ପ୍ରମୂଖ ଖବର
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଜିଏଫ୍‌ଏସ୍‌ ପରେ ଏନ୍‌ସିଇପି ମଡେଲ୍‌ରେ ଅତି ଭୀଷଣ ବାତ୍ୟା ପୂର୍ବାନୁମାନ, ସିଧା ମାଡ଼ ହୋଇପାରେ ଓଡ଼ିଶା ଉପକୂଳରେ...

ଭୁବନେଶ୍ୱର,୧୮/୧୦:  ଅତି ଭୀଷଣ ବାତ୍ୟା ରୂପ ନେଇପାରେ । ପବନର ବେଗ ୧୫୦କିମି ଡେଇଁପାରେ ।  ମାଡ଼ ହେବ ସିଧା ଓଡ଼ିଶା ଉପକୂଳରେ  ପାରାଦୀପରୁ ବାଲେଶ୍ୱର ମଝିରେ ।  ଗ୍ଲୋବାଲ୍‌ ଫେରକାଷ୍ଟିଂ ମଡେଲ  (ଜିଏଫ୍‌ଏସ୍‌) ଏମିତି ପୂର୍ବାନୁମାନ  ଦେଇଛି । ବାତ୍ୟା ରୂପ ନେଲେ ଏହାର ନାମକରଣ ‘ଦାନା’ ରଖାଯିବ। 

ଜିଏଫ୍‌ଏସ୍‌  ପୂର୍ବାନୁମାନ କହୁଛି, ଓଡ଼ିଶା ଭିତରେ ହିଁ  ବୁଲିବ ବାତ୍ୟା- ଉପକୂଳରୁ ଆଭ୍ୟନ୍ତର  ଆଉ ଉତ୍ତର ଓଡ଼ିଶା । ସପ୍ତାହେ ଯାଏ  ପ୍ରବଳ ବର୍ଷା ସମ୍ଭାବନା ବି ରହିଛି ।  ବାତ୍ୟା ଦୁର୍ବଳ ପରେ ବି ସପ୍ତାହ  ଯାଏ ଓଡ଼ିଶା ଉପରେ ଲଘୁଚାପ  ରହିବ । ଜିଏଫ୍‌ଏସ୍‌ ମଡେଲ ଏଭଳି ଆକଳନ କରିଛି । 

ଖାଲି ଜିଏଫ୍‌ଏସ୍‌ ମଡେଲ ନୁହେଁ,  ଏନ୍‌ସିଇପି ମଡେଲର ଆକଳନ ମଧ୍ୟ  ବାତ୍ୟା ଆଶଙ୍କାକୁ ବଢ଼ାଇ ଦେଇଛି । ୨୪ ତାରିଖ ବେଳକୁ ବଙ୍ଗୋପସାଗରରେ  ବାତ୍ୟା ଆଶଙ୍କା ୩୦ରୁ ୪୦% ରହିଛି  ବୋଲି ଆଇଏମ୍‌ଡି ଇଆର୍‌ଏଫ୍‌  ମଡେଲ ପୂର୍ବାନୁମାନ କରିଛି । ଇସି  ଏଆଇଏଫ୍‌ଏସ୍‌ ମଡେଲ କହିଛି  କାଟାଗୋରୀ-୧ ବାତ୍ୟା ହେବ । 

କିନ୍ତୁ ଭାରତୀୟ ପାଣିପାଗ ବିଭାଗର  ମହା ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର  କହିଛନ୍ତି, ଆସନ୍ତା ସପ୍ତାହରେ ବାତ୍ୟା  ନେଇ ଏବେଯାଏ କୌଣସି ଆକଳନ  କରାଯାଇନି । ଏହି ସମୟରେ ଲଘୁଚାପ  ସୃଷ୍ଟି ହେବ । ଏହା ଘନୀଭୂତ ହୋଇ  ଅବପାତ ରୂପ ନେଇପାରେ।ଏହା ପ୍ରଭାବରେ ଉପକୂଳ ଓଡ଼ିଶା ଓ ଉତ୍ତର  ଓଡ଼ିଶାରେ ବର୍ଷା ହେବ ।  

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା  ମନୋରମା ମହାନ୍ତି କହିଛନ୍ତି, ୨୨ ତାରିଖରେ  କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ହେବ । ଏହା ଉତ୍ତର ପଶ୍ଚିମ ଦିଗରେ ଆଗକୁ ଯାଇପାରେ । ଏହା ଅଧିକ ଘନୀଭୂତ ହୋଇପାରେ । କିନ୍ତୁ ବାତ୍ୟା ସମ୍ଭାବନାକୁ ନେଇ କୌଣସି ପୂର୍ବାନୁମାନ ନାହିଁ । ୨୩ ଓ ୨୪ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ ବୋଲି ସେ କହିଛନ୍ତି ।  

ଗ୍ଲୋବାଲ ଫୋରକାଷ୍ଟ୍‌ ସିଷ୍ଟମ(ଜିଏଫଏସ୍‌)  ମଡେଲର ସଦ୍ୟ ଆକଳନ ଅନୁସାରେ, ୨୪  ତାରିଖରେ ପାରାଦୀପରୁ ବାଲେଶ୍ୱର ମଝିରେ ଓଡ଼ିଶା ଉପକୂଳର କୌଣସି ସ୍ଥାନରେ ବାତ୍ୟା  ମାଡ଼ ହୋଇପାରେ । ଲ୍ୟାଣ୍ଡଫଲ୍‌ ସମୟରେ ବାତ୍ୟା  କେନ୍ଦ୍ରସ୍ଥଳର ଚାପ ୯୪୪ ମିଲିବାର୍‌ ରହିବ । ଅତି  ଭୀଷଣ ବାତ୍ୟା(ଭେରି ସିଭିଅର ସାଇକ୍ଲୋନିକ ଷ୍ଟର୍ମ)  ରୂପ ନେଇପାରେ । ୨୫ ତାରିଖରେ ମଧ୍ୟ ବାତ୍ୟାର  ପ୍ରଭାବ ରହିବ । ପରେ ଏହା ଦୁର୍ବଳ ହୋଇଯିବ ସତ,  କିନ୍ତୁ ଲଘୁଚାପ ସକ୍ରିୟ ରହିବ । ଅକ୍ଟୋବର ମାସ  ଶେଷ ଯାଏ ଏହି ଲଘୁଚାପ ଓଡ଼ିଶା ଉପରେ ରହିବ ବୋଲି ଜିଏଫଏସ୍‌ ଆକଳନ କରିଛି । ଏଭଳି ହେଲେ  ୨୩ ତାରିଖରୁ ସପ୍ତାହେ ଯାଏ ରାଜ୍ୟରେ ପ୍ରବଳ ବର୍ଷା  ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି । 

ସେହିଭଳି ଭାରତୀୟ ପାଣିପାଗ ବିଭାଗ  ଆଗାମୀ ଦୁଇ ସପ୍ତାହ ଯାଏ ଏକ ବିସ୍ତାରିତ ଆକଳନ  କରିଛି । ୨୨ରେ ଲଘୁଚାପ ଓ ୨୪ରେ ଅଧିକ  ଘନୀଭୂତ ହେବ ବୋଲି ଆଇଏମଡି ଜିଏଫଏସ୍‌  ମଡେଲ, ଜିଇଏଫଏସ୍‌, ଏନସିଇପି ଜିଏଫଏସ୍‌,  ଇସିଏମଡବ୍ଲୁଏଫ୍‌ ଓ ଇସିଏଆଇ ମଡେଲ ଭଳି  ସବୁ ମଡେଲ ଆକଳନ କରିଛନ୍ତି । ତେବେ ଅବପାତ  ରୂପ ନେବା ପରେ ଏହା ଅଧିକ ବଳୁଆ ହେବ  ବୋଲି ଜିଏଫଏସ୍‌ ମଡେଲ ଓ ଇସିଏମଡବ୍ଲୁଏଫ୍‌  ଆକଳନ କରୁଛନ୍ତି । ଏହା ଭୀଷଣ ବାତ୍ୟା ରୂପ  ନେବ ବୋଲି ଏନ୍‌ସିଇପି ମଡେଲ ଚିତ୍ର ଆଙ୍କିଛି । ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ପରେ ଏହା  ଓଡ଼ିଶାକୁ ମୁହାଁଇବ ବୋଲି ୩ଟି ଯାକ ମଡେଲ  ଆକଳନ କରୁଛନ୍ତି । 

ଆଇଏମ୍‌ଡିର ଇଆରଏଫ୍‌  ମଡେଲ ମଧ୍ୟ ବାତ୍ୟା ହେବାର ସମ୍ଭାବନା ୩୦ରୁ ୪୦%  ରହିଛି ବୋଲି ଦର୍ଶାଇଛି । ଇସିଏମଡବ୍ଲୁଏଫ୍‌ର ଏଆଇ ମଡେଲ କହିଛି,  ୨୪ ତାରିଖରେ ବାତ୍ୟା ଓଡ଼ିଶା ଉପକୂଳକୁ ଆସିବ ।  ସେବେ ବାତ୍ୟା କେନ୍ଦ୍ରସ୍ଥଳର ଚାପ ୯୮୮ ମିଲିବାର୍‌  ରହିପାରେ । ଏହାର ତୀବ୍ରତା ମପାଗଲେ ଏହି ବାତ୍ୟା  କାଟାଗୋରୀ-୧ରେ ଆସିବ । 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.