ପ୍ରମୂଖ ଖବର
  • ଖଣ୍ଡଗିରି କୁମ୍ଭମେଳାରେ ଅଶ୍ମୀଳ ନୃତ୍ୟକୁ ବିରୋଧ, ଠେଙ୍ଗା ପୂଜା କଲେ ଏକାମ୍ର ବିଧାୟକ
  • ||
  • ଲୁଟ୍‌ ଘଟଣାରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ ରାତି ହେଲେ ଛାତି ଥରୁଛି
  • ||
  • ଦାରିଙ୍ଗବାଡ଼ି : ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର
  • ||
  • ଭୁବନେଶ୍ୱର : ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲେ ୨ ଲୁଟେରା
  • ||
  • ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ
  • ||
  • ୮ ଘଣ୍ଟିଆ ବିନିକା ବନ୍ଦ ଡାକରା, ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ପାଳନ
  • ||
  • ଧୂର୍ତ୍ତ ଯୋଡି ହଂସିତା-ଅନୀଲଙ୍କ ବଢ଼ିଲା ଅଡୁଆ, ଆଜି ଜେଲ୍‌ରେ ଜେରା କରିବ ଆୟକର ବିଭାଗ
  • ||
  • ଭୁବନେଶ୍ୱର : ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ
  • ||
  • କୋଣାର୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୩ ଉଠା ଦୋକାନ
  • ||
  • ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ତାତି: ପ୍ରଥମ ଥର ୩୬ ଡିଗ୍ରୀ ପାର୍ କଲା ପାରଦ, ୫ ସହର ୩୫ ଡିଗ୍ରୀ ଉପରେ
  • ||
  • ଜଳେଶ୍ୱର : କଣ୍ଟେନରକୁ ଧକ୍କାଦେଲା କଣ୍ଟେନର, ଡ୍ରାଇଭର ଗୁରୁତର
  • ||

ଏପ୍ରିଲ୍‌ ୧ରେ ଜେଇଇ ମେନ୍‌ ସେସନ୍‌-୨, ଫେବ୍ରୁଆରୀ ୨୫ ଯାଏ ଆବେଦନ ସୁଯୋଗ

Published By : Prameya | February 2, 2025 2:42 PM

ଭୁବନେଶ୍ୱର,୦୨/୦୨: ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ ସେସନ୍‌-୨ ପାଇଁ ଆବେଦନ ଆରମ୍ଭ ହୋଇଛି । ଏହା ଫେବ୍ରୁଆରୀ ୨୫ ତାରିଖ ଯାଏ ଚାଲିବ । ଏହାର ପରୀକ୍ଷା ଏପ୍ରିଲ୍‌ ୧ ଓ ୮ ତାରିଖରେ  ପରୀକ୍ଷା ହେବ । ଏନେଇ ଶନିବାର ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି  (ଏନ୍‌ଟିଏ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । 

ଏନ୍‌ଟିଏ ପକ୍ଷରୁ କୁହାଯାଇଛି ଯେ, ଯେଉଁମାନେ ଜେଇଇ ମେନ୍‌  ସେସନ୍‌-୧ରେ ଆବେଦନ କରିଛନ୍ତି ସେମାନେ ସେସନ୍‌-୨ ପରୀକ୍ଷା  ଦେଇପାରିବେ । ଆବେଦନ ସମୟରେ ଆପ୍ଲିକେଶନ ନମ୍ବର ଓ ପାସ୍‌ୱାର୍ଡ  ଦେଇ ଲଗଇନ୍‌ କରିବେ । ଏହାପରେ ଆବେଦନ କରି ଫି ଦାଖଲ  କରିବେ । ଆବେଦନକାରୀ ପେପର ମୋଡ୍‌ ପରୀକ୍ଷା ପାଇଁ ଚଏସ୍‌  ଦେଇପାରିବେ । ଏନେଇ ସମସ୍ତ ସୂଚନା ଜେଇଇ ମେନ୍‌ ୨୦୨୫ ସୂଚନା  ପତ୍ରିକାରେ ରହିଛି । ଗୋଟିଏ ଆବେଦନକାରୀ ଏକାଧିକ ବାର ଆବେଦନ  କରିପାରିବେ ନାହିଁ । ଆବେଦନକାରୀ ଏନ୍‌ଟିଏର ସମସ୍ତ ସୂଚନା ମାନିବାକୁ  ବାଧ୍ୟ । ଏନ୍‌ଟିଏ ପକ୍ଷରୁ ପରୀକ୍ଷା ସଂପର୍କିତ ସମସ୍ତ ସୂଚନା ଦିଆଯାଇଥିବା  ମୋବାଇଲ୍‌ ନମ୍ବର ଓ ଇମେଲ୍‌ ରେ ପଠାଯିବ । ଏନେଇ ସମସ୍ତ ସୂଚନା  ଏନ୍‌ଟିଏ ୱେବସାଇଟ୍‌ ଙ୍ଗଙ୍ଗଙ୍ଗ.ଦ୍ଭଗ୍ଧବ.ବମ.ସଦ୍ଭ ରେ ଉପଲବ୍ଧ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.