ପ୍ରମୂଖ ଖବର
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ସାଙ୍ଗ ସହ ଲକ୍ଷ୍ମୀ ପୂଜା ଦେଖିବାକୁ ଆସିଥିଲେ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ଛାତ୍ରଙ୍କ ଜୀବନ

ସୋର, ୧୭।୧୦ :  ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅଧୀନ ନୟାଖଣ୍ଡି ତୁରାଣୀପଦା ଲକ୍ଷ୍ମୀ ଵସ ଷ୍ଟାଣ୍ଡ ଠାରେ ୧୧ କେଭି ତାର ସଂସ୍ପର୍ଶରେ ଆସି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରର ଜୀବନ ଚାଲି ଯାଇଛି। ଛାତ୍ର ଜଣକ ହେଲେ ଉକ୍ତ ପଞ୍ଚାୟତ ଅଧୀନ ହାଟମହୁରୀ ଗ୍ରାମର ମାୟାଧର ସାହୁଙ୍କ ବଡ଼ ପୁଅ ବିଜୟ କୁମାର ସାହୁ (୧୪) । ସେ  ନିଜର ଦୁଇ ସାଙ୍ଗ ସହ ପୂଜା ବୁଲିବାକୁ  ଆସିଥିଲେ।

କେନ୍ଦୁଝର ଜିଲ୍ଲା ଆନ୍ଦପୁର ବ୍ଲକ ଅଧୀନ ଶାଳବଣି ଗ୍ରାମର ପ୍ରଶାନ୍ତ ସାହୁଙ୍କ ପୁଅ ରାହୁଲ କୁମାର ସାହୁ (୧୪) ଓ ଖଇରା ବ୍ଲକ ଅଧୀନ ନନ୍ଦୁରୁ ପଞ୍ଚାୟତ ଦାନ୍ତିଆ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା ପୁଅ ସଞ୍ଜୟ କୁମାର ବେହେରା (୧୪)  ଓ ବିଜୟ ସାଙ୍ଗ  ହୋଇ ଲକ୍ଷ୍ମୀ ପୂଜା ଦେଖିବାକୁ ଆସିଥିଲେ। ବିଜୟଙ୍କ ଗ୍ରାମ ନିକଟସ୍ଥ ତଳମହୁରୀ ଗ୍ରାମରେ ଥିବା ମାମୁଁ ଗୌରାଙ୍ଗ ସାହୁଙ୍କ ଘରକୁ ସେମାନେ ବୁଲିବାକୁ ଆସିଥିଲେ। ସେଠାରୁ ୩ ଜଣ ମିଶି ଖଇରା ବଜାରରେ ଚାଲୁଥିବା ପୂଜା ଦେଖିବାକୁ ଯିବାବେଳେ ତୁରାଣୀପଦା ଵସଷ୍ଟାଣ୍ଡ ନିକଟରେ ଅଟକି ଥିଲେ। ମାତ୍ର ସେଠାରେ ଥିବା ୧୧ କେଭି ତାର ସଂସ୍ପର୍ଶରେ ବିଜୟ ଆସି ଯାଇଥିଲେ। ଏହା  ତାର ସାଙ୍ଗମାନେ  ଦେଖି ନିଜର ବନ୍ଧୁ ଘରକୁ ଫୋନ କରିଥିଲେ। ଖବର ପାଇ ସେଠାରେ ସାଙ୍ଗେ ସାଙ୍ଗେ  ଲୋକଙ୍କ ଭିଡ ଜମିଥିଲା। ଘଟଣା ସ୍ଥଳରେ  ବିଦ୍ୟୁତ ବିଭାଗ ସମେତ ଖଇରା ଦମକଳ ବାହିନୀ ପହଞ୍ଚିଥିଲେ।  ପରେ ବିଜୟର ମୃତଦେହ  ଉଦ୍ଧାର କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.