ପ୍ରମୂଖ ଖବର
  • ଯାଜପୁର : ଋଣ ଭାର ସହି ନପାରି ଜୀବନ ହାରିଲେ ଦମ୍ପତି, ପୋଲିସର ତଦନ୍ତ ଆରମ୍ଭ
  • ||
  • ଖଣ୍ଡଗିରି କୁମ୍ଭମେଳାରେ ଅଶ୍ଳୀଳ ନୃତ୍ୟକୁ ବିରୋଧ, ଠେଙ୍ଗା ପୂଜା କଲେ ଏକାମ୍ର ବିଧାୟକ
  • ||
  • ଲୁଟ୍‌ ଘଟଣାରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ ରାତି ହେଲେ ଛାତି ଥରୁଛି
  • ||
  • ଦାରିଙ୍ଗବାଡ଼ି : ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର
  • ||
  • ଭୁବନେଶ୍ୱର : ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲେ ୨ ଲୁଟେରା
  • ||
  • ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ
  • ||
  • ୮ ଘଣ୍ଟିଆ ବିନିକା ବନ୍ଦ ଡାକରା, ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ପାଳନ
  • ||
  • ଧୂର୍ତ୍ତ ଯୋଡି ହଂସିତା-ଅନୀଲଙ୍କ ବଢ଼ିଲା ଅଡୁଆ, ଆଜି ଜେଲ୍‌ରେ ଜେରା କରିବ ଆୟକର ବିଭାଗ
  • ||
  • ଭୁବନେଶ୍ୱର : ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ
  • ||
  • କୋଣାର୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୩ ଉଠା ଦୋକାନ
  • ||
  • ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ତାତି: ପ୍ରଥମ ଥର ୩୬ ଡିଗ୍ରୀ ପାର୍ କଲା ପାରଦ, ୫ ସହର ୩୫ ଡିଗ୍ରୀ ଉପରେ
  • ||
  • ଜଳେଶ୍ୱର : କଣ୍ଟେନରକୁ ଧକ୍କାଦେଲା କଣ୍ଟେନର, ଡ୍ରାଇଭର ଗୁରୁତର
  • ||

ଖୋଲାଖୋଲି ଚାଲିଛି କାଗଜ କପ୍‌ ବ୍ୟବହାର, ସବୁ ଜାଣି ଚୁପ୍‌ ବସିଛି ବିଏମ୍‌ସି

Published By : Prameya | February 3, 2025 10:08 AM

ଭୁବନେଶ୍ୱର ୦୩/୦୨: କାଗଜ କପ୍‌ରେ ଚା’ ପିଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । ହୋଇପାରେ ମାରାତ୍ମକ ରୋଗ । ତେଣୁ କାଗଜ କପ୍‌କୁ ବିଏମ୍‌ସି ନିଷିଦ୍ଧ କରି ମାଟିକପ୍‌ ଓ କାଚ ଗ୍ଲାସ୍‌ ବ୍ୟବହାର ପାଇଁ ନିର୍ଦ୍ଦେଶ ଜାରି କଲା । କେତେକ ଦୋକାନୀ ନିର୍ଦ୍ଦେଶ ମାନିଲେ, ଆଉ କେତେକ ଦୋକାନୀ ଏହି କଟକଣାକୁ ଖାତିର କଲେନି । ଖୋଲାଖୋଲି ବ୍ୟବହାର କଲେ । ଖାଲି କାଗଜ କପ୍‌ କାହିଁକି ପଲିଥିନ୍‌ ଓ ଥର୍ମୋକୁଲ୍‌ ଉପରେ ବି କଟକଣା ଲାଗିଥିଲା । ହେଲେ ବ୍ୟବହାର ବନ୍ଦ ହେଲା ନାହିଁ । ଦୋକାନୀ ଏଥିରେ ଖାଦ୍ୟ ଓ ପାନୀୟ ପରଷୁଛନ୍ତି । ବିଏମ୍‌ସି ଏହି କପ୍‌ ବ୍ୟବହାର ଉପରେ କଟକଣା ଲଗାଇଲା, କିନ୍ତୁ ଧରପଗଡ଼ କି କାର୍ଯ୍ୟନୁଷ୍ଠାନ ହେଲା ନାହିଁ । 

୫ ମାସ ତଳେ ବିଏସ୍‌ସି ପକ୍ଷରୁ କାଗଜ ଚା’ କପ୍‌, ପଲିଥିନ୍‌, ଥର୍ମୋକୁଲ୍‌ ବ୍ୟବହାର ନିଷିଦ୍ଧ କରାଯାଇଥିଲା । କଟକଣା ନମାନିଲେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଘୋଷଣା ହୋଇଥିଲା । ମାତ୍ର ଚା’ ଦୋକାନୀ, ଜୁସ୍‌ ଦୋକାନୀ ଓ ବିଭିନ୍ନ କାର୍ଯ୍ୟାଳୟରେ କାଗଜ କପ୍‌କୁ ମନଇଚ୍ଛା ଲୋକମାନେ ବ୍ୟବହାର କରୁଛନ୍ତି । ଏକ ନମ୍ବର ହାଟରେ ଖଲି ଦୋକାନରେ ମଧ୍ୟ ବସ୍ତା ବସ୍ତା କାଗଜ କପ୍‌-ପ୍ଲେଟ୍‌ ବିକ୍ରି ହେଉଛି । ଯେଉଁ ଦେକାନୀମାନେ କେବଳ ମାଟି ଓ କାଚ ଗ୍ଲାସ୍‌ ବ୍ୟବହାର କରୁଛନ୍ତି ସେମାନଙ୍କ କହିବା କଥା, ଆମେ କଟକଣା ମାନିଲୁ, କ୍ଷତି ସହି କାଗଜ କପ୍‌ର ବ୍ୟବହାର ବନ୍ଦ କଲୁ । କିନ୍ତୁ ବିଏମ୍‌ସିର ସଫେଇ ଗାଡ଼ି ଚା’ଦୋକାନ ଆଗରୁ ପ୍ରତିଦିନ ବ୍ୟବହୃତ ଚା’ କପ୍‌ ଉଠାଉଛି । ସବୁ ଜାଣି ବିଏମ୍‌ସି ଚୁପ୍‌ । 

ଆଉ କେତେକ ଚା’ ଦୋକାନୀଙ୍କ କହିବା କଥା, କାଗଜ କପ୍‌ରେ ଚା’ ଦେଲେ ଆମକୁ ଶସ୍ତା ପଡ଼ୁଛି । ମାଟି କପ୍‌ ମୂଲ୍ୟ ଟିକେ ଅଧିକ ରହୁଛି । ସେଥିପାଇଁ ଲୋକମାନେ ଅଧିକ ଦାମ୍‌ ଦେଇ ମାଟି କପ୍‌ରେ ପିଇବାକୁ ଚାହୁଁ ନାହାନ୍ତି । ଏଥିସହିତ କାଚଗ୍ଲାସ୍‌ରେ ଚା’ ଦେଲେ ଆମକୁ ଧୋଇବାକୁ ଅସୁବିଧା ହେବା ସହିତ ଭାଙ୍ଗିବାର ମଧ୍ୟ ଆଶଙ୍କା ରହିଥାଏ । ତେଣୁ ଏହି କପ୍‌ରେ ଆମେ ଚା’ଦେଉଛୁ । ବଜାରରେ ମଧ୍ୟ ବହୁଳ ମାତ୍ରାରେ ବିକ୍ରି ହେଉଛି କାଗଜ ପ୍ଲେଟ୍‌ ଓ ଗିନା । ଯେଉଁଥିରେ ରହୁଛି ପତଳା ପ୍ଲାଷ୍ଟିକ୍‌ ଜରିର ଆବରଣ । ଗରମ ଖାଦ୍ୟ କିମ୍ବା ପାନୀୟ ସଂସ୍ପର୍ଶରେ ଆସିଲେ ଶରୀରରେ ନାନା ରୋଗକୁ ସୃଷ୍ଟି କରିଥାଏ । ଚା’ ଦିଆଯାଉଥିବା କାଗଜ କପ୍‌ର ମୂଲ୍ୟ ଗୋଟେ ପ୍ୟାକେଟ୍‌କୁ ୨୦ ଟଙ୍କା ଏବଂ ଏଥିରେ ପ୍ରାୟ ୪୦ ଟି କପ୍‌ ଥାଏ । ମାଟି କପ୍‌ ଗୋଟିକର ମୂଲ୍ୟ ୨ ଟଙ୍କାରୁ ଆରମ୍ଭ । ସେହିପରି କାଗଜ ପ୍ଲେଟ୍‌ର ମୂଲ୍ୟ ଗୋଟିକୁ ୨ରୁ ୩ ଟଙ୍କା ପଡ଼ୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.