କଣ୍ଟାବାଞ୍ଜି, ୨।୨: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ଲାୟନ୍ସ ପବ୍ଲିକ ସ୍କୁଲ ନିକଟରେ ଏକ ଭଡ଼ା ଘରେ ଅନଲାଇନ ବ୍ୟାଟିଂ ଗେମ୍ ଚାଲୁଥିଲା । ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ସେଠାରେ ଚଢ଼ାଉ କରିଥିଲେ । ଚଢ଼ାଉ ପରେ ବେଟିଂ ଗେମ୍ର ମାଷ୍ଟର ମାଇଣ୍ଡ ସହ ୫ ଜଣ ଯୁବକଙ୍କୁ ଗିରଫ କରିଛି କଣ୍ଟାବାଞ୍ଜି ପୋଲିସ । ଯୁବକମାନଙ୍କ ମଧ୍ୟରେ ୪ ଜଣ ରାଜ୍ୟ ବାହାରର ହୋଇଥିବା ବେଳେ ଜଣେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି ।
ଗିରଫ ହୋଇଥିବା ଯୁବକମାନଙ୍କଠାରୁ ୧୮ ଗୋଟି ମୋବାଇଲ, ୩ଟି ଲାପଟପ୍ ସହ ଅନେକ ବିଭିନ୍ନ ସାମଗ୍ରୀ ଜବତ କରିଛି ପୋଲିସ । ପୁଲିସ ଟିମ୍ ଭଡ଼ା ଘରେ ଚଢ଼ାଉ କରି ୫ ଜଣ ଯୁବକଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି । ତେବେ ଦିନକୁ ଦିନ ଏହି ଭଳି ଘଟଣା ଅଞ୍ଚଳରେ ଜାରି ରହିଥିବା ବେଳେ କଣ୍ଟାବାଞ୍ଜି ପୋଲିସ ଚଢ଼ାଉ କରିବା ପରେ ପୋଲିସକୁ ଏହି ସଫଳତା ମିଳିଥିବା ସୂଚନା ମିଳିଛି ।