ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ବହୁଚର୍ଚ୍ଚିତ ଧୂର୍ତ୍ତ ଯୋଡି ହଂସିତା-ଅନୀଲଙ୍କ ବଢ଼ିଲା ଅଡୁଆ, ଆଜି ଜେଲ୍‌ରେ ଜେରା କରିବ ଆୟକର ବିଭାଗ

Published By : Prameya | February 3, 2025 8:05 AM

ଭୁବନେଶ୍ୱର,୦୩/୦୨: ବହୁଚର୍ଚ୍ଚିତ ଧୂର୍ତ୍ତ ଯୋଡ଼ି ହଂସିତା-ଅନୀଲ୍‌ଙ୍କୁ  ଝାରପଡ଼ା ଜେଲ୍‌ରେ ଆୟକର ବିଭାଗ  ଜେରା କରିବ । ସୋମବାର ସ୍ୱତନ୍ତ୍ର ୧୨  ଜଣିଆ ଆୟକର ସ୍କ୍ୱାଡ୍‌ ଜେଲ୍‌କୁ ଯାଇ ୨  ଜଣଙ୍କୁ ପଚରାଉଚରା କରିବ । ଠକେଇ  ମାମଲାର ଖିଅ ଖୋଜିବ ।   

ଦୁଇ ଧୂର୍ତ୍ତଙ୍କୁ ଜେଲ୍‌ରେ ଜେରା କରିବା ପାଇଁ ଆୟକର ବିଭାଗ ତରଫରୁ ସ୍ଥାନୀୟ ଅଦାଲତରେ ଆବେଦନ କରାଯାଇଥିଲା ।  ଏହି ଆବେଦନର ଶୁଣାଣି କରି ଆୟକର  ବିଭାଗ ଉଭୟଙ୍କୁ ନିଜ ହେପାଜତକୁ ନେଇ ଜେରା କରିପାରିବ ନାହିଁ ବୋଲି ଅଦାଲତ  ସ୍ପଷ୍ଟ କରିଥିଲେ। ଜେଲ ଭିତରେ ହିଁ  ଗୋଟିଏ ଦିନ ଜେରା କରିବାକୁ ଅଦାଲତ  ଅନୁମତି ଦେଇଥିଲେ । ଶନିବାର  ଜେଲ୍‌ କର୍ତ୍ତୃପକ୍ଷଙ୍କ ନିକଟକୁ ଅଦାଲତ  ପକ୍ଷରୁ ଏନେଇ ଅବଗତ କରାଯାଇଛି ।  

ସୋମବାର ଜେରା ବେଳେ ଆୟକର  ସ୍ୱତନ୍ତ୍ର ସ୍କ୍ୱାଡ୍‌କୁ ଜେଲ୍‌ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ସହଯୋଗ କରିବେ ।  ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ  ପର୍ଯ୍ୟାୟକ୍ରମେ ଠକ ଯୋଡ଼ିଙ୍କୁ ଜେରା କରାଯିବ । ପ୍ରଥମେ ଉଭୟଙ୍କୁ ଅଲଗା  ଅଲଗା ଓ ପରେ ମୁହାଁମୁହିଁ ଜେରା  କରିବାକୁ ଆୟକର ସ୍କ୍ୱାଡ୍‌ ଯୋଜନା  ରଖିଛି । କୋର୍ଟରୁ ଅନୁମତି ମିଳିବା ପରେ ଆୟକର ସ୍କ୍ୱାଡ୍‌ ସ୍ୱତନ୍ତ୍ର ପ୍ରଶ୍ନାବଳୀ  ପ୍ରସ୍ତୁତ କରିଛି । ଏହି ହାଇପ୍ରୋଫାଇଲ୍‌ ଠକ ନାମୀଦାମୀ ଶିଳ୍ପପତି, ଶିକ୍ଷାନୁଷ୍ଠାନ  ମାଲିକ ଓ ରାଜନେତାଙ୍କ କଳାଧନକୁ  କେଉଁ ଉପାୟରେ ଧଳା କରୁଥିଲେ । ସିଏସ୍‌ଆର୍‌ ଫଣ୍ଡ୍‌ କେଳେଙ୍କାରୀରେ  ଉଭୟଙ୍କ ଭୂମିକା କେତେ? ଉଭୟେ  ଅଳ୍ପ ଦିନରେ କେମିତି କୋଟି କୋଟି  ଟଙ୍କା କଳାଧନ ସଞ୍ଚିଲେ । ଉଭୟଙ୍କର  ଆଉ କେଉଁଠି ବେନାମୀ ସମ୍ପତ୍ତି ରହିଛି ।  ଜେରା ବେଳେ ଏସବୁ ଦିଗକୁ ଗୁରୁତ୍ୱ  ଦିଆଯିବ । ସେହିପରି ଜନ୍ମଦିନ ପାର୍ଟିରେ  ୩୦ ଲକ୍ଷ ଟଙ୍କା ଉଡ଼ାଇଥିଲେ ଅନୀଲ । ଜନ୍ମଦିନରେ ଖର୍ଚ୍ଚ ପାଇଁ ସେ ଏତେ  ପରିମାଣର ଟଙ୍କା କେଉଁଠୁ ପାଇଲେ?  ସେନେଇ ମଧ୍ୟ ଖୋଳତାଡ଼ କରିବ  ଆୟକର ବିଭାଗ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.