ପ୍ରମୂଖ ଖବର
  • ଖଣ୍ଡଗିରି କୁମ୍ଭମେଳାରେ ଅଶ୍ମୀଳ ନୃତ୍ୟକୁ ବିରୋଧ, ଠେଙ୍ଗା ପୂଜା କଲେ ଏକାମ୍ର ବିଧାୟକ
  • ||
  • ଲୁଟ୍‌ ଘଟଣାରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ ରାତି ହେଲେ ଛାତି ଥରୁଛି
  • ||
  • ଦାରିଙ୍ଗବାଡ଼ି : ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର
  • ||
  • ଭୁବନେଶ୍ୱର : ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲେ ୨ ଲୁଟେରା
  • ||
  • ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ
  • ||
  • ୮ ଘଣ୍ଟିଆ ବିନିକା ବନ୍ଦ ଡାକରା, ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ପାଳନ
  • ||
  • ଧୂର୍ତ୍ତ ଯୋଡି ହଂସିତା-ଅନୀଲଙ୍କ ବଢ଼ିଲା ଅଡୁଆ, ଆଜି ଜେଲ୍‌ରେ ଜେରା କରିବ ଆୟକର ବିଭାଗ
  • ||
  • ଭୁବନେଶ୍ୱର : ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ
  • ||
  • କୋଣାର୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୩ ଉଠା ଦୋକାନ
  • ||
  • ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ତାତି: ପ୍ରଥମ ଥର ୩୬ ଡିଗ୍ରୀ ପାର୍ କଲା ପାରଦ, ୫ ସହର ୩୫ ଡିଗ୍ରୀ ଉପରେ
  • ||
  • ଜଳେଶ୍ୱର : କଣ୍ଟେନରକୁ ଧକ୍କାଦେଲା କଣ୍ଟେନର, ଡ୍ରାଇଭର ଗୁରୁତର
  • ||

ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ତାତି: ପ୍ରଥମ ଥର ୩୬ ଡିଗ୍ରୀ ପାର୍ କଲା ପାରଦ, ୫ ସହର ୩୫ ଡିଗ୍ରୀ ଉପରେ

Published By : Prameya | February 3, 2025 7:31 AM

ଭୁବନେଶ୍ୱର,୦୩/୦୨: ଫେବ୍ରୁଆରୀ ମାସ ଆରମ୍ଭରୁ ଅସମ୍ଭାଳ କଲାଣି ତାତି । ଆଗକୁ ଆହୁରି ବଢ଼ିବ । ରାତିରେ ଆଉ ଶୀତ ଅନୁଭୂତ ହେବନି । ପାଣିପାଗ ବିଶେଷଜ୍ଞ ଏଭଳି  ପୂର୍ବାନୁମାନ କରିଛନ୍ତି । 

ଚଳିତ ବର୍ଷ ପ୍ରଥମ ଥର ପାଇଁ ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରିଛି । ରବିବାର ବଲାଙ୍ଗିରରେ  ତାତି ୩୬.୭ ଡିଗ୍ରୀ ସେଲସିୟସ୍‌  ରେକର୍ଡ ହୋଇଛି । ଟିଟିଲାଗଡ଼ରେ  ୩୬, ପାରଳାଖେମୁଣ୍ଡିରେ  ୩୫.୮, ଝାରସୁଗୁଡ଼ାରେ  ୩୫.୬, ସମ୍ବଲପୁରରେ ୩୫.୧  ଓ ଭବାନୀପାଟଣାରେ ୩୫ ଡିଗ୍ରୀ  ରେକର୍ଡ ହୋଇଛି । ଶନିବାର  ଭୁବନେଶ୍ୱରରେ ତାତି ୩୩.୬  ଡିଗ୍ରୀ ଥିଲା । ଆଜି ଏହା ୩୪.୯  ଡିଗ୍ରୀକୁ ବଢ଼ିଛି । ସୋଆ ଜଳବାୟୁ  ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ  ଡ. ଶରତ ସାହୁ ଆକଳନ କରି  କହିଛନ୍ତି, ତାପମାତ୍ରା ଅଧିକ  ରହିବା ଯୋଗୁ ଦିନରେ ଗରମ ଅନୁଭୂତ ହେବ । ରାତିରେ  ପାଣିପାଗ ସ୍ଥିତି ଆରାମଦାୟକ  ରହିବ । ଦିନ ତାପମାତ୍ରା ବଢ଼ିବା, କମିବା ଜାରି ରହିବ । 

୫ ତାରିଖରେ ତାତି ଅଧିକ ହେବ । ୬ ତାରିଖରୁ  ତାତି ସାମାନ୍ୟ କମିବ । କିନ୍ତୁ ଶୀତ ଆଉ ଫେରିବନି  ବୋଲି ସେ କହିଛନ୍ତି । ନୂଆପଡ଼ାରେ ରାତି ତାପମାତ୍ରା  ୧୫ ଡିଗ୍ରୀ ଥିଲା । ପାରାଦୀପରେ ୨୩ ଡିଗ୍ରୀ ରେକର୍ଡ  ହୋଇଥିଲା । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୮ ଡିଗ୍ରୀ ଉପରେ ରହିବା ଯୋଗୁ ଶୀତ ଅନୁଭୂତ  ହୋଇ ନଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.