ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ଚୋରା ଚାଲାଣ ବେଳେ ୧୭୬ କଇଁଛ ଜବତ, ୪ ଗିରଫ

ଝରିଗାଁ, ୧୫/୦୬ : ଝରିଗାଁ ବନବିଭାଗକୁ ବଡ଼ ସଫଳତା। କଇଁଛ ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ। ୧୭୬ଟି ବିରଳ କଇଁଛ ଉଦ୍ଧାର। ଏହା ସହ ୪ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି ବନ ବିଭାଗ।

ରେଞ୍ଜର ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ସୂଚନା ପ୍ରକାରେ ସୀମାନ୍ତ ଜିଲ୍ଲା କଳାହାଣ୍ଡି ଗତ ମୁଣ୍ଡା ଗ୍ରାମରୁ କଇଁଛ ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ୱାଇଲ୍ଡ ଲାଇଫ୍ ସ୍କ୍ଵାର୍ଡ ଏବଂ ବନ ବିଭାଗ କର୍ମଚାରୀ ଟିମ୍ ଚାରିଜଣ କଇଁଛ ତସ୍କରଙ୍କୁ ଧରିବାରେ ସଫଳ ହୋଇଛି। ରାତି ପ୍ରାୟ ୮ଟା ବେଳେ ଚକଲା ପଦର ପଞ୍ଚାୟତ, କଂଗ୍ରା ସାପ୍ତାହିକ ହାଟ ପଦା ନିକଟରେ ଚାରି ଜଣକୁ ମୋଟର ସାଇକେଲ ଯୋଗେ ଜୀବନ୍ତ କଇଁଛ ନେଉଥିବା ବେଳେ ବନ ବିଭାଗ ଟିମ୍ ହାତରେ ଧରା ପଡିଛନ୍ତି। ଚାରି ଜଣଙ୍କ ମଧ୍ୟରୁ ଜଣେ କଳାହାଣ୍ଡି ଗତ ମୁଣ୍ଡାର ହୋଇଥିବା ବେଳେ ତିନି ଜଣ ସର୍ଗିଗୁଡ଼ାର ହୋଇଥିବା ଜଣାପଡିଛି। ବିଗତ ଦିନରେ ଏହି ଅଞ୍ଚଳରୁ କଇଁଛ ଚାଲାଣ ବେଳେ ବନ ବିଭାଗ ଚାଲାଣକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ରେଞ୍ଜର ନାୟକଙ୍କ ନେତୃତ୍ୱରେ ଜବତ ଜୀବନ୍ତ କଇଁଛକୁ ଝରିଗାଁ ସ୍ଥିତ ସେଣ୍ଟ୍ରାଲ ନର୍ସରୀ ଠାରେ ରଖାଯାଇଛି। କଇଁଛ ଗୁଡ଼ିକ ଉମରକୋଟ ଅଞ୍ଚଳରେ ବିକ୍ରି ପାଇଁ ନେଉଥିବା ଗିରଫ ଚାରିଜଣ ସ୍ଵୀକାର କରିଥିବା ସୂଚନା ଦେଇଛନ୍ତି। ଶତାଧିକ ସଂଖ୍ୟାରେ କଳାହାଣ୍ଡି ଅଞ୍ଚଳରୁ ଲକ୍ଷାଧିକ ଟଙ୍କାରେ କଇଁଛ ଚାଲାଣ ହେଉଥିବା ବେଳେ ଏହା ପଛରେ କୌଣସି ଏକ ରାକେଟ ସାମିଲ ଥିବା ସନ୍ଦେହ କରି ବିଭାଗ ଏହାର ତୃଣମୂଳ ସ୍ତରରେ ତଦନ୍ତ ପ୍ରକ୍ରିୟା ଜାରି ରଖିଥିବା ରେଞ୍ଜର ନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.