ନୂଆଦିଲ୍ଲୀ,୧୨/୦୪: ଆଉ କିଛି ସମୟ ପରେ ଲକ୍ଷ୍ନୌ ସୁପରଜାଏଣ୍ଟସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଏକ ଆଇପିଏଲ ମ୍ୟାଚ ଖେଳାଯିବ । ଏହା ପୂର୍ବରୁ ଟାଇଟନ୍ସକୁ ବଡ଼ ଝଟକା ଲାଗିଛି । ଆହତ ପାଇଁ ଦଳରୁ ବାଦ ପଡ଼ିଛନ୍ତି ଷ୍ଟାର ପ୍ଲେୟାର ଗ୍ଲେନ ଫିଲିପ୍ସ । ଲକ୍ଷ୍ନୌ ବିପକ୍ଷ ମ୍ୟାଚ ପୂର୍ବରୁ ଟେବୁଲ ଟପର ଗୁଜରାଟ ଟେନସନରେ ପଡ଼ିଯାଇଛି । ଫିଲିପ୍ସଙ୍କ ସ୍ଥାନରେ ଦଳରେ କେଉଁ ଖେଳାଳିଙ୍କୁ ସାମିଲ କରାଯିବ ତାହା ଜଣାପଡ଼ିନାହିଁ ।
ଟାଇଟନ୍ସର ଅଲରାଉଣ୍ଡର ଖେଳାଳି ଗ୍ଲେନ ଫିଲିପ୍ସ ଆହତ ପାଇଁ ଆଇପିଏଲରୁ ବାଦ୍ ପଡ଼ିଛନ୍ତି । ଗତ ୬ ତାରିଖରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲା । ତାଙ୍କ ଜଙ୍ଘରେ ଆଘାତ ଲାଗିଥିଲା । ସୁସ୍ଥ ନ ହେବା କାରଣରୁ ସେ ଆଇପିଏଲରେ ଆଗାମୀ ମ୍ୟାଚରୁ ବାଦ ପଡ଼ିଛନ୍ତି । କ୍ୱିୱି ଦଳର ଏହି ଅଲରାଉଣ୍ଡର ଆଇପିଏଲରେ ମୋଟ୍ ୮ଟି ମ୍ୟାଚ ଖେଳିଛନ୍ତି । ୨୦୨୧ରେ ଆଇପିଏଲରେ ଡେବ୍ୟୁ କରିଥିଲେ । ଚଳିତ ସିଜିନ୍ରେ ମାତ୍ର ୩ଟି ମ୍ୟାଚ ଖେଳିଛନ୍ତି । ୨୦୨୩ରେ ୫ଟି ମ୍ୟାଚ ଖେଳିଥିଲେ । ଗ୍ଲେନ ଫିଲିପ୍ସ ଗୁଜରାଟର ଦ୍ୱିତୀୟ ଖେଳାଳି ଭାବେ ଦଳରୁ ବାଦ୍ ପଡ଼ିଛନ୍ତି । ଏହା ପୂର୍ବରୁ କାଗିସୋ ରାବାଡ଼ା ବ୍ୟକ୍ତିଗତ କାରଣ ପାଇଁ ପ୍ରଥମେ ସ୍ୱଦେଶ ଫେରିଥିଲେ ।
ଏହା ବି ପଢ଼ନ୍ତୁ...IPL 2025: ଆଜି ସୁପରଜାଏଣ୍ଟ୍ସ - ଟାଇଟନ୍ସ ଟକ୍କର, ସ୍ପିନରଙ୍କୁ ସୁହାଇବ କଳା ମାଟି ପିଚ୍
ଶୁବମନ୍ ଗିଲଙ୍କ ନେତୃତ୍ୱରେ ଗୁଜରାଟ ଟାଇଟନ୍ସ ଚଳିତ ଆଇପିଏଲରେ ଭଲ ପ୍ରଦର୍ଶନ କରିଛି । ଦଳ ଏଯାବତ୍ ୫ଟି ମ୍ୟାଚ ଖେଳି ୪ଟି ଜିତିଛି । ୮ ପଏଣ୍ଟ ସହ ଟେବୁଲ ଶୀର୍ଷରେ ରହିଛି ଗୁଜରାଟ । ଆଜି ଲକ୍ଷ୍ନୌ ବିପକ୍ଷରେ ଦଳ ତାର ଷଷ୍ଠ ମୁକାବିଲା ଖେଳିବ । ଗ୍ଲେନ ଫିଲିପ୍ସଙ୍କ ଅନୁପସ୍ଥିତି ଦଳ ପାଇଁ ଚିନ୍ତାର କାରଣ ହୋଇଛି । ତଥାପି ଦଳ ଭଲ ପ୍ରଦର୍ଶନ କରିବାକୁ ପ୍ରୟାସ କରିବ ।