ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ

Published By : Prameya | February 3, 2025 8:54 AM

ସମ୍ବଲପୁର,୦୩/୦୨:  ସୋମବାର ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ର ଦାସଙ୍କୁ ରିମାଣ୍ଡରେ ଆଣି ଜେରା କରିବ ପୁଲିସ୍‌ ।  ୩ ଦିନିଆ ରିମାଣ୍ଡ ମାଗିଥିବା ପୁଲିସ୍‌କୁ କୋର୍ଟ ଅନୁମତି ଦେଇଛନ୍ତି । ୯ ଅନ୍ତେବାସୀଙ୍କ ମୃତ୍ୟୁ  ଘଟଣା ଓ ନିର୍ଯାତନା ଘଟଣା ସମ୍ପର୍କରେ  ଅଧିକ ତଥ୍ୟ ହାସଲ କରାଯିବ । ତେଣୁ ସୋମବାରରିମାଣ୍ଡରେ ଆଣି ଅଧିକ  ତଦନ୍ତ କରାଯିବ ବୋଲି ଜଣେ ବରିଷ୍ଠ  ପୁଲିସ୍‌ ଅଧିକାରୀ କହିଛନ୍ତି ।  

‘ସମର୍ଥ’ ନିର୍ଯାତନା ମାମଲାରେ ଯୋଡ଼ିହେଲା ଯୌନ କେଳେଙ୍କାରୀ, ସମ୍ପାଦକ ହରିଶ୍‌ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ଶନିବାର ଆଦର୍ଶ ଶିଶୁ ମନ୍ଦିର ପରିଚାଳିତ ଜାଗୃତି  ବିଦ୍ୟାମନ୍ଦିରରୁ କମ୍ପ୍ୟୁଟର ହାର୍ଡଡିସ୍କ ଜବତ ହୋଇଥିଲା ।  ପୁଲିସ୍‌ ବିଦ୍ୟାଳୟରେ ପହଞ୍ଚି ସମସ୍ତ  କାଗଜପତ୍ର ଯାଞ୍ଚ କରିବା ସହ କମ୍ପ୍ୟୁଟରକୁ  ଜବତ କରିଥିଲା । ‘ସମର୍ଥ’ ନିର୍ଯାତନା  ଘଟଣାରେ ସମ୍ପାଦକ ହରିଶଚନ୍ଦ୍ର ଦାସଙ୍କ ସହ ୪ ଜଣ ଗିରଫ ହୋଇଛନ୍ତି । ଏଥିରେ ହରିଶର ପୁଅ ଶୁଭ୍ରଜିତ ଦାସ, କେୟାରଟେକର ଶୁଭମ  ବେହେରା ଓ ସ୍ୱାଗତିକା ପ୍ରଧାନକୁ ଗିରଫ କରାଯାଇଛି। ଗିରଫ ହେବା ପରେ ହରିଶଙ୍କ  ନାଁରେ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା ।  ତେଣୁ ତାଙ୍କର ଡାକ୍ତରୀମାଇନା ହୋଇନି।

ମାନସିକ ଅନଗ୍ରସର ଥଇଥାନ କେନ୍ଦ୍ରରେ ଅକଥନୀୟ ନିର୍ଯାତନା, ୪୪ ଅନ୍ତେବାସୀଙ୍କ ଉଦ୍ଧାର କଲା ପୋଲିସ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.