ପ୍ରମୂଖ ଖବର
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଜେଲ୍‌ରେ ବିଗୁଡ଼ୁଛି ଅରବିନ୍ଦ କେଜ୍ରିଓ୍ବାଲଙ୍କ ସ୍ବାସ୍ଥ୍ୟବସ୍ଥା, ଜୁଲାଇ ୩୦ରେ ରାଲି କରିବ ଇଣ୍ଡି ମେଣ୍ଟ

Image Courtesy: timesnownews

ନୂଆଦିଲ୍ଲୀ: ତିହାର ଜେଲରେ ଦିଲ୍ଳୀ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ବିଗୁଡ଼ୁଛି ବୋଲି ଆମ ଆଦମୀ ପାର୍ଟି ଅଭିଯୋଗ କରିଆସିଛି । ଏହା ବିରୋଧରେ ବିରୋଧୀ ଇଣ୍ଡି ମେଣ୍ଟ ଜୁଲାଇ ୩୦ରେ ଦିଲ୍ଲୀ ଜନ୍ତରମନ୍ତରରେ ଆନ୍ଦୋଳନ କରିବ । ଅବକାରୀ ଦୁର୍ନୀତି ମାମଲାରେ ଏବେ କେଜ୍ରିଓ୍ବାଲ ତିହାର ଜେଲରେ ଅଛନ୍ତି । ଜୁନ ୩ରୁ ଜୁଲାଇ ୭ ମଧ୍ୟରେ କେଜ୍ରିଓ୍ବାଲ ସୁଗାର ସ୍ତର ୨୬ ଥର ଖସିଲାଣି ବୋଲି ମେଡିକାଲ ରିପୋର୍ଟରୁ ଜଣାପଡ଼ିଥିବା ନେଇ ଆପ୍‌ ଦାବି କରିଛି । ଏହା ସହ ଜେଲରେ କେଜ୍ରିଓ୍ବାଲଙ୍କୁ ମାରିବାକୁ ବିଜେପି ଷଡ଼ଯନ୍ତ୍ର କରୁଥିବା ନେଇ ଆପ୍‌ ଦାବି କରିଆସିଛି । ଏହାକୁ ନଜରରେ ରଖି ଜୁଲାଇ ୩୦ରେ ଦିଲ୍ଲୀର ଜନ୍ତରମନ୍ତରରେ ଇଣ୍ଡି ମେଣ୍ଟ ଏକ ବିଶାଳ ରାଲିର ଆୟୋଜନ କରିବ ବୋଲି ଆପ୍‌ ପକ୍ଷରୁ  ସୂଚନା ଦିଆଯାଇଛି ।

ଦିଲ୍ଳୀର ଶାସକ ଦଳ ଅଭିଯୋଗ କରିଛନ୍ତି ଯେ, ଉଭୟ ବିଜେପି ଏବଂ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା ମୁଖ୍ୟମନ୍ତ୍ରୀଙ୍କ ଜୀବନ ସହ ଖେଳୁଛନ୍ତି । ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀର ମନ୍ତ୍ରୀ ଆତିଶୀ କହିଛନ୍ତି ଯେ, ଜାତୀୟ ରାଜଧାନୀର ଲୋକମାନଙ୍କ ବିରୋଧରେ ବିଜେପି ଷଡ଼ଯନ୍ତ୍ର କରୁଛି । ସେ କହିଛନ୍ତି ଯେ, ‘ବିଜେପି ଯେକୌଣସି ଉପାୟରେ ଦିଲ୍ଲୀବାସୀଙ୍କୁ ହଇରାଣ  ହରକତ କରୁଛି । ଦିଲ୍ଲୀବାସୀଙ୍କ ଟଙ୍କା ଅଟକାଇ ଦେଇଛି । ଦିଲ୍ଲୀର ଲୋକମାନଙ୍କ ପାଇଁ କାମ କରୁଥିବା ଅରବିନ୍ଦ କେଜ୍ରିଓ୍ବାଲ, ମନୀଷ ସିସୋଦିଆ ଏବଂ ସାତ୍ୟେନ୍ଦ୍ର ଜୈନଙ୍କୁ ଜେଲରେ ବନ୍ଦ କରିଦେଇଛି ବିଜେପି ।’

 ଏହା ସହ ସେ ଦାବି କରିଛନ୍ତି ଯେ, ଯେତେବେଳେ ସୁପ୍ରିମକୋର୍ଟରୁ କେଜ୍ରିଓ୍ବାଲଙ୍କୁ ଜାମିନ ମିଳିବାନ ସମ୍ଭାବନା ଦେଖାଦେଲା ତାଙ୍କୁ ସିବିଆଇ ଲଗାଇ ବିଜେପି ଗିରଫ କଲା । ସେମାନେ ଜାଣିଛନ୍ତି ୩୦ ବର୍ଷ ହେଲା କେଜ୍ରିଓ୍ବାଲଙ୍କୁ ମଧୁମେହ । ଜେଲରେ ତାଙ୍କର ଓଜନ ୮.୫ କେଜି କମିଛି । ତାଙ୍କର ସୁଗାର ସ୍ତର ଖସୁଛି ବୋଲି ସେମାନେ ଜାଣିଛନ୍ତି । ଜେଲ୍‌ରେ କେଜ୍ରିଓ୍ବାଲଙ୍କୁ ସୁଗାର ଲେଭେଲ ୩୪ ଥର ଖସିଲାଣି ବୋଲି ଆତିଶୀ ଦାବି କରିଛନ୍ତି । ବିଜପେି ଏକଥା ଜାଣି ମଧ୍ୟ ତାଙ୍କୁ ସିବିଆଇ ଦ୍ବାରା ଗିରଫ କରିଛି । ତାଙ୍କର ସ୍ବାସ୍ଥ୍ୟବସ୍ଥା ସବୁ ଦିନ ପାଇଁ ଖରାପ ହୋଇଯାଉ ବୋଲି ବିଜେପି ଚାହୁଁଛି । କେଜ୍ରିଓ୍ବାଲଙ୍କ ଗିରଫଦାରୀ ବିରୋଧରେ ଇଣ୍ଡି ମେଣ୍ଟ ଆନ୍ଦୋଳନ କରିବ ବୋଲି ଆତିଶୀ କହିଛନ୍ତି । 

 

 

  • Arvind Kejriwal
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.