ନୂଆଦିଲ୍ଲୀ: ଏମଏସ ଧୋନିଙ୍କ କ୍ୟାପଟେନ୍ସି ମଧ୍ୟରେ ପ୍ରଥମ ଥର ପାଇଁ ଆଇପିଏଲ ୨୦୨୫ରେ ପଡିଆକୁ ଓହ୍ଲାଇଥିବା ଚେନ୍ନାଇ ସୁପର କିଙ୍ଗ ୯ ୱିକେଟ ହରାଇ ମାତ୍ର ୧୦୩ ରନ ସଂଗ୍ରହ କରିପାରିଛି। କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଚପାକରେ ଖେଳୁଥିବା ଘରୋଇ ଦଳ ୭୯ ରନରେ ୯ ୱିକେଟ ହରାଇ ଦେଇଥିଲା। ଶିବମ ଦୁବେ ୩୧ ରନର ପାରି ଖେଳି ଦଳକୁ ୧୦୦ ପାର କରାଇଥିଲେ।
କୋଲକାତର ସୁନିଲ ନରେନ ୩ଟି ୱିକେଟ ହାସଲ କରିଛନ୍ତି। ବରୁଣ ଚକ୍ରବର୍ତ୍ତୀ ଓ ହର୍ଷିତ ରାଣାଙ୍କୁ ୨-୨ଟି ୱିକେଟ ମିଲିଛି। ଚେନ୍ନାଇ ପକ୍ଷରୁ ବିଜୟ ଶଙ୍କର ଦ୍ୱିତୀୟ ସର୍ବାଧିକ ରନ ସଂଗ୍ରହକାରୀ ଭାବେ ପରିଗଣିତ ହୋଇଛନ୍ତି। ସେ ମୋଟ୍ ୨୯ ରନ ସଂଗ୍ରହ କରୁଛନ୍ତି। ସେହିଭଳି ରାହୁଲ ତ୍ରିପାଠି ମଧ୍ୟ ୧୬ ରନ ସଂଗ୍ରହ କରିଛନ୍ତି। ତେବେ ଅନ୍ୟ ବ୍ୟାଟରମାନେ ୧୫ ରନ ମଧ୍ୟ କରିପାରି ନାହାନ୍ତି।
ସିଏସକେ ଏ ପର୍ଯ୍ୟନ୍ତ ଖେଳିଥିବା ଆଇପିଏଲରେ ଚେପାକ ଗ୍ରାଉଣ୍ଡରେ ସବୁଠୁ କମ ରନ ସଂଗ୍ରହ କରିଛି। ଏହା ପୂର୍ବରୁ ୨୦୧୯ରେ ଦଳ ମୁମ୍ୱାଇ ବିପକ୍ଷରେ ୧୦୯ ରନ ସଂଗ୍ରହ କରିପାରିଥିଲା। ସିଏସକେର ଆଜିଯାଏ ଖେଳିଥିବା ମ୍ୟାଚରେ ସବୁଠୁ କମ ସ୍କୋର ହେଉଛି ୭୯। ଦଳ ୨୦୧୩ରେ ମୁମ୍ୱାଇ ବିପକ୍ଷରେ ଖେଳୁଥିବା ସମୟରେ ଏହି ସର୍ବନିମ୍ନ ରନ ସଂଗ୍ରହ କରିଥିଲା।