ପ୍ରମୂଖ ଖବର
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ

ଭୁବନେଶ୍ୱର,୧୮/୧୦: ୱାଟ୍‌କୋ ପକ୍ଷରୁ ଦୁର୍ବଳ ପାଇପ  ମରାମତି ପାଇଁ ଶୁକ୍ରବାର ଅପରାହ୍ନ ୨ଟାରୁ ଶନିବାର ଅପରାହ୍ନ ୨ଟା  ପର୍ଯ୍ୟନ୍ତ ରାଜଧାନୀରେ ଜଳ ଯୋଗାଣ ବନ୍ଦ ରହିବ । ଏନେଇ ୱାଟ୍‌କୋ ପକ୍ଷରୁ ସୂଚନା ଜାରି କରାଯାଇଛି । ତେଣୁ ଜନସାଧାରଣ ଆବଶ୍ୟକତା  ଅନୁସାରେ ଜଳ ସଂରକ୍ଷଣ ରଖିବାକୁ କୁହାଯାଇଛି । 

ମୁଣ୍ଡଳିରୁ ଘାଟିକିଆ  ଆସୁଥିବା ମୁଖ୍ୟ ପାଇପ୍‌ ଲାଇନ୍‌ର କିଛି ସ୍ଥାନରେ ଲିକ୍‌ ରହିଛି । ଏହି ପାଇପ୍‌ ଲାଇନ୍‌କୁ ମରାମତି କରାଯିବ । ଘାଟିକିଆ  ଅଞ୍ଚଳର କଳିଙ୍ଗନଗର, ପାତ୍ରପଡା,  ଭରତପୁର, ସାମପୁର, ଘାଟିକିଆ,  ଖଣ୍ଡଗିରି ବାରି, କୋଳଥିଆ,  ଆଇଗିଣିଆ, ସିଆରପି, ବରମୁଣ୍ଡା ଓ ଏମ୍‌ଏସ୍‌ ଅଞ୍ଚଳରେ ଜଳ ଯୋଗାଣ  ପ୍ରଭାବିତ ହେବ । 

ସେହିପରି ଯଦୁପୁର, ଡୁମୁଡୁମା, ହାଉସିଂବୋର୍ଡ  କଲୋନୀ, ଜାଗମରା, ଜଗମୋହନ ନଗର, ଶତାବ୍ଦୀ ନଗର, ଲିଙ୍ଗରାଜ  ବିହାର, କପିଳପ୍ରସାଦ, ସୁନ୍ଦରପଦା, କ୍ରିଷ୍ଣା ଗାର୍ଡେନ, ସୌଭାଗ୍ୟନଗର  ଅଞ୍ଚଳରେ ମଧ୍ୟ ଜଳ ଯୋଗଣ ପ୍ରଭାବିତ ହେବ । ଏହା ସହ ଗଙ୍ଗନଗର, ପଳାଶପଲ୍ଲୀ, ଶିରିପୁର, ଗଙ୍ଗନଗର, ଏରୋଡ୍ରମ ଅଞ୍ଚଳ, ନୂଆପଲ୍ଲୀର  ଏନ୍‌-୧ରୁ ୬, କବାଡି ବସ୍ତି, ଗଡ଼ସାହି, ବାଲିତୋଟା ସାହି, ଆନନ୍ଦ ବିହାର ସୀତାପଲ୍ଲୀ ବସ୍ତି, ଶାସ୍ତ୍ରୀନଗର ଜଳ ଯୋଗାଣ ବନ୍ଦ ରହିବ ।  ଚନ୍ଦ୍ରଶେଖରପୁର ଅଞ୍ଚଳରେ ନିଳାଦ୍ରୀ ବିହାର, ସାଲିଆ ସାହି, ମୈତ୍ରୀ ବିହାର ଅଞ୍ଚଳରେ ମଧ୍ୟ ଜଳ ଯୋଗାଣ ବନ୍ଦ ରହିବ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.