ପ୍ରମୂଖ ଖବର
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଛାତ୍ର ସଂସଦ ନିର୍ବାଚନ ପାଇଁ ସରକାର ଚିନ୍ତା କରୁଛନ୍ତି: ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର, ୨୭/୭: କଲେଜ ଓ  ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଶିକ୍ଷାର୍ଥୀଙ୍କ ପାଠପଢ଼ା, ଗବେଷଣା ଓ ପରୀକ୍ଷା ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଶାନ୍ତିଶୃଙ୍ଖଳା ସହ ଛାତ୍ର ସଂସଦ ନିର୍ବାଚନ  ହୋଇପାରିବ । ରାଜ୍ୟ ସରକାର ଏନେଇ ବିଚାରବିମର୍ଶ କରୁଛନ୍ତି । ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନରେ  ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏପରି ସକାରାତ୍ମକ  ଉତ୍ତର ରଖିଛନ୍ତି ।  

ସୂଚନାଯୋଗ୍ୟ, ରାଜ୍ୟରେ ୨୦୧୮ ମସିହାରୁ ଛାତ୍ର ସଂସଦ  ନିର୍ବାଚନ ହେଉନି । ପ୍ରତି ବର୍ଷ ବିଭିନ୍ନ ଛାତ୍ର ସଂଗଠନ  ନିର୍ବାଚନ କରିବାକୁ ଦାବି କରୁଛନ୍ତି । ପୂର୍ବ ସରକାର  କଲେଜରେ ବିଶୃଙ୍ଖଳା ହେଉଥିବା ଦର୍ଶାଇ ଏହାକୁ ବନ୍ଦ  କରିଥିଲେ । ସେ ସମୟରେ ବିଜେପି ବିରୋଧୀ ଦଳରେ  ରହି ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗ ଉଠାଇଥିଲା । ଏବେ  ରାଜ୍ୟରେ ବିଜେପି ସରକାର ଗଠନ ହୋଇଛି । ବିଭିନ୍ନ  ସମୟରେ ଗଣମାଧ୍ୟମରେ ଛାତ୍ର ସଂସଦ ନିର୍ବାଚନ ସପକ୍ଷରେ  ମନ୍ତ୍ରୀ ମତ ଦେଇଛନ୍ତି । ଆଜି ବିଧାନସଭାରେ ଛାତ୍ର ସଂସଦ  ନିର୍ବାଚନକୁ ନେଇ ମନ୍ତ୍ରୀଙ୍କ ଉତ୍ତର ପୁଣି ଛାତ୍ରଛାତ୍ରୀଙ୍କ ମଧ୍ୟରେ  ଆଶା ସଞ୍ଚାର କରିଛି ।  କଲେଜ, ବିଶ୍ୱବିଦ୍ୟାଳୟରେ ଛାତ୍ର ନେତାଙ୍କ ପାଇଁ  ସ୍ୱତନ୍ତ୍ର ଛାତ୍ର ସଂସଦ ଗୃହ (ଷ୍ଟୁଡେଣ୍ଟ ୟୁନିୟନ୍‌ ରୁମ୍‌)  ରହିଥିଲା । ନିର୍ବାଚିତ ପ୍ରାର୍ଥୀ ଏଠାରେ ବସୁଥିଲେ ଏବଂ  ପିଲାଙ୍କ ଅଭିଯୋଗ ଉପରେ ଆଲୋଚନା ହେଉଥିଲା ।  ବିଦ୍ୟାର୍ଥୀଙ୍କ ସମସ୍ୟା କର୍ତ୍ତୃପକ୍ଷ ଏବଂ ସରକାରଙ୍କ ନିକଟରେ  ପହଞ୍ଚାଇ ସମାଧାନର ବାଟ ବାହାର କରୁଥିଲେ । ନାମଲେଖା  ସମୟରେ ହେଲ୍‌ପ ଡେସ୍କ କରି ଛାତ୍ରନେତା ମାନେ ନୂଆ  ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରୁଥିଲେ । ସୌନ୍ଦର୍ଯୀକରଣଠୁ  ଆରମ୍ଭ କରି ଶିକ୍ଷାଦାନ ବ୍ୟବସ୍ଥାରେ ସୁଧାର ଆଣିବା ଏବଂ  ବାର୍ଷିକ ଉତ୍ସବ ଆଦି ପାଇଁ ଛାତ୍ରନେତା ଅଣ୍ଟା ଭିଡ଼ୁଥିଲେ ।  

ସୂଚନାଯୋଗ୍ୟ, ଛାତ୍ର ସଂସଦ ନିର୍ବାଚନକୁ ନେଇ ସରକାରଙ୍କ  ସକାରାତ୍ମକ ମନୋଭାବ ଦେଖି ଏବିଭିପି ଏବେଠୁ ନିର୍ବାଚନ  ପାଇଁ ପ୍ରସ୍ତୁତି ଚଳାଇଛି । ସମସ୍ତ ଛାତ୍ର ସଂଗଠନ କଲେଜ,  ବିଶ୍ୱବିଦ୍ୟାଳୟରେ ହେଲ୍‌ପ ଡେସ୍କ କରି ନିଜ ଆଡ଼କୁ  ପିଲାଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା ଚଲାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.