ପ୍ରମୂଖ ଖବର
  • ଗାଁ ନିକଟରେ ବୁଲୁଛନ୍ତି ଗୋଠଛଡ଼ା ମା’-ଛୁଆ ହାତୀ, ଭୟଭୀତ ଲୋକେ
  • ||
  • ଝିଅ ବାହାଘର ପାଇଁ ଜମି ବିକ୍ର କରି ରଖିଥିଲେ ଟଙ୍କା ଏବଂ ସୁନା, କଳାକନା ବୁଲାଇଦେଲେ ଦୁର୍ବୃତ୍ତ
  • ||
  • ବ୍ଲାକ୍‌ମେଲ୍‌ ଓ ସେକ୍ସଟର୍ସନ୍‌ର ଶିକାର ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ମାମଲା, ୫ ଦିନିଆ ରିମାଣ୍ଡରେ ନାଇଜେରୀୟ ଠକ
  • ||
  • ବିଧାନସଭା ବଜେଟ ଅଧିବେଶ, ଗିନି ଘଣ୍ଟମାଡ଼ ଧୋଇଗଲା ପ୍ରଶ୍ନକାଳ, ଦିନ ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ
  • ||
  • ଆଇପିଏଲ୍ ୨୦୨୫: ଆଜି ଗୁଜରାଟ ଟାଇଟନ୍ସ-ପଞ୍ଜାବ କିଙ୍ଗ୍‌ସ ଲଢ଼େଇ, ଫୋକସ୍‌ରେ ପଣ୍ଟିଂ-ଆୟର ଯୋଡ଼ି
  • ||
  • ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା-ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ଏକକାଳୀନ ୯ଟି ସ୍ଥାନରେ ରେଡ୍
  • ||
  • ବିଧାନସଭାରେ ଅଚଳାବସ୍ଥା ଜାରି, ଶାସକ-ବିରୋଧୀଙ୍କ ଜିଦ ଯୋଗୁଁ ଚାଲିପାରୁନି ଗୃହ
  • ||
  • ନନ୍ଦନକାନନ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା, ସ୍ଥାୟୀ ନିଯୁକ୍ତି ଦାବିରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ
  • ||
  • ରାଜ୍ୟରେ ବଦଳିବ ପାଗର ମିଜାଜ୍, ଉପରମୁହାଁ ​‌ହେବ ପାରଦ: ୩ ଦିନରେ ୫ ଡିଗ୍ରୀ ବଢ଼ିବ ତାତି
  • ||

ମାଲକାନଗିରି ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନାମରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି

Published By : Prameya | February 3, 2025 6:13 PM

ମାଲକାନଗିରି,୩।୨ : ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଓ ଅନ୍ୟ ତିନି ଜଣଙ୍କ ନାମରେ ଜାମିନ ବିହୀନ ଗିରଫ ପର୍-ୱାନା ମାଲକାନଗିରି ଏସଡିଜେଏମ କୋର୍ଟଜାରି କରିଛନ୍ତି । ତତ୍କାଳୀନ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାରେ ମାଲକାନଗିରି ଏସଡିଜେଏମ କୋର୍ଟ ଜାମିନ ବିହୀନ ଗିରଫ ପର୍-ୱାନା ଜାରି କରିଛନ୍ତି । ବାରମ୍ବାର ସମନ ପରେ ମଧ୍ୟ କୋର୍ଟରେ ହାଜର ନ ହୋଇ ସମୟ ପରେ ସମୟ ଗଡାଉ ଥିଲେ ମନୀଷ ଅଗ୍ରୱାଲ ଓ ତାଙ୍କ ସହଯୋଗୀ ।

୨୦୧୯ ଡିସେମ୍ବର ୨୭ ରେ ସନ୍ଦେହ ଜନକ ଭାବେ ନିଖୋଜ ହୋଇଯାଇଥିଲେ ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡା । ଦିନକ ପରେ ମାଲକାନଗିରି ସତିଗୁଡା ଜଳ ଭଣ୍ଡାରରୁ ଦେବ ନାରାୟଣ ପଣ୍ଡାଙ୍କ ମୃତଦେହ ଠାବ ହୋଇଥିଲା । ବ୍ୟକ୍ତିଗତ ସହାୟକ ଦେବ ନାରାୟଣଙ୍କୁ ହତ୍ୟା କରାଯାଇଥିବା ନେଇ ପତ୍ନୀ ବନଜା ପଣ୍ଡା ଅଭିଯୋଗ ଆଣିଥିଲେ । ପ୍ରଥମେ ମାଲକାନଗିରି କୋର୍ଟ ପରେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।  ବର୍ତ୍ତମାନ ମାଲକାନଗିରି ଏସଡିଜେଏମ କୋର୍ଟରେ ଶୁଣାଣି ପାଇଁ ମନୀଷ ଅଗ୍ରୱାଲ ଓ ତାଙ୍କ ୩ ସହଯୋଗୀ ଅବସର ପ୍ରାପ୍ତ ଓଆରଏସ ଅଧିକାରୀ ଭଗବାନ ପାଣିଗ୍ରାହୀ, ଡାଟା ଏଣ୍ଟ୍ରି ଅପରେଟର ଭି. ବେଣୁ ଓ ଷ୍ଟେନୋଗ୍ରାଫର ପ୍ରକାଶ ଚନ୍ଦ୍ର ସ୍ୱାଇଁଙ୍କୁ ଏସଡିଜେଏମ କୋର୍ଟ ବାରମ୍ବାର ସମନ କରିଥିଲେ।  କିନ୍ତୁ ସେମାନେ  କୋର୍ଟରେ ଉପସ୍ଥିତ ନ ରହି ସମୟ ଗଡାଉଥିବାରୁ ମାଲକାନଗିରି ଏସଡିଜେଏମ ଏନବିଡବ୍ଳୁ୍ୟୁ ଜାରି କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.