ଚନ୍ଦାହାଣ୍ଡି, ୨/୨ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ଫଳସାପଡ଼ା ଗ୍ରାମର କୌଣସି କାରଣକୁ ନେଇ ନିଜ ଘରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ନେଇ ଚନ୍ଦାହାଣ୍ଡି ଥାନା ଅଧିକାରୀ ପ୍ରଶାନ୍ତ କୋଲର୍ସ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି l ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଉଛନ୍ତି ଅଭିମନ୍ୟୁ ଗହୀରଙ୍କ ପୁଅ ଚିନ୍ମୟ (୨୨) ଚନ୍ଦାହାଣ୍ଡି ଥାନା ୟୁଡ଼ି କେସ ନଂ ୧/୨୫ ଅନୁସାରେ ଏକ ଅପମୃତ୍ୟୁ ମମଲା ରୁଜ୍ଜୁ କରିଛି l ଏହାର ତଦନ୍ତ ଭାର ଏସଆଇ ଖଗେଶ୍ୱର ଖୋସଲାଙ୍କୁ ହସ୍ତାନ୍ତର କରିଥିବା ନେଇ ଆଇଆଇସି କୋଲର୍ସ ସୂଚନା ଦେଇଛନ୍ତି l
ପୋଲିସ ସୂତ୍ର ଅନୁସାରେ ଫଳସାପଡ଼ା ଗ୍ରାମର ଅଭିମନ୍ୟୁ ଗହୀରଙ୍କ ପୁଅ ଚିନ୍ମୟ ପରିବାର ଲୋକଙ୍କ ସହ ଖାଇ ପିଇ ଶୋଇଥିଲେ l ସକାଳ ସମୟରେ ନିଜ ଶୋଇବା ରୁମରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖି ପରିବାର ଲୋକେ ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ ଦେବା ପରେ ଥାନା ଅଧିକାରୀଙ୍କ ନିର୍ଦେଶକ୍ରମେ ଏସଆଇ ଖଗେଶ୍ୱର ଖୋସଲା ଘଟଣାସ୍ଥଳକୁ ଯାଇ ଶବ ବ୍ୟବଚ୍ଛେଦ ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇ ଥିଲେ l ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଏହାର ଅଧିକା ତଦନ୍ତ ଜାରି ରଖିଥିବା ଏସଆଇ ଖଗେଶ୍ୱର ଖୋସଲା ପ୍ରକାଶ କରିଛନ୍ତି l ଆତ୍ମହତ୍ୟାର କାରଣ ଅସ୍ପଷ୍ଟ l