ପ୍ରମୂଖ ଖବର
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ହାପ୍ ପ୍ୟାଣ୍ଟ ଓ ଟି-ସାର୍ଟ ପିନ୍ଧି ମଣ୍ଡିରେ ଜିଲ୍ଲାପାଳ, ଅନିୟମିତତା ଦେଖିବାରୁ ଅଧିକାରୀଙ୍କୁ ସୋ କଜ୍ ନୋଟିସ୍

Published By : Rasmita Pradhan | February 3, 2025 8:03 AM

ଭଦ୍ରକ, ୦୩/୦୨ : ହାଫ୍‌ ପ୍ୟାଣ୍ଟ୍‌କୁ ବେକରେ ଗାମୁଛା । ମୁହଁରେ ମାସ୍କ ପିନ୍ଧି ମଣ୍ଡିରେ ପହଞ୍ଚିଲେ । ୪ ତାରିଖ ଧାନ ବିକିବାକୁ ଟୋକନ୍‌ ମିଳିଛି । ଧାନ ଆଣିବି କି ବୋଲି ପଚାରିଥିଲେ । ହେଲେ ୧୬ ତାରିଖରେ ଧାନ ଆଣ ବୋଲି ମଣ୍ଡି ସମ୍ପାଦକ କହିଥିଲେ । ପୁଣି ୧୫ରୁ ୧୬ କେଜି ଯାଏ ଧାନ କାଟିବେ ବୋଲି ମଧ୍ୟ କହିଥିଲେ । ହେଲେ ହାଫ୍‌ ପ୍ୟାଣ୍ଟ ପିନ୍ଧା ମଣିଷ ଜଣକ ଚାଷୀ ନ ଥିଲେ, ଥିଲେ ଜିଲ୍ଲା ମୁଖିଆ । ଭଦ୍ରକ ଜିଲ୍ଲାପାଳଙ୍କ ଚାଷୀ ବେଶରେ ମଣ୍ଡି ପରିଦର୍ଶନ ବେଳେ ପୁଳାପୁଳା ଅବ୍ୟବସ୍ଥା ସାମ୍ନାକୁ ଆସିଛି । ଏହାକୁ ଦେଖି ଖପ୍ପା ହୋଇଛନ୍ତି ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ । ଏଥିସହ ସମ୍ପୃକ୍ତ ମଣ୍ଡି ସମ୍ପାଦକଙ୍କୁ ଏଭଳି ଅବ୍ୟବସ୍ଥା ପାଇଁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ।  

ମଣ୍ଡିରେ କଟ୍‌ନି ଛଟ୍‌ନି ରୋକିବାକୁ ସରକାରଙ୍କ ପକ୍ଷରୁ ବାରମ୍ବାର ମିଲର୍‌ଙ୍କୁ ତାଗିଦ୍‌ କରାଯାଉଛି । ହେଲେ ଭଦ୍ରକ ଜିଲ୍ଲାରେ ୮ରୁ ୧୦ କେଜି ପର୍ଯ୍ୟନ୍ତ ଧାନ କଟା ଯାଉଥିବା ଅଭିଯୋଗ ହୋଇଆସୁଛି । ଯାହାକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କିଛିଦିନ ତଳେ ଭଦ୍ରକ ଗସ୍ତରେ ଆସି ସ୍ଥିତି ପରଖି ଥିଲେ । ମିଲର୍‌ ଓ ସମିତି ସମ୍ପାଦକଙ୍କୁ ଚେତାବନୀ ଦେଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ କଟ୍‌ନି ଛଟ୍‌ନି ରୋକିବା ଦିଗରେ ତତ୍ପରତା ଦେଖାଦେଇଥିଲା । ଖୋଦ୍‌ ଜିଲ୍ଲାପାଳ ଶ୍ରୀ ରାଉତରାୟ ମଣ୍ଡିକୁ ଯାଇ ଯାଞ୍ଚ କରିଥିଲେ । ଏହା ସତ୍ତ୍ଵେ ପୁଣି ଅନୁରୂପ ଅଭିଯୋଗ ଆସିବାକୁ ଲାଗିଲା । 

ଶେଷରେ ସତ୍ୟତା ଜାଣିବାକୁ ଜିଲ୍ଲାପାଳ ରବିବାର ଧାମନଗର ବ୍ଲକ୍‌ କଟସାହି ସେବା ସମବାୟ ମଣ୍ଡିକୁ ଚାଷୀ ବେଶରେ ବାଇକ୍‌ରେ ପହଞ୍ଚିଥିଲେ । ସୁରକ୍ଷାକର୍ମୀ ମଧ୍ୟ ଅନୁରୂପ ବେଶରେ ଯାଇଥିଲେ । ହାଫ୍‌ ପ୍ୟାଣ୍ଟ, ମୁଣ୍ଡରେ ଠେକା ଭିଡ଼ି, ଚପଲ ପିନ୍ଧିଥିବାରୁ ସମବାୟ ସମିତି ସମ୍ପାଦକ ବିନୋଦ ଦଳାଇ ଜିଲ୍ଲାପାଳଙ୍କୁ ଚିହ୍ନି ପାରି ନ ଥିଲେ । ଜିଲ୍ଲାପାଳ ନିଜକୁ ଲୁଣିଆ ତେଲିସାହିର ଜଣେ ଚାଷୀ ବୋଲି ପରିଚୟ ଦେଇଥିଲେ । ପଚାରି ବୁଝିବା ବେଳେ ମଣ୍ଡିରେ ୧୫ କେଜି ଯାଏ ଧାନ କଟାଯାଉଥିବା ଓ ବ୍ୟାପକ ଅବ୍ୟବସ୍ଥା ଚାଲିଥିବା ଜାଣିବାକୁ ପାଇଥିଲେ । ସେଠାରୁ ଫେରି ସମ୍ପାଦକ ଶ୍ରୀ ଦଳେଇଙ୍କ ଉପରେ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଜିଲ୍ଲାପାଳ । ଭଦ୍ରକ ଉପନିବନ୍ଧକଙ୍କ କାର୍ଯ୍ୟାଳୟକୁ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଖବରଟିକୁ ପଢନ୍ତୁ-କୋଣାର୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୩ ଉଠା ଦୋକାନ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.