ପ୍ରମୂଖ ଖବର
  • ଯାଜପୁର : ଋଣ ଭାର ସହି ନପାରି ଜୀବନ ହାରିଲେ ଦମ୍ପତି, ପୋଲିସର ତଦନ୍ତ ଆରମ୍ଭ
  • ||
  • ଖଣ୍ଡଗିରି କୁମ୍ଭମେଳାରେ ଅଶ୍ଳୀଳ ନୃତ୍ୟକୁ ବିରୋଧ, ଠେଙ୍ଗା ପୂଜା କଲେ ଏକାମ୍ର ବିଧାୟକ
  • ||
  • ଲୁଟ୍‌ ଘଟଣାରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ ରାତି ହେଲେ ଛାତି ଥରୁଛି
  • ||
  • ଦାରିଙ୍ଗବାଡ଼ି : ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର
  • ||
  • ଭୁବନେଶ୍ୱର : ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲେ ୨ ଲୁଟେରା
  • ||
  • ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ
  • ||
  • ୮ ଘଣ୍ଟିଆ ବିନିକା ବନ୍ଦ ଡାକରା, ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ପାଳନ
  • ||
  • ଧୂର୍ତ୍ତ ଯୋଡି ହଂସିତା-ଅନୀଲଙ୍କ ବଢ଼ିଲା ଅଡୁଆ, ଆଜି ଜେଲ୍‌ରେ ଜେରା କରିବ ଆୟକର ବିଭାଗ
  • ||
  • ଭୁବନେଶ୍ୱର : ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ
  • ||
  • କୋଣାର୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୩ ଉଠା ଦୋକାନ
  • ||
  • ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ତାତି: ପ୍ରଥମ ଥର ୩୬ ଡିଗ୍ରୀ ପାର୍ କଲା ପାରଦ, ୫ ସହର ୩୫ ଡିଗ୍ରୀ ଉପରେ
  • ||
  • ଜଳେଶ୍ୱର : କଣ୍ଟେନରକୁ ଧକ୍କାଦେଲା କଣ୍ଟେନର, ଡ୍ରାଇଭର ଗୁରୁତର
  • ||

ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲେ ୨ ଲୁଟେରା

Published By : Harapriya Sethi | February 3, 2025 9:25 AM

ଭୁବନେଶ୍ଵର,୦୩/୦୨: ରାଜଧାନୀରେ ବିଭିନ୍ନ କଲ୍ୟାଣମଣ୍ଡପରୁ ବରକନ୍ୟାଙ୍କ ଉପହାର ଲୁଟ୍ ହେବା ଘଟଣା କିଛି ନୂଆ କଥା ନୁହେଁ । ପୂର୍ବରୁ ଏମିତି ବହୁ ଚୋରି ଘଟଣା ଘଟିଛି ଏବଂ କିଛି ମାମଲାରେ ପୋଲିସ ମଧ୍ୟ ଅତିଥି ବେଶରେ ଥିବା ଲୁଟେରାକୁ ଗିରଫ କରିବାରେ ସଫଳ ମଧ୍ୟ ହୋଇଛି । ଏଥର କିନ୍ତୁ ଅତିଥି ବେଶରେ ଦୁଇ ଚୋର ଏକ ବଡ଼ ଜାଗାରୁ ଲୁଟ୍‌ କରି ଚମ୍ପଟ ମାରିଛନ୍ତି । ରାଜଧାନୀର ଏକ ଷ୍ଟାର୍‌ ହୋଟେଲ୍‌ର ବିବାହମଣ୍ଡପରୁ ଡାକ୍ତର ଦମ୍ପତିଙ୍କୁ ଉପହାରରେ ମିଳିଥିବା ଲକ୍ଷାଧିକ ଟଙ୍କା ଓ ବହୁ ଗହଣା ଲୁଟି ନେଇଛନ୍ତି । ଏପରିକି ବାହାଘର ପରେ ଦେଣନେଣ ପାଇଁ ଥିବା ୨ ଲକ୍ଷ ଟଙ୍କା ଓ କନ୍ୟାର୧୦ ଲକ୍ଷ ଟଙ୍କାର ହୀରା ଓ ସୁନା ଗହଣା ଲୁଟି ଦୁଇ ଚୋର ପାର୍ ହୋଇଯାଇଛନ୍ତି। ସିସିଟିଭିରେ ଏହି ଦୁଇ ଜଣଙ୍କ ସମସ୍ତ କଳା କାରନାମା କଏଦ ହୋଇଛି । ମାତ୍ର ୧୫ ମିନିଟ୍‌ ଭିତରେ ଚୋରଦ୍ଵୟ ଘଟଣାସ୍ଥଳରୁ ଟଙ୍କା ଓ ଅଳଙ୍କାର ଭର୍ତ୍ତି ବ୍ୟାଗ୍ ଉଠାଇ ଏକ କାର୍ ଯୋଗେ ଛୁ’ ମାରିଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ମୈତ୍ରୀବିହାର ଥାନା ପୋଲିସ ସେମାନଙ୍କୁ ଠାବ କରିବା ସମ୍ଭବ ହୋଇନାହିଁ । 

ସୂଚନା ମୁତାବକ, ଏକ କର୍ପୋରେଟ୍ ସଂସ୍ଥାର ଅବସରପ୍ରାପ୍ତ ଏଚ୍ଆର୍ ସରୋଜ କୁମାର ମିଶ୍ରଙ୍କ ଡାକ୍ତର ଝିଅ ସଂଜନିକା ମିଶ୍ରଙ୍କ ସହ ଝାଡ଼ଖଣ୍ଡ ଚକ୍ରଧରପୁରର ଡାକ୍ତର ଅଭିଷେକ ଷଡ଼ଙ୍ଗୀଙ୍କ ବିବାହ ହେଉଥିଲା । ରବିବାର ସନ୍ଧ୍ୟାରେ ମୈତ୍ରୀବିହାର ଥାନା ଅଞ୍ଚଳର ଏକ ଷ୍ଟାର୍ ହୋଟେଲ୍‌ରେ ଏହି ବିବାହ ଅନୁଷ୍ଠିତ ହେଉଥିଲା । ସିସିଟିଭି ଫୁଟେଜ୍ ଅନୁସାରେ ଲୁଟେରା ଦ୍ଵୟ ବରଯାତ୍ରୀଙ୍କ ମେଳରେ ଆସିଥିଲେ। ହୋଟେଲ୍‌ ବାହାରେ ପାକିଂରେ କାର୍ ରଖିଥିଲେ । ବରଯାତ୍ରୀ ପହଞ୍ଚିବା ପରେ କନ୍ୟା ମଣ୍ଡପରେ ଗହଳି ଆହୁରି ବଢ଼ି ଯାଇଥିଲା । କନ୍ୟା ସଂଜନିକାଙ୍କ ମଣ୍ଡପରେ ଉପହାର ସବୁ ଏକ ବ୍ୟାଗ୍‌ରେ ରହିଥିଲା। ସଂଜନିକାଙ୍କ ମା' ଉପହାର ସବୁକୁ ସଂଗ୍ରହ କରି ବ୍ୟାଗରେ ରଖୁଥିଲେ । ବରଯାତ୍ରୀ ମେଳରେ ଥିବା ଲୁଟେରାଦ୍ଵୟ ବେଶ୍ କିଛି ସମୟ କନ୍ୟାଙ୍କ ମଣ୍ଡପ ନିକଟରେ ଏପଟ ସେପଟ ହେଲେ । ମଣ୍ଡପ ଉପରେ ଅତିଥିମାନେ ସଂଜନିକାଙ୍କ ସହ ଫଟୋ ସୁଟ୍ କରୁଥିଲେ । ଏତିକି ବେଳେ ମଣ୍ଡପରେ ଫଟୋ ଉଠାଇବାକୁ ଭିଡ଼ ହୋଇଗଲା। ଏହି ମଉକାରେ ଜଣେ ଚୋର ସ୍ବାଭାବିକ ଭାବେ ମଣ୍ଡପ ଉପରକୁ ଯାଇ ସଂଜନିକାଙ୍କ ମା’ ରଖିଥିବା ବ୍ୟାଗକୁ ଉଠାଇଥିଲା ଏବଂ ମଣ୍ଡପ ତଳକୁ ଆସିଥିଲା । ମଣ୍ଡପ ତଳେ ଥିବା ଅନ୍ୟ ଲୁଟେରା ଜଣକ ତାଉପରେ ନଜର ରଖିଥାଏ । ନାଚଗୀତ ଓ ଫଟୋ ଉଠାରେ ଅତିଥିମାନେ ଏମିତି ବ୍ୟସ୍ତ ଥିଲେ ଯେ, ବ୍ୟାଗ୍ ଧରି ବେଶ୍ ଆରାମରେ ତଳକୁ ଆସୁଥିବା ଲୁଟେରାକୁ ଦେଖିପାରି ନଥିଲେ। ଏହାପରେ ଲୁଟେରାଦ୍ଵୟ ହୋଟେଲ୍‌ ବାହାରକୁ ଆସି କାର୍ ଯୋଗେ ପଳାଇଥିଲେ । ସରୋଜଙ୍କ ସୂଚନାନୁସାରେ ବ୍ୟାଗରେ ୧୦ ଭରିରୁ ଅଧିକ ଓଜନର ସୁନାଗହଣା ସହିତ ୨.୫ ଲକ୍ଷ ଟଙ୍କା ଥିଲା । ବର ପାଇଁ ଡାଇମଣ୍ଡ୍ କୋଟିଂ ବ୍ରେସ୍‌ଲେଟ୍‌, କନ୍ୟାର ଡାଇମଣ୍ଡ୍ କୋଟିଂ ଚୁଡ଼ି, କାନଫୁଲ, ନଣନ୍ଦ ମୁଦି ଓ ଶ୍ୱଶୁର ଘର ପକ୍ଷରୁ ମିଳିଥିବା କନ୍ୟାଙ୍କ ସୁନା ଗହଣା ବ୍ୟାଗ୍‌ରେ ଥିଲା । ଉପହାର ବାବଦରେ ସଂଜନିକାଙ୍କୁ ପ୍ରାୟ ୨ ଲକ୍ଷ ଟଙ୍କା ମିଳିଥିଲା ବୋଲି କୁହାଯାଉଛି । ଏହାବାଦ ହୋଟେଲ୍‌ର ବକେୟା ୫୦ ହଜାର ଟଙ୍କା ମଧ୍ୟ ବ୍ୟାଗରେ ଥିଲା ବୋଲି ସରୋଜ କହିଛନ୍ତି । ଏନେଇ ମୈତ୍ରୀବିହାର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ସିସିଟିଭି ଯାଞ୍ଚ କରି ତଦନ୍ତ ଚଳାଇଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.