ପ୍ରମୂଖ ଖବର
  • ବ୍ରହ୍ମପୁର : ମା’ ତାରାତାରିଣୀ ପୀଠ ରୋପଓ୍ବେର ହେବ ମରାମତି , ଆସନ୍ତା ୮ ପର୍ଯ୍ୟନ୍ତ ଲୋକଙ୍କ ପାଇଁ ରହିବ ବନ୍ଦ
  • ||
  • ଯାଜପୁର : ଋଣ ଭାର ସହି ନପାରି ଜୀବନ ହାରିଲେ ଦମ୍ପତି, ପୋଲିସର ତଦନ୍ତ ଆରମ୍ଭ
  • ||
  • ଖଣ୍ଡଗିରି କୁମ୍ଭମେଳାରେ ଅଶ୍ଳୀଳ ନୃତ୍ୟକୁ ବିରୋଧ, ଠେଙ୍ଗା ପୂଜା କଲେ ଏକାମ୍ର ବିଧାୟକ
  • ||
  • ଲୁଟ୍‌ ଘଟଣାରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ ରାତି ହେଲେ ଛାତି ଥରୁଛି
  • ||
  • ଦାରିଙ୍ଗବାଡ଼ି : ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର
  • ||
  • ଭୁବନେଶ୍ୱର : ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲେ ୨ ଲୁଟେରା
  • ||
  • ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ
  • ||
  • ୮ ଘଣ୍ଟିଆ ବିନିକା ବନ୍ଦ ଡାକରା, ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ପାଳନ
  • ||
  • ଧୂର୍ତ୍ତ ଯୋଡି ହଂସିତା-ଅନୀଲଙ୍କ ବଢ଼ିଲା ଅଡୁଆ, ଆଜି ଜେଲ୍‌ରେ ଜେରା କରିବ ଆୟକର ବିଭାଗ
  • ||
  • ଭୁବନେଶ୍ୱର : ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ
  • ||
  • କୋଣାର୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୩ ଉଠା ଦୋକାନ
  • ||
  • ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ତାତି: ପ୍ରଥମ ଥର ୩୬ ଡିଗ୍ରୀ ପାର୍ କଲା ପାରଦ, ୫ ସହର ୩୫ ଡିଗ୍ରୀ ଉପରେ
  • ||
  • ଜଳେଶ୍ୱର : କଣ୍ଟେନରକୁ ଧକ୍କାଦେଲା କଣ୍ଟେନର, ଡ୍ରାଇଭର ଗୁରୁତର
  • ||

୩୪୫ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

Published By : Prameya | February 3, 2025 7:18 PM

ଜଳେଶ୍ବର୩।୨   :  ୩୪୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହିତ ଆନ୍ତଃରାଜ୍ୟ ବ୍ରାଉନସୁଗାର ମାଫିଆକୁ ଗିରଫ କରିଛି ଜଳେଶ୍ବର ପୋଲିସ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୪ଲକ୍ଷ ୫୦ ହଜାର ଟଙ୍କା  । ଗିରଫ ଅଭିଯୁକ୍ତ ଜଣକ ହେଲେ ଟାକଲୁ ରାଜା ଔରଫ ସମିରୁଦ୍ଦିନ  ବୋଲି  ବାଲେଶ୍ବର ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଜଳେଶ୍ୱର ଥାନା ଝାଡ଼େଶ୍ୱରପୁର ଅଞ୍ଚଳର ଆନ୍ତଃରାଜ୍ୟ ବ୍ରାଉନସୁଗାର ବେପାରୀ ଟାକଲୁ ରାଜା ଔରଫ ସମିରୁଦ୍ଦିନ ଦୀର୍ଘ ଦିନ ଧରି ବ୍ରାଉନସୁଗାର କାରବାର ଚଳାଇ ଆସୁଥିଲା । ତେବେ ରବିବାର ଅପରାହ୍ନରେ ପଶ୍ଚିମବଙ୍ଗ ଅଞ୍ଚଳରୁ ବ୍ରାଉନସୁଗାର ନେଇ ଜଳେଶ୍ୱର ଅଞ୍ଚଳକୁ ଆସିଥିଲା। ଜଳେଶ୍ୱର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଝଡ଼େଶ୍ୱରପୁର ଅଞ୍ଚଳର ଏକ ହୋଟେଲରେ ଚଢ଼ାଉ କରି  ତାକୁ ଧରିଥିଲା। ଟାକଲୁ ରାଜାକୁ ଗିରଫ କରିବା    ସହ   ତାଙ୍କ ନିକଟରୁ ୩୪୫ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲା। ଏଥି ସହ ନଗଦ ୩୮୦୦ ଟଙ୍କା, ଗୋଟେ ମୋବାଇଲ ଓ ଗୋଟିଏ ବାଇକ ଜବତ କରିଛି ପୋଲିସ। 

ପୂର୍ଵରୁ ୨୦୨୦ ମସିହାରେ ୭ଟି ମାମଲା ଟାକଲୁ  ବିରୋଧରେ ଥାନରେ  ରୁଜୁ ହୋଇଥିଲା।  ୨୦୨୧ରେ ସେ ଆତ୍ମ ସମର୍ପଣ କରିଥିଲା ୨୦୨୩ ମସିହାରେ  ସେ ଜେଲରୁ ବାହାରି ଥିଲା। ସେ ପଡୋଶୀ ବାଂଲାଦେଶ ଓ ନେପାଳ, ଦୁବାଇରୁ ଧଳା ଜହର ଆାଣି  କାରବାର କରୁ ଥିଲା ।  ଜଳେଶ୍ୱେର ଅଂଚଳରେ  ତାହାର ଆନୁମାନିକ ୧୦ କୋଟି ଟଙ୍କାର ସମ୍ପତ୍ତି ଠାବ କରା ଯାଇଥିଲା।  ଜଳେଶ୍ୱର ତହସିଲଦାରଙ୍କ ସହାୟତାରେ ଟାକଲୁ ରାଜାର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପକ୍ରିୟା ଚାଲୁ ଅଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.