ନୂଆଦିଲ୍ଲୀ: ଲକ୍ଷ୍ନୋ ସୁପର ଜିଆଣ୍ଟ, ଗୁଜୁରାଟ ଟାଇଟାନ୍ସକୁ ୬ ୱିକେଟରେ ପରାସ୍ତ କରିଛି। ଏକାନା ଷ୍ଟାଡିୟମରେ ୬ ଟି ୱିକେଟ୍ ହରାଇ ଗୁଜୁରାଟ ୧୮୦ରନ୍ ସଂଗ୍ରହ କରିଥିଲା। ଲକ୍ଷ୍ନୋ ୨୦ ଓଭରରେ ମାତ୍ର ୪ ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରିନେଇଥିଲା। ନିକୋଲାସ ପୁରାନ୍ ୬୧ ଏବଂ ଆଡେନ ମାର୍କ୍ରାମ ୫୮ ରନ ସ୍କୋର କରିଥିଲେ। ଶାର୍ଦ୍ଦୁଲ ଠାକୁର ଏବଂ ରବି ବିଷ୍ଣୁ ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ।
ଗୁଜୁରାଟ ପାଇଁ ସାଇ ସୁଦର୍ଶନ ୫୮ ଓ ଅଧିନାୟକ ଶୁଭମାନ ଗିଲ ୬୦ ରନ ସ୍କୋର କରିଥିଲେ। ପ୍ରସାଦ କୃଷ୍ଣା ୨ଟି ୱିକେଟ୍ ନେଇଥିଲେ। ଲକ୍ଷ୍ନୋ ୬ ଟି ମ୍ୟାଚରେ ଚତୁର୍ଥ ବିଜୟ ହାସଲ କରିଛି | ଯେଉଁଠାରେ ଗୁଜୁରାଟ କ୍ରମାଗତ ଚାରିଟି ବିଜୟ ପରେ ଏହି ମ୍ୟାଚ୍ ରେ ପରାଜୟ ବରଣ କରିଛି। ଉଭୟ ଦଳ ଚଳିତ ଆଇପିଏଲ ସ୍କୋରବୋର୍ଡରେ ୮-୮ ପଏଣ୍ଟ ହାସଲ କରିଛନ୍ତି।