ପ୍ରମୂଖ ଖବର
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଅକ୍ଟୋବର ଆସିଲେ ଓଡ଼ିଶାରେ ବଢ଼େ ବାତ୍ୟା ଭୟ, ବାରମ୍ବାର ଘଟୁଛି ପ୍ରାକୃତିକ ବିପର୍ଯ୍ୟୟ...

ଭୁବନେଶ୍ୱର,୧୮/୧୦: ଅକ୍ଟୋବର ମାସ ଆସିଲେ ବାତ୍ୟା ଡର ମାଡ଼ି ଆସେ ଓଡ଼ିଶାକୁ । ୧୯୯୯  ମହାବାତ୍ୟାରୁ ନେଇ ପରବର୍ତ୍ତୀ ସମୟରେ ଫାଇଲିନ୍‌, ହୁଡ୍‌ହୁଡ୍‌ ଓ ତିତ୍‌ଲି ବାତ୍ୟାର ପ୍ରକୋପ ସହିଛି ଓଡ଼ିଶା । ଏଥର ପୁଣି ଅକ୍ଟୋବରରେ ଓଡ଼ିଶା ମୁହାଁ ଆଉ ଏକ ବାତ୍ୟା ଆସିବାର ଆଶଙ୍କା ଦେଖା ଦେଇଛି । 

୧୯୯୯ ଅକ୍ଟୋବର ୨୯ରେ ପ୍ରଳୟଙ୍କରୀ  ମହାବାତ୍ୟା ମାଡ଼ ହେଲା ପାରାଦୀପ ଉପକୂଳରେ । ପବନ ବେଗ ୨୬୦ କିଲୋମିଟରୁ ଅଧିକ ଥିଲା ।  ସମଗ୍ର ଉପକୂଳ ଓଡ଼ିଶା ଧ୍ୱଂସ ସ୍ତୁପ ପାଲଟି  ଯାଇଥିଲା । ୨୪ ଘଣ୍ଟାରୁ ଅଧିକ ସମୟ ଧରି  ମହାବାତ୍ୟା ଦେଖାଇଥିଲା ଭୟଙ୍କର ପ୍ରକୋପ ।  ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକରେ କ୍ଷୟକ୍ଷତି  ଥିଲା ଅତି ଭୟଙ୍କର । ଜଗତସିଂହପୁର ସମୁଦ୍ର  ତଟ ଅଞ୍ଚଳରେ ହଜାର ହଜାର ମୃତଦେହ ଏଠି  ସେଠି ପଡ଼ିଥିଲା । ସରକାରୀ ହିସାବରେ ମୃତ୍ୟୁ  ସଂଖ୍ୟା ୧୦ ହଜାର ଥିଲା । ସେଇ ବର୍ଷଠାରୁ  ଅକ୍ଟୋବର ଆସିଲେ ବାତ୍ୟା ମନେ ପଡ଼ିଯାଏ ।

ପରବର୍ତ୍ତୀ ସମୟରେ ୨୦୧୩ ଅକ୍ଟୋବର  ୧୨ରେ ଗୋପାଳପୁର ପାଖରେ ମାଡ଼ ହୋଇଥିଲା  ଅତି ଭୀଷଣ ବାତ୍ୟା ‘ଫାଇଲିନ୍‌’ । ପବନ  ବେଗ ୧୮୫ କିମି ଛୁଇଁଥିଲା ଗୋପାଳପୁରରେ ।  ବ୍ୟାପକ କ୍ଷୟକ୍ଷତି ହୋଇଥିଲା ଦକ୍ଷିଣ ଉପକୂଳ ଓଡ଼ିଶାରେ। ଏହା ପ୍ରଭାବରେ ଲଗାଣ ବର୍ଷା  ଆଣିଥିଲା ବାଲେଶ୍ୱରରେ ପ୍ରଳୟଙ୍କରୀ ବନ୍ୟା ।  ତା’ ପରବର୍ଷ ୨୦୧୪ ଅକ୍ଟୋବର ୧୨ରେ ବାତ୍ୟା  ହୁଡ୍‌ହୁଡ୍‌ ମାଡ଼ ହେଲା ଦକ୍ଷିଣ ଓଡ଼ିଶା ପାଖ  ଆନ୍ଧ୍ରର ବିଶାଖାପାଟଣାରେ । ଏହାର ବେଶ୍‌ ପ୍ରଭାବ  ପଡ଼ିଥିଲା ଓଡ଼ିଶାରେ । ୨୦୧୮ ଅକ୍ଟୋବରରେ  ଆସିଥିଲା ତିତ୍‌ଲି ବାତ୍ୟା । ଓଡ଼ିଶାରେ ସିଧା  ମାଡ଼ ହୋଇନଥିଲା । ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ  ଓଡ଼ିଶାରେ ଆତଙ୍କ ଖେଳାଇଥିଲା । ଗଜପତି  ଜିଲ୍ଲାରେ ଏଭଳି ଲଗାଣ ବର୍ଷା ହେଲା ଯେ  ଭୂସ୍ଖଳନରେ ଅନେକ ଜୀବନ ଚାଲିଗଲା ।  ଏବେ ପୁଣି ଅକ୍ଟୋବରରେ ବାତ୍ୟା ସମ୍ଭାବନା  ଖବର ଉପକୂଳ ଓଡ଼ିଶାରେ ଡର ବଢ଼ାଇଲାଣି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.