ଭୁବନେଶ୍ୱର,୦୨/୦୨: ବୃଦ୍ଧଙ୍କ ଉପରେ ଚଢି ଗଲା ହାଇୱା । ଘଟଣା ସ୍ଥଳରେ ଚାଲିଗଲା ବୃଦ୍ଧଙ୍କ ଜୀବନ । ଦୁର୍ଘଟଣା ଘଟାଇ ହାଇୱା ଚାଳକ ଘଟଣା ସ୍ଥଳରୁ ଚମ୍ପଟ ମାରିଛି । ମୃତକ ନୂଆ ସାହି ଗ୍ରାମର ବାସନ ପଣ୍ଡା ବୋଲି ଜଣାପଡ଼ିଛି । ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ପ୍ରତାପରୁଦ୍ରପୁର ଗ୍ରାମ ହାଇସ୍କୁଲ୍ ନିକଟରେ ଏଭଳି ଦୁର୍ଘଟଣା ଘଟିଛି ।
ସୂଚନା ମୁତାବକ, ବାସନ ପଣ୍ଡା ସ୍କୁଟର ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ଦୃତ ଗତିରେ ଆସୁଥିବା ଓଡି୦୫ଏକ୍ୟୁ୬୯୫୩ ନମ୍ୱର ବିଶିଷ୍ଟ ହାଇୱା ତାଙ୍କ ଉପରେ ଚଢିଯାଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇ ହାଇୱା ଚାଳକ ଫେରାର ହୋଇ ଯାଇଛି । ଏହି ଦୁର୍ଘଟଣା ପରେ ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । କିଛି ଦିନ ପୂର୍ବେ ହାଇୱା ଧକାରେ କାକରୁଦ୍ରପୁରର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ବାରମ୍ବାର ହାଇୱା ଦୁର୍ଘଟଣା ଘଟାଉଥିବାରୁ ହାଇୱା ଚଳାଚଳ ଉପରେ ରୋକ୍ ଲଗାଇବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।