ମାଲକାନଗିରି, ୦୩/୦୨ : ଛତିଶଗଡ଼ ବିଜାପୁର ଜିଲ୍ଲାରେ ମାଓ ଯୋଜନା ପଣ୍ଡ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ରାସ୍ତାରେ ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ୍ ନିଷ୍କ୍ରିୟ କଲେ ଯବାନ। ଲ୍ୟାଣ୍ଡମାଇନ୍ ଡିଟେକ୍ଟରରେ ଠାବ ହେବା ପରେ ପ୍ରାୟ ୨୫ କିଲୋଗ୍ରାମ ଓଜନର ଆଇଇଡିକୁ ନିଷ୍କ୍ରିୟ କରାଯାଇଥିବା ସୂଚନା ମିଳିଛି।
ଏହି ଖବରଟିକୁ ପଢନ୍ତୁ-ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ଜୁନିଅର ଛାତ୍ରଙ୍କୁ ରାଗିଂ ଅଭିଯୋଗ
ସୂଚନାନୁଯାୟୀ, ଉସୁର ଥାନା ଅନ୍ତର୍ଗତ ଆବାପାଲି ଜଙ୍ଗଲ ରାସ୍ତାରେ ଡିଆରଜି ଓ ସିଆରପିଏଫ ବାହିନୀର ଯବାନମାନେ ମିଳିତ ଭାବେ କମ୍ବିଂ ଅପରେସନ ପାଇଁ ଯାଇଥିଲେ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ମାଓବାଦୀମାନେ ଉସୁର ଠାରୁ ୩ କିଲୋମିଟର ଦୂରରେ ଥିବା ଧାନ ମଣ୍ଡି ନିକଟସ୍ଥ ମୁଖ୍ୟ ରାସ୍ତା ମଝିରେ ଏକ ପ୍ଲାଷ୍ଟିକ୍ ଡ୍ରମରେ ୨୫ କିଲୋଗ୍ରାମର ଏକ ଆଇଇଡି ଲଗାଇଥିଲେ। କମାଣ୍ଡ ସ୍ୱିଚ୍ ସିଷ୍ଟମ ବ୍ୟବହାର କରି ମୁଖ୍ୟ ରାସ୍ତାରେ ଏକ ପ୍ଲାଷ୍ଟିକ୍ କଣ୍ଟେନର ଭିତରେ ଏହି ଆଇଇଡି ଖଞ୍ଜିଥିଲେ। ହେଲେ ଯବାନମାନେ ଏହାକୁ ଚିହ୍ନଟ କରି ବଡ଼ ଅଘଟଣକୁ ଏଡାଇ ଦେଇଛନ୍ତି। ସୁରକ୍ଷା ବାହିନୀ ନକ୍ସଲପନ୍ଥୀଙ୍କ ଏହି ମନ୍ଦ ଉଦ୍ଦେଶ୍ୟକୁ ପଣ୍ଡ କରିବାରେ ସଫଳ ହୋଇଛନ୍ତି।