ପାଟଣାଗଡ,୨।୨ : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ବେଲପଡା ଓ ଭରୁଆମୁଣ୍ଡା ଛକ ନିକଟରେ ଚାଉଳ ବୋଝେଇ ଟ୍ରକ ଓଲଟି ପଡିଛି। ଏଥିରେ ଟ୍ରକ ଡ୍ରାଇଭରର ମୃତ୍ୟୁ ଘଟିଛି। ମୃତ ଡ୍ରାଇଭର ଜଣକ ହେଲେ ବୋଡେ଼ନ ଥାନା ଅଞ୍ଚଳର ଜନକ ହାତୀ।
ଚାଉଳ ବୋଝେଇ ଟ୍ରକ ଛତିଶଗଡ ଚମ୍ପାରୁ ବିଶାଖାପାଟଣା ଯାଉଥିଲା ।ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ବେଲପଡା ଓ ଭରୁଆମୁଣ୍ଡା ଛକ ନିକଟରେ ଭାରସାମ୍ୟ ହରାଇ ଚାଉଳ ବୋଝେଇ ଟ୍ରକ ଓଲଟି ପଡିଥିଲା। ଟ୍ରକ ଭିତରେ ଡ୍ରାଇଭର ଚାପି ହୋଇ ରହିଯାଇଥିଲେ । ଖବର ପାଇ ପାଟଣାଗଡ଼ ଓ ବେଲପଡା ଅଗ୍ନିଶମ ବାହିନୀ ପହଞ୍ଚି ଗ୍ୟାସକଟରରେ କାଟି ଡ୍ରାଇଭରକୁ ବାହାର କରି ବେଲପଡା ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ଚାଲିଥିବା ବେଳେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ବେଲପଡା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।