ପ୍ରମୂଖ ଖବର
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାଏବ ସିଂ ସୈନି, ମନ୍ତ୍ରୀ ହେଲେ ଅନିଲ ବିଜ୍‌

ନୂଆଦିଲ୍ଲୀ: ହରିୟାଣାରେ ନାଏବ ସିଂ ସୈନି ସରକାର । ଗୁରୁବାର ଲଗାତାର ଦ୍ବିତୀୟ ଥର ଲାଗି ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନାଏବ ସିଂ ସୈନି ।   ମୁଖ୍ୟମନ୍ତ୍ରୀଙ୍କ ପରେ ଅନ୍ୟ କ୍ୟାବିନେଟ ମନ୍ତ୍ରୀମାନେ ମଧ୍ୟ ଶପଥ ନେଇଛନ୍ତି । ବିଜେପିର ବରିଷ୍ଠ ନେତା ଅନିଲ ବିଜ୍‌, ସୈନିଙ୍କ କ୍ୟାବିନେଟରେ ସାମିଲ ହୋଇଛନ୍ତି । ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ହରିୟାଣାରେ ବିଜେପି ଲଗାତାର ତୃତୀୟ ଥର ସରକାର ଗଢ଼ିଥିବା ବେଳେ ଆଜିର ଏହି ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ବିଜେପିର ବହୁ ହେଭିଓ୍ବେଟ୍‌ ନେତା ଏବଂ ମନ୍ତ୍ରୀ ଉପସ୍ଥିତ ଅଛନ୍ତି ।

ନାଏବ ସିଂ ସୈନିଙ୍କ ସମେତ ୧୪ ମନ୍ତ୍ରୀ ଶପଥ ନେଇଛନ୍ତି । ନାଏବ ସିଂ ସୈନି, ଅନିଲ ବିଜ୍‌, କୃଷ୍ଣଲାଲ ପାନଓ୍ବାର, ରାଓ ନରବୀର ସିଂହ, ମହିପାଲ୍‌ ଧାଣ୍ଡା, ବିପୁଲ ଗୋଏଲ, ଅରବିନ୍ଦ କୁମାର ଶର୍ମା, ଶ୍ରୁତି ଚୌଧୁରୀ, ଶ୍ୟାମ ସିଂ ରାଣା, ରଣବୀର ସିଂ ଗଙ୍ଗଓ୍ବା, କ୍ରିଷନ ବେଦୀ, ଗୌରବ ଗୌତମ, ଆରତୀ ସିଂ ରାଓ  ଏବଂ ରାଜେଶ ନାଗର ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି । ତେବେ ମନୋହର ଲାଲ ଖଟ୍ଟରଙ୍କ ସ୍ଥାନ ନେଇ ବିଜେପି ଗତ ହରିୟାଣା ନିର୍ବାଚନରେ ଐତିହାସିକ ବିଜୟ ଦେଇଛନ୍ତି ନାଏବ ସୈନି । ଏକଜିଟ ପୋଲ୍‌କୁ ଭୁଲ ପ୍ରମାଣିତ କରି ବିଜେପି ହରିୟାଣାର ୯୦ ବିଧାନସଭା ଆସନରୁ ୪୮ ଆସନରେ ବିଜୟୀ ହୋଇଛି । ଏହା ସହ ଲଗାତାର ତୃତୀୟ ଲାଗି ସରକାର ଗଢ଼ିବାରେ ସଫଳ ହୋଇଛି ।  

ବିଜେପି ସରକାରରେ ମନ୍ତ୍ରୀପଦ ପାଇଥିବା ନେତାଙ୍କ ମଧ୍ୟରେ ଦୁଇ ଜଣ ଦଳିତ ବର୍ଗର ହୋଇଥିବା ବେଳେ, ଦୁଇ ଜଣ ବ୍ରାହ୍ମଣ ଏବଂ ଦୁଇ ଜଣ ଜାଟ୍‌, ୪ ଜଣ ଓବିସି, ଜଣେ ରାଜପୂତ, ଜଣେ ପଞ୍ଜାବୀ ଏବଂ ଜଣେ ବଣିଆ ସମୁଦାୟର ବୋଲି ଜଣାପଡ଼ିଛି । ସୈନିଙ୍କ ପୂର୍ବ ସରକାରରେ ସାମିଲ ନଥିବା ଅନିଲ ବିଜ୍‌ ଏଥର ଏକମାତ୍ର ପଞ୍ଜାବୀ ଚେହେରା ଭାବେ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନାଏବ ସୈନି ଓବିସି ବର୍ଗର ହୋଇଥିବା ବେଳେ ହରିୟାଣାର ଅଧିକାଂଶ ବିଧାୟକ ଓବିସିରୁ ଆସିଛନ୍ତି । 

  • Haryana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.