ପ୍ରମୂଖ ଖବର
  • ବ୍ରହ୍ମପୁର : ମା’ ତାରାତାରିଣୀ ପୀଠ ରୋପଓ୍ବେର ହେବ ମରାମତି , ଆସନ୍ତା ୮ ପର୍ଯ୍ୟନ୍ତ ଲୋକଙ୍କ ପାଇଁ ରହିବ ବନ୍ଦ
  • ||
  • ଯାଜପୁର : ଋଣ ଭାର ସହି ନପାରି ଜୀବନ ହାରିଲେ ଦମ୍ପତି, ପୋଲିସର ତଦନ୍ତ ଆରମ୍ଭ
  • ||
  • ଖଣ୍ଡଗିରି କୁମ୍ଭମେଳାରେ ଅଶ୍ଳୀଳ ନୃତ୍ୟକୁ ବିରୋଧ, ଠେଙ୍ଗା ପୂଜା କଲେ ଏକାମ୍ର ବିଧାୟକ
  • ||
  • ଲୁଟ୍‌ ଘଟଣାରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ ରାତି ହେଲେ ଛାତି ଥରୁଛି
  • ||
  • ଦାରିଙ୍ଗବାଡ଼ି : ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର
  • ||
  • ଭୁବନେଶ୍ୱର : ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲେ ୨ ଲୁଟେରା
  • ||
  • ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ
  • ||
  • ୮ ଘଣ୍ଟିଆ ବିନିକା ବନ୍ଦ ଡାକରା, ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ପାଳନ
  • ||
  • ଧୂର୍ତ୍ତ ଯୋଡି ହଂସିତା-ଅନୀଲଙ୍କ ବଢ଼ିଲା ଅଡୁଆ, ଆଜି ଜେଲ୍‌ରେ ଜେରା କରିବ ଆୟକର ବିଭାଗ
  • ||
  • ଭୁବନେଶ୍ୱର : ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ
  • ||
  • କୋଣାର୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୩ ଉଠା ଦୋକାନ
  • ||
  • ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ତାତି: ପ୍ରଥମ ଥର ୩୬ ଡିଗ୍ରୀ ପାର୍ କଲା ପାରଦ, ୫ ସହର ୩୫ ଡିଗ୍ରୀ ଉପରେ
  • ||
  • ଜଳେଶ୍ୱର : କଣ୍ଟେନରକୁ ଧକ୍କାଦେଲା କଣ୍ଟେନର, ଡ୍ରାଇଭର ଗୁରୁତର
  • ||

ଅନୁମତି ମିଳିଲାଣି, ସ୍କୁଲ ଗେଟ ଆଗରେ ପୂଜା କଲେ ଛାତ୍ରଛାତ୍ରୀ

Published By : Prameya | February 2, 2025 10:27 PM

ଜଳେଶ୍ୱର ୦୨/୦୨(ସ୍ଵ. ପ୍ର  ) : ସରସ୍ବତୀ ପୂଜା ପାଳନ  ପାଇଁ ସ୍କୁଲରେ  ଅନୁମତି ମିଳିଲାଣି। ଶେଷରେ  ସ୍କୁଲ ଗେଟ ଆଗରେ ଛାତ୍ରଛାତ୍ରୀ ପୂଜା କରିଛନ୍ତି।  ଜଳେଶ୍ୱର ବ୍ଲକର  ହାତୀଗଡ ଉଚ୍ଚ ବିଦ୍ୟାଳୟ ଓ ହାତୀଗଡ ମାଧ୍ୟମିକ ବିଦ୍ୟାଳୟ ସାମ୍ନାରେ ଏହା ଦେଖିବାକୁ ମିଳିଛି।

ଜଳେଶ୍ୱର ବ୍ଲକ୍‌ରେ ରହିଛି ହାତୀଗଡ ଉଚ୍ଚ ବିଦ୍ୟାଳୟ ଓ ହାତୀଗଡ ମାଧ୍ୟମିକ ବିଦ୍ୟାଳୟ। ଏଠାରେ ବିଭିନ୍ନ ସମ୍ପ୍ରଦାୟର ପିଲାମାନେ ପାଠ ପଢ଼ୁଛନ୍ତି। ହେଲେ ଦୁଃଖର ବିଷୟ, ଏହି ବିଦ୍ୟାଳୟରେ ଆଜି ସରସ୍ଵତୀ ପୂଜା ହୋଇନାହିଁ। ତେଣୁ ଅଭିଭାବକ ଓ ପିଲାମାନେ ବିଦ୍ୟାଳୟ ଗେଟ୍‌ ସମ୍ମୁଖରେ ଟେଣ୍ଟ ବାନ୍ଧି ମେଢ଼ କରିଛନ୍ତି। ଆଉ ବାଗ୍‌ଦେବୀଙ୍କ ପ୍ରତିମା ସ୍ଥାପନ କରି ପୂଜାର୍ଚ୍ଚନା କରୁଛନ୍ତି। ରୀତିନୀତି ଅନୁସାରେ  ପୂଜା କରୁଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟରେ ପୂଜା କରିବା ପାଇଁ ପ୍ରଧାନଶିକ୍ଷୟିତ୍ରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଅନୁମତି ଦେଉନଥିବା ଅଭିଯୋଗ କରିଛନ୍ତି।

ଏନେଇ ସ୍କୁଲ ସଭାପତି ଚନ୍ଦନ କୁମାର ଦାସ କହିଛନ୍ତି,  ପୂଜା କରିବା ପାଇଁ ପ୍ରଧାନଶିକ୍ଷୟିତ୍ରୀ ଓ ଜିଲ୍ଲା ଶିକ୍ଷାଅଧିକାରୀ ଅନୁମତି ଦେଲେନି। ତେଣୁ ଆମେ ପିଲାଙ୍କୁ ନେଇ ଗେଟ୍‌ ବାହାରେ ପୂଜା କରୁଛୁ। ଏ ସମ୍ପର୍କରେ  ଡିଇଓ ପ୍ରାଚୀ ତନୟା ଗିରି କହିଛନ୍ତି ଯେ ,  ସେଠାରେ ପୂଜା କରାଯାଏ ନାହିଁ। ପୂର୍ବରୁ ମଧ୍ୟ କେବେ ହେଲେ ସ୍କୁଲରେ  ପୂଜା କରାଯାଇ ନାହିଁ। ସେଠାରେ ପୂଜା କରାଗଲେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ବୋଲି ସ୍ଥାନୀୟ ତହସିଲଦାର ଓ ଆଇଆଇସି ଫୋନ୍‌ କରି କହିଥିଲେ। ତେଣୁ ପୂଜା ବନ୍ଦ କରାଯାଇଛି। ଯଦି କିଛି ନୂଆ ପରମ୍ପରା ସୃଷ୍ଟି କରିବାକୁ ଚାହୁଁଛନ୍ତି, ତାହାହେଲେ ଗାଁ ଲୋକମାନେ ବସି ନିଷ୍ପତ୍ତି ନେବେ ବୋଲି ଡିଇଓ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.