ପ୍ରମୂଖ ଖବର
  • ସମ୍ବଲପୁରରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ପରାଧି ସୀତାରାମ ଷଡ଼ଙ୍ଗୀର ଗୋଡ଼ରେ ବାଜିଲା ଗୁଳି
  • ||
  • ବିଧେୟକକୁ ରାଜ୍ୟପାଳଙ୍କ ସ୍ୱୀକୃତି, ଓଡ଼ିଶାରେ ଲାଗୁହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ
  • ||
  • ଏଥର ରାଜ୍ୟରେ ଠିକ୍‌ ସମୟରେ ପହଞ୍ଚିବ ମୌସୁମୀ ବାୟୁ: ଜୁନ୍‌ରେ ସ୍ୱାଭାବିକ ବର୍ଷା, ଜୁଲାଇ ଅଧାରୁ ଅଗଷ୍ଟ ଅଧା ଯାଏ ବର୍ଷା କମିବ
  • ||
  • ଭୁବନେଶ୍ୱର : ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ, ଅଳ୍ପକେ ବର୍ତ୍ତିଲେ ସାଙ୍ଗ
  • ||
  • ବ୍ରହ୍ମପୁର ବାଛୁବାରୀ ସାହିରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ପ୍ଲାଷ୍ଟିକ୍ ସାମଗ୍ରୀ
  • ||

IPL 2025; ବଦଳିବ କି ସୁପରକିଙ୍ଗସ୍ ଭାଗ୍ୟ ? ଧୋନୀଙ୍କ ହାତମୁଠାରେ ଚେନ୍ନାଇ

Published By : Ankita S | April 11, 2025 12:52 PM

ନୂଆଦିଲ୍ଲୀ,୧୧/୦୪: ବିଜୟ ଟ୍ରାକ୍‌କୁ ଫେରିବ କି ଚେନ୍ନାଇ ? ବଦଳିବ କି ସୁପରକିଙ୍ଗସ୍ ଭାଗ୍ୟ ? ମହେନ୍ଦ୍ର ସିଂହ ଧୋନୀ..ଥାଲା..ମାହି ପୁଣିଥରେ ଚେନ୍ନାଇ ସୁପରକିଙ୍ଗସ୍ ଅଧିନାୟକ ଭାବେ ଫେରିଛନ୍ତି । କାରଣ ଧୋନୀ ଏବଂ ତାଙ୍କ କ୍ୟାପ୍ଟଟେନ୍ସି କରିବାର ଷ୍ଟାଇଲ ଟିକେ ଅଲଗା । ସେଥିପାଇଁ ତ ତାଙ୍କୁ 'କ୍ୟାପ୍ଟେନ୍ କୁଲ'ର ଟାଇଟଲ ମିଳିଛି । ୨ ବର୍ଷ ହେବ ଚେନ୍ନାଇର ଅଧିନାୟକ ପଦ ଛାଡିଛନ୍ତି ଧୋନୀ । କିନ୍ତୁ କିଛି ନା କିଛି ଏମିତି ପରିସ୍ଥିତି ଉପୁଜୁଛି ଯାହା ଫଳରେ ସେ ପୁଣି କ୍ୟାପ୍ଟେନ୍ସି କରିବାକୁ ବାଧ୍ୟ ହେଉଛନ୍ତି । ପାଖାପାଖି ୬୦୦ ଦିନ ପରେ ପୁଣି ମୈଦାନରେ ଧୋନୀଙ୍କ ନେତୃତ୍ବରେ ଖେଳିବ ଚେନ୍ନାଇ ।

ଧୋନୀଙ୍କ ନେତୃତ୍ବରେ ଖେଳିବ ସିଏସକେ- ଚଳିତ ସିଜନ୍‌ରେ ଚେନ୍ନାଇ ସୁପରକିଙ୍ଗସ୍‌ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା । ମୁମ୍ବାଇ ବିପକ୍ଷରେ ପ୍ରଥମ ମ୍ୟାଚ ଜିତିଥିଲା । ଏହାପରେ ଦଳ ସବୁ ମ୍ୟାଚରେ ପରାସ୍ତ ହୋଇଛି । ଏଯାବତ୍ ଦଳ ୫ଟି ମ୍ୟାଚ ଖେଳିସାରିଛି । ୪ଟି ମ୍ୟାଚରେ ପରାସ୍ତ ହୋଇଛି । ଆଜି କୋଲକାତା ନାଇଟ୍‌ ରାଇଡ଼ର୍ସ ବିପକ୍ଷରେ ଖେଳିବ ଚେନ୍ନାଇ । ୪ଟି ମ୍ୟାଚ ହାରିବା ପରେ ଚେନ୍ନାଇ କମବ୍ୟାକ୍ କରୁଛି ନା ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଧୋନୀଙ୍କ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ହେବ । ଆଇପିଏଲ ଇତିହାସରେ ସବୁଠୁ ସଫଳ ଦଳ କଥା କହିଲେ ମନକୁ ଚେନ୍ନାଇ ସୁପରକିଙ୍ଗସ୍‌ର ନାମ ଆସେ । ମହେନ୍ଦ୍ର ସିହଂ ଧୋନୀଙ୍କ ନେତୃତ୍ବରେ ଦଳ ୫ ଥର ଆଇପିଏଲ ଟ୍ରଫି ହାତେଇଛି । 

ଅଧିକ ପଢ଼ନ୍ତୁ...IPL 2025: ଆଜି ସୁପରକିଙ୍ଗ୍‌ସ-ନାଇଟ ରାଇଡର୍ସ ଲଢ଼େଇ, କ୍ୟାପ୍‌ଟେନ ଧୋନୀ ଧରିବେ CSK ମଙ୍ଗ

ଋତୁରାଜ ବାଦ୍‌- ଚେନ୍ନାଇ ସୁପରକିଙ୍ଗ୍‌ସ ଅଧିନାୟକ ଋତୁରାଜ ଗାଏକୱାଡ଼ ଆହତ ହୋଇ ଚଳିତ ଆଇପିଏଲ୍‌ରୁ ବାଦ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ମହେନ୍ଦ୍ର ସିଂହ ଧୋନିଙ୍କୁ ପୁନର୍ବାର ନେତୃତ୍ୱ ପ୍ରଦାନ କରାଯାଇଛି । ଗତ ୩୦ ତାରିଖରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଗାଏକୱାଡ୍‌ ଆହତ ହୋଇଥିଲେ । ଧୋନୀ ୨୦୦୮ରୁ ୨୦୨୩ ସିଜନ ପର୍ଯ୍ୟନ୍ତ ଚେନ୍ନାଇ ସୁପରକିଙ୍ଗ୍‌ସର ନେତୃତ୍ୱ ନେଇଥିଲେ । ତାଙ୍କ ନେତୃତ୍ୱରେ ସୁପରକିଙ୍ଗ୍‌ସ ୨୦୧୦, ୨୦୧୧, ୨୦୧୮,୨୦୨୧, ୨୦୨୩ ସିଜନରେ ଚାମ୍ପିଅନ୍‌ ହୋଇଥିଲା । ୨୦୨୨ ସିଜନରେ ରବିନ୍ଦ୍ର ଜାଡ଼େଜାଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଥିଲା । ମାତ୍ର ଦଳର ଦୁର୍ବଳ ପ୍ରଦର୍ଶନ ପରେ ଧୋନୀ ସିଜନ ଅଧାରୁ ପୁନର୍ବାର ଅଧିନାୟକ ନିଯୁକ୍ତ ହୋଇଥିଲେ । ଏଥର ଗାଏକୱାଡଙ୍କ ନେତୃତ୍ୱରେ ସୁପରକିଙ୍ଗ୍‌ସର ପ୍ରଦର୍ଶନ ମଧ୍ୟ ନୈରାଶ୍ୟଜନକ ରହିଛି । ତେଣୁ ଧୋନୀ ଦଳର ଭାଗ୍ୟ ବଦଳାଇବେ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.