ପ୍ରମୂଖ ଖବର
  • ବ୍ରହ୍ମପୁର : ମା’ ତାରାତାରିଣୀ ପୀଠ ରୋପଓ୍ବେର ହେବ ମରାମତି , ଆସନ୍ତା ୮ ପର୍ଯ୍ୟନ୍ତ ଲୋକଙ୍କ ପାଇଁ ରହିବ ବନ୍ଦ
  • ||
  • ଯାଜପୁର : ଋଣ ଭାର ସହି ନପାରି ଜୀବନ ହାରିଲେ ଦମ୍ପତି, ପୋଲିସର ତଦନ୍ତ ଆରମ୍ଭ
  • ||
  • ଖଣ୍ଡଗିରି କୁମ୍ଭମେଳାରେ ଅଶ୍ଳୀଳ ନୃତ୍ୟକୁ ବିରୋଧ, ଠେଙ୍ଗା ପୂଜା କଲେ ଏକାମ୍ର ବିଧାୟକ
  • ||
  • ଲୁଟ୍‌ ଘଟଣାରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ ରାତି ହେଲେ ଛାତି ଥରୁଛି
  • ||
  • ଦାରିଙ୍ଗବାଡ଼ି : ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର
  • ||
  • ଭୁବନେଶ୍ୱର : ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲେ ୨ ଲୁଟେରା
  • ||
  • ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ
  • ||
  • ୮ ଘଣ୍ଟିଆ ବିନିକା ବନ୍ଦ ଡାକରା, ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ପାଳନ
  • ||
  • ଧୂର୍ତ୍ତ ଯୋଡି ହଂସିତା-ଅନୀଲଙ୍କ ବଢ଼ିଲା ଅଡୁଆ, ଆଜି ଜେଲ୍‌ରେ ଜେରା କରିବ ଆୟକର ବିଭାଗ
  • ||
  • ଭୁବନେଶ୍ୱର : ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ
  • ||
  • କୋଣାର୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୩ ଉଠା ଦୋକାନ
  • ||
  • ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ତାତି: ପ୍ରଥମ ଥର ୩୬ ଡିଗ୍ରୀ ପାର୍ କଲା ପାରଦ, ୫ ସହର ୩୫ ଡିଗ୍ରୀ ଉପରେ
  • ||
  • ଜଳେଶ୍ୱର : କଣ୍ଟେନରକୁ ଧକ୍କାଦେଲା କଣ୍ଟେନର, ଡ୍ରାଇଭର ଗୁରୁତର
  • ||

ତ୍ରିରଙ୍ଗା ଧରି ଚାଲି ଚାଲି ଭାରତ ଭ୍ରମଣରେ ବାହାରିଛନ୍ତି ଦୁଇ ଯୁବକ, କରିବେ ତିନିଧାମ ଦର୍ଶନ

Published By : Prameya | February 1, 2025 10:14 PM

ନୀଳଗିରି,୧/୨(ଆ.ପ୍ର): କାନ୍ଧରେ ଟଙ୍ଗା ଯାଇଛି ବ୍ୟାଗ ଓ ହାତରେ ତ୍ରିରଙ୍ଗା ପତାକା। ଦୁଇ ଯୁବକ ପାଦରେ ଚାଲି ଚାଲି କରୁଛନ୍ତି ଭାରତ ଭ୍ରମଣ।ବାଟରେ ଯେଉଁ ଦେବାଳୟ ପଡୁଛି ଯାଇ ଦର୍ଶନ କରି ଆଶିଷ କାମନା କରୁଛନ୍ତି।ଏଭଳି ଦେଢ଼ ବର୍ଷର ମିଶନ ନେଇ ବାହାରିଛନ୍ତି ପଶ୍ଚିମବଙ୍ଗ  ମେଦିନୀପୁରର ବିଶ୍ବଜିତ ଦାସ ଓ କୈଳାସ ସରକାର। 

ସେ ଗତ ମାସ ଜାନୁଆରି ୫ ତାରିଖ ଠାରୁ ପାଦରେ ଚାଲି ଚାଲି ଭାରତ ଭ୍ରମଣରେ ବାହାରିଛନ୍ତି। ସେ ପ୍ରଥମେ ପଶ୍ଚିମବଙ୍ଗ ନଦିଆରୁ ତାଙ୍କର ଯାତ୍ରା ଆରମ୍ଭ କରି କାନ୍ଧରେ ବ୍ୟାଗ ଓ ତ୍ରିରଙ୍ଗା ପତାକା ଧରି ଏହି ମିଶନରେ ବାହାରିଛନ୍ତି।ପାଦରେ ଚାଲି ଚାଲି ଭାରତର ୧୦ ଜ୍ୟୋର୍ତିଲିଙ୍ଗ ସମେତ ତିନି ଧାମର ଭ୍ରମଣ କରିବେ। ପଦଯାତ୍ରାର ଉଦ୍ଦେଶ୍ୟ ସନାତନ ଧର୍ମକୁ ଏକଜୁଟ ରଖିବା ଏବଂ ଜଙ୍ଗଲ ପରିବେଶକୁ ବଞ୍ଚାଇ ଲକ୍ଷ୍ୟ  ବୋଲି କହିଛନ୍ତି। ଏହି କ୍ରମରେ ପଶ୍ଚିମବଙ୍ଗ, ପରେ ଓଡ଼ିଶାରେ ପହଞ୍ଚି ଜଳେଶ୍ବର ହୋଇ ଶନିବାର ସନ୍ଧ୍ୟା ସମୟରେ ନୀଳଗିରି ତୃତୀୟ ଶ୍ରୀକ୍ଷେତ୍ରରେ ତିନିଠାକୁରଙ୍କ ଦର୍ଶନ କରିଥିଲେ।ଏହାପରେ ଉତ୍ତର ଓଡିଶାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ଵର ଶୈବପୀଠରେ ପାଞ୍ଚଲିଙ୍ଗଙ୍କୁ ପୂଜାର୍ଚ୍ଚନା କରି ଆଶିଷ ନେଇ ପୁରୀ ଅଭିମୁଖେ ବାହାରିବେ।ରାମେଶ୍ବରମ୍,ଦ୍ଵାରିକା,କନ୍ଯାକୁମାରୀ ବାଗେଶ୍ବର ଧାମ ଯାଇ ଦେଢବର୍ଷରେ ଏହି ମିଶନ ପୂରଣ କରିବା ସହ ରାସ୍ତାରେ ପରିବେଶ ଓ ସନାତନ ଧର୍ମର ସଚେତନ କରିବେ ବୋଲି ଜଣାପଡ଼ିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.