ଭୁବନେଶ୍ୱର,୧୨/୦୨: ଗାଁ ରୁ ସହର ଯୋଡି ହେବ । ପରିବହନ କ୍ଷେତ୍ର ଆହୁରି ଆଗକୁ ବଢିବ ରାଜ୍ୟ । ଏନେଇ ଲକ୍ଷ୍ମୀ ଯୋଜନାର ସୋମବାର ଆଉ ୫ ଜିଲ୍ଲାରେ ବସ୍ ସେବା ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ ।
ସୋମବାର ମୟୁରଭଞ୍ଜ, ବଲାଙ୍ଗୀର, ବରଗଡ, କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହେବ । ମୋଟ୍ ୪୨୫ଟି ବସ୍କୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ପୂର୍ବରୁ ଏକାଧିକ ଜିଲ୍ଲାରେ ଏହି ବସ୍ ସେବା ଆରମ୍ଭ ହୋଇ ସାରିଛି । ମହିଳା, ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ସମ୍ପ୍ରଦାୟକୁ ଶସକ୍ତ କରିବା ଏହି ବସ୍ ସେବାର ମୂଳ ଲକ୍ଷ୍ୟ । ମହିଳା ମାନଙ୍କ ପାଇଁ ବସ୍ ଟିକେଟ୍ ମୂଲ୍ୟ ମାତ୍ର ୫ ଟଙ୍କା ରଖାଯାଇଛି । ଆସନ୍ତା ୧୬ ତାରିଖରେ ଆଉ ୫ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହେବ ।