ଭୁବନେଶ୍ୱର, ୩।୨: ଇଟି ନାଓ ଇଣ୍ଡଷ୍ଟ୍ରି ଆଇକନ୍ସ -୨୦୨୫ ଇଷ୍ଟ ଚାପ୍ଟରର ପ୍ରଥମ ସଂସ୍କରଣର ସମ୍ମାନ ପ୍ରଦାନ ଉତ୍ସବରେ ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ପୂର୍ବ ଭାରତର ଶ୍ରେଷ୍ଠ କର୍ପୋରେଟ ହସ୍ପିଟାଲ୍ ଭାବେ ସମ୍ମାନିତ କରାଯାଇଛି । କୋଲକାତାଠାରେ ଗତ ଶୁକ୍ରବାର ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଟାଇମ୍ସ ନେଟୱାର୍କ ଡିଜିଟାଲ୍ର ପ୍ରେସିଡେଣ୍ଟ ଓ ସିଓଓ ରୋହିତ ଚଢ଼ା ସମ୍ମମ୍ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ।
ସେହିପରି ଏହି ଉତ୍ସବରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ କ୍ୟାମ୍ପସ ୨ ଫୁଲନଖରାକୁ ଓଡ଼ିଶାର ଶ୍ରେଷ୍ଠ ମଲ୍ଟିସ୍ପେଶିଆଲିଟି ହସ୍ପିଟାଲ ଭାବେ ସମ୍ମାନିତ କରାଯାଇଛି। ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ କ୍ୟାମ୍ପସ ୩ ଶୀତଳାପଲ୍ଲୀ (ବ୍ରହ୍ମପୁର)କୁ ଓଡ଼ିଶାର ଶ୍ରେଷ୍ଠ ମଲ୍ଟିସ୍ପେଶିଆଲିଟି ଇମର୍ଜିଂ ହସ୍ପିଟାଲ୍ ଭାବେ ମନୋନୀତ କରାଯାଇ ସମ୍ମାନ ପ୍ରଦାନ କରାଯାଇଛି । ସେହିପରି ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଭୁବନେଶ୍ୱରର କାର୍ଡିଓଲୋଜି, ଅଙ୍କୋଲୋଜି, ନ୍ୟୁରୋଲୋଜି, ଗ୍ୟାଷ୍ଟ୍ରୋଏନ୍ଟେରୋଲୋଜି, ହେମାଟୋଲୋଜି ଏବଂ ନେଫ୍ରୋଲୋଜି ବିଭାଗକୁ ସେହି କ୍ୟାଟେଗୋରୀରେ ଓଡ଼ିଶାର ଶ୍ରେଷ୍ଠ ବିଭାଗ ଭାବେ ମାନ୍ୟତା ପ୍ରଦାନ କରାଯାଇଛି ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଭୁବନେଶ୍ୱରର ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ କ୍ୟାମ୍ପସ ୨ ଫୁଲନଖରାର ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ଏବଂ ବିଶ୍ୱବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଶୁଭଦର୍ଶିନୀ ମିଶ୍ର ଏହି ସମ୍ମାନ ଗ୍ରହଣ କରିଥିଲେ ।
ଏହି ସମ୍ମାନଗୁଡ଼ିକୁ ବଲିଉଡ୍ ଅଭିନେତା ତଥା ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ପ୍ରସାରିତ ବହୁଚର୍ଚ୍ଚିତ ‘ହିରାମଣ୍ଡି’ ସିରିଜ୍ର ଫେମ୍ ତାରା ଶାହା ବଦୁଶାହା, ବିଶିଷ୍ଟ ଭାରତୀୟ ସିନେମା ପ୍ରଯୋଜିକା, ନିର୍ଦ୍ଦେଶିକା, ଲେଖିକା ନନ୍ଦିତା ରାୟ ଏବଂ ଅଭିନେତା ତଥା ନିର୍ଦ୍ଦେଶକ ଓ ଲେଖକ ଶିବପ୍ରସାଦ ମୁଖାର୍ଜୀ ଏବଂ ବଲିଉଡ୍ ଅଭିନେତା ଅପାରଶକ୍ତି ଖୁରାନା ପ୍ରଦାନ କରିଥିଲେ ।