ନୂଆଦିଲ୍ଲୀ, ୧୨/୪ : ପାକିସ୍ତାନର ସୀମିତ ଓଭରର ଅଧିନାୟକ ମହମ୍ମଦ ରିଜଓ୍ବାନଙ୍କ ବର୍ତ୍ତମାନ ସମୟରେ କୌଣସି ପରିଚୟର ଆବଶ୍ୟକତା ନାହିଁ । ମାତ୍ର ନିକଟରେ ତାଙ୍କ ପରଫର୍ମାନ୍ସ ବିଗିଡ଼ି ଯାଇଥିବା ନଜର ଆସିଛି । ଏହି କାରଣରୁ ପ୍ରତ୍ୟେକ ଦିନ ତାଙ୍କୁ ଆଲୋଚନାର ସାମ୍ନା କରିବାକୁ ପଡ଼ୁଛି । ଖାଲି ଏତିକି ନୁହେଁ ବରଂ ଲୋକମାନେ ତାଙ୍କ ଇଂରାଜୀର ବି ମଜାକ ଉଡ଼ାଇବା ଆରମ୍ଭ କରିଦେଇଛନ୍ତି । ଯାହା ପରେ ସେ ଏବେ ନିଜେ ନିଜର କମଜୋରକୁ ନେଇ ମୁହଁ ଖୋଲିଛନ୍ତି ।
୩୨ବର୍ଷୀୟ ରିଜଓ୍ବାନ ଏକ ପ୍ରେସ କନଫ୍ରେନ୍ସ ସମୟରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି କି, ଏହା ମୋ ପାଇଁ କୌଣସି ଫରକ ପକାଏ ନାହିଁ। ମୁଁ ଯେଉଁ ଶବ୍ଦ ଗୁଡ଼ିକ କହୁଛି, ସେଥିରେ ମୁଁ ଗର୍ବିତ। ମୁଁ ଏହା ମୋ ହୃଦୟରୁ କହୁଛି। ମୋ ମନରେ ଯାହା ଆସେ। ମୁଁ ସତ୍ୟ କହୁଛି। ଆଲହାମଦୁଲିଲ୍ଲାହ, ମୁଁ ଇଂରାଜୀ ଜାଣିନାହିଁ। ମୁଁ କୌଣସି ତାଲିମ ପାଇ ନ ଥିବାରୁ ଦୁଃଖିତ। ମୋର ଏତେ ଶିକ୍ଷା ନାହିଁ।