ପ୍ରମୂଖ ଖବର

ଆଇପିଏଲ୍ ମଧ୍ୟରେ ଏକ ଆଶ୍ଚର୍ଯ୍ୟକର ଖବର , ଏହି ଫୁଟବଲ ଖେଳାଳିଙ୍କୁ ପ୍ରତି ସପ୍ତାହରେ ମିଳିବ ୪.୫ କୋଟି ଟଙ୍କା

Published By : Prameya | April 11, 2025 4:49 PM

ନୂଆଦିଲ୍ଲୀ : ଗୋଟେ ପଟେ ଭାରତର ପ୍ରଶଂସକ ଆଇପିଏଲ ୨୦୨୫ରେ ମଜ୍ଜି ରହି ଥିବେ ବେଳେ, ଅନ୍ୟପଟେ ଫୁଟବଲ ଜଗତରୁ ଏକ ଆଶ୍ଚର୍ଯ୍ୟତର ଖବର ସାମ୍ନାକୁ ଆସିଛି। ଆମେ କହୁଛୁ ଫୁଟବଲର ମହମ୍ମଦ ସଲାହଙ୍କ କଥା। ଯାହାଙ୍କୁ ଇଂଲିଶ ପ୍ରିମିୟର ଲିଗ୍‌ର କ୍ଲବ୍‌ ଲିଭରପୁଲ ଆଉଥରେ ସାଇନ୍‌ କରିଛି ଏବଂ ଏହି ଖେଳାଳିଙ୍କର ଦରମା ଏମିତି ବଢି ଯାଇଛି ଯେ, ଆପଣ ଜାଣିଲେ ଚକିତ ହୋଇଯିବେ। ମହମ୍ମଦ ସଲାହ ୨୦୧୭ ମସିହାରୁ ଲିଭରପୁଲ ସହ ଅଛନ୍ତି ଏବଂ ଏହି ଖେଳାଳିଙ୍କର ଗତ ଦରମା ସାଢେ ୩ ଲକ୍ଷ ପାଉଣ୍ଡ ଥିଲା , କିନ୍ତୁ ଏବେ ସଦ୍ୟ କଣ୍ଟ୍ରାକ୍ଟ ମୁତାବିକ , ତାଙ୍କର ଦରମା ଆହୁରି ଅଧିକ ବଢି ଯାଇଛି। ମହମ୍ମଦ ସଲାହଙ୍କୁ ବର୍ତ୍ତମାନ ପ୍ରତି ସପ୍ତାହରେ ମିଳିବ ୪ ଲକ୍ଷ ପାଉଣ୍ଡ ଅର୍ଥାତ୍‌ ପାଖାପାଖି ୪.୫ କୋଟି ଟଙ୍କା ମିଳିବାକୁ ଯାଉଛି।

ମହମ୍ମଦ ସଲାହ ଇଜିପ୍ଟର ଜଣେ ଫୁଟବଲ ଖେଳାଳି , ଯିଏକି ଅନେକ ଦିନ ଧରି ଇଂଲିଶ ପ୍ରିମିୟର ଲିଗ୍‌ରେ ଖେଳୁଛନ୍ତି। ଏହି ଖେଳାଳି ଇଟାଲୀର କ୍ଲବ୍‌ ରୋମାକୁ ଛାଡ଼ି ୨୦୧୭ରେ ଲିଭରଫୁଲ ସହ ସାଇନ୍‌ କରିଥିଲେ ଏବଂ ସେବେ ଠାରୁ ସେ ସେଥିରେ ରହି ୧୮୨ ଗୋଲ୍ସ ସ୍କୋର କରି ସାରିଲେଣି। ମହମ୍ମଦ ସଲାହଙ୍କର ଦରମା କେତେ ହେବ ଏହି ଖବର ଜଣେ ବଡ଼ ସାମ୍ୱାଦିକ ଇସ୍ମାଇଲ ମହମ୍ମଦ କହିଛନ୍ତି। ସେ ଦାବି ପୂର୍ବକ ଜଣାଇଛନ୍ତି ଯେ , ଏହି ଖେଳାଳିଙ୍କର ପ୍ରତି ସପ୍ତାହର ଦରମାରେ ୧୨.୫ ପ୍ରତିଶତର ବୃଦ୍ଧି ହୋଇଛି। ଅର୍ଥ ସଲାହ ଏବେ ପ୍ରତି ସପ୍ତାହରେ ୪ ଲକ୍ଷ ପାଉଣ୍ଡ ପାଇବାକୁ ଯାଉଛନ୍ତି।

ମହମ୍ମଦ ସଲାହ କିଏ ?

ମହମ୍ମଦ ସଲାହ ଇଜିପ୍ଟର ଜଣେ ପେଶାଦାର ଫୁଟବଲର , ଯିଏ ଲିଭରପୁଲ ପାଇଁ ରାଇଟ୍‌ ୱିଙ୍ଗର ବା ଫରୱାର୍ଡ ଭାବେ ଖେଳିଥାନ୍ତି। ଏହି ଖେଳାଳି ଇଜିପ୍ଟର କ୍ୟାପଟେନ ମଧ୍ୟ ଅଛନ୍ତି। ସଲାହଙ୍କୁ ନିଜ ପିଢିର ଜଣେ ସର୍ବଶ୍ରେଷ୍ଠ ଖେଳାଳି ଭାବେ ମନେକରାଯାଏ । ସେ ଆଫ୍ରିକାର ସର୍ବକାଳୀନ ମହାନତମ ଫୁଟବଲରଙ୍କ ମଧ୍ୟରେ ଜଣେ ଏବଂ ଫୁଟବଲ ଇତିହାସର ସବୁଠୁ ଭଲ ୱିଙ୍ଗର୍ସଙ୍କ ମଧ୍ୟରେ ଗଣାଯାନ୍ତି। ସଲାହ ନିଜର ଫିନିଶିଂ, ଡ୍ରିବ୍ଲିଂଗ , ସ୍ପିଡ୍‌ ଓ ପ୍ଲେମେକିଂ ଦକ୍ଷତା ପାଇଁ ଖୁବ୍‌ ଜଣାଶୁଣା । ବଡ଼ କଥା ଏହା ଯେ, ସଲାହ ଏକ ମିଡିଲ କ୍ଲାସ୍‌ ଫ୍ୟାମିଲରୁ ଆସିଛନ୍ତି, ତାଙ୍କର ପିତା ଜଣେ ସାଧାରଣ ସରକାରୀ କର୍ମଚାରୀ ଥିଲେ ଏବଂ ମାଆ ହାଉସ୍‌ୱାଇଫ୍‌ ଅଛନ୍ତି। କିନ୍ତୁ ସଲାହ ନିଜର ପରିଶ୍ରମ ବଳରେ ଲିଭରଫୁଲ୍ ଫୁଟବଲ୍‌ କ୍ଲବ୍‌ର ଇତିହାସରେ ସବୁଠୁ ଅଧିକ ଦରମା ହାସଲ କରିଥିବା ଖେଳାଳି ହେବାକୁ ଯାଉଛନ୍ତି।                               

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.