ଭୂବନେଶ୍ବର,୦୨/୦୨: ମହିଳାଙ୍କ ପାଇଁ ଖୁସି ଖବର । ଫେବ୍ରୁଆରୀ ୮ ରେ ମିଳିବ ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ଯାଜପୁରରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ମହିଳାଙ୍କୁ ଆକାଉଣ୍ଟକୁ ପଠାଯିବ ଟଙ୍କା। ତେବେ ଏହି ପର୍ଯ୍ୟାୟରେ ୨୦ ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।
କିଛି ଟେକ୍ନିକାଲ ତ୍ରୁଟି ଯୋଗୁଁ ଅନେକ ମହିଳାଙ୍କୁ ଟଙ୍କା ମିଳିପାରିନାହିଁ। ବ୍ୟାଙ୍କର ଏନପିସିଆଇରେ ସମସ୍ୟାରେ ଥିବାରୁ କିଛି ସମସ୍ୟା ଦେଖାଦେଇଛି । କିନ୍ତୁ ଯେଉଁ ହତାଧିକାରୀଙ୍କ ଏନପିସିଆଇରେ ସମସ୍ୟା ଅଛି ସେମାନେ କିନ୍ତୁ ଟଙ୍କା ପାଇବାକୁ ଯୋଗ୍ୟ । ସେଥିପାଇଁ ଚିନ୍ତା କରିବାର କିଛି ଚିନ୍ତା ନାହିଁ ବୋଲି ସୁନିଶ୍ଚିତ କରିଛନ୍ତି ପ୍ରଭାତୀ ପରିଡା। ସେହିପରି ଆସନ୍ତା ମାର୍ଚ୍ଚ ୮ ତାରିଖ ଅର୍ଥାତ ମହିଳା ଦିବସରେ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ମିଳିବ। ତେବେ ଏ ଯାଏଁ ପ୍ରାୟ ୮୦ ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଛି।