେ ବହୁ ଦୁର୍ଦଶା ଭୋଗୁଥିବା କହିଛନ୍ତି ଗ୍ରାମବାସୀ। ତେବେ ଗ୍ରାମକୁ ଭଲ ରାସ୍ତାଟିଏ ଯେପରି ଏମାନଙ୍କ ପାଇଁ ପାଲଟିଛି ସାତ ସପନ। ଆଜି ବିକାଶର ଏପରି ନଗ୍ନ ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନିଳାକାମ୍ବେରୁ ସଦର ପଞ୍ଚାୟତରେ। 

ଏହି ଗ୍ରାମର ନିଳାକାମ୍ବେରୁ-ଗଣେଶ ମନ୍ଦିର ରାସ୍ତା ମରଣଯନ୍ତା ପାଲଟିଥିବା ବେଳେ ବାରମ୍ବାର ଅଭିଯୋଗ ପରେ ବ୍ଲକ ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏଥିସହ ଏହି ରାସ୍ତାଟି ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ୪୦୦ ମିଟର ଦୂରରେ ରହିଥିଲେ ମଧ୍ୟ ସବୁ ଜାଣି ଚୁପ ରହିଛି ପଞ୍ଚାୟତ କର୍ତ୍ତୃପକ୍ଷ । ଉତ୍ତମ ରାସ୍ତା ଟିଏ ନଥିବାରୁ ଆମ୍ବୁଲାନ୍ସ ମଧ୍ୟ ବିଭିନ୍ନ ସମୟରେ ଏହି ରାସ୍ତାରେ ଦବି ଯାଉଥିବା ସହ ବାଇକ ଚାଳକ ମାନେ ବିଭିନ୍ନ ସମୟରେ ଏହି କାଦୁଅ ଭର୍ତ୍ତି ରାସ୍ତାରେ ପଡି ଆହତ ହେଉଥିବା ଗ୍ରାମବାସୀ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.