ନୂଆଦିଲ୍ଲୀ: ଆଇପିଏଲର ୨୬ତମ ମ୍ୟାଚରେ ଆଜି ଗୁଜୁରାଟ ଟାଇଟନ୍ସ(ଜିଟି) ଓ ଲକ୍ଷ୍ନୋ ସୁପର ଜିଆଣ୍ଟ(ଏଲ୍ଏସଜି) ସମ୍ନାସାମ୍ନି ହୋଇଛନ୍ତି। ଏହି ମ୍ୟାଚ୍ ରେ ଜିଟି, ଏଲ୍ଏସଜିକୁ ୧୮୧ ରନର ଟାର୍ଗେଟ ଦେଇଛି। ଇକାନା ଷ୍ଟାଡିୟମରେ କେଳାଯାଉଥିବା ଏହି ମ୍ୟାଚ୍ ରେ ଏଲ୍ଏସଜି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଶନିବାର ହୋଇଥିବା ଏହି ମ୍ୟାଚ୍ ରେ ଜିଟି ୨୦ ଓଭରରେ ୬ ୱିକେଟ ହରାଇ ୧୮୦ ରନ ସଂଗ୍ରହ କରିଥିଲା।
ଗୁଜୁରାଟ ପକ୍ଷରୁ ଶୁଭନମ ଗିଲ ଓ ସାଇ ସୁଦର୍ଶନ ଉଭୟେ ଅର୍ଦ୍ଧଶତକ ମାରିଥିଲେ। କ୍ୟପଟେନ ଗିଲ ୬୦ ରନ ଓ ସାଇ ସୁଦର୍ଶନ ୫୬ ରନର ପାରି ଖେଳିଥିଲେ। ଲକ୍ଷ୍ନୋ ତରଫରୁ ରବି ବିଶ୍ରୋଇ ଓ ଶାର୍ଦ୍ଦୁଲ ଠାକୁର ୨-୨ଟି ୱିକେଟ ହାସଲ କରିଛନ୍ତି। ଅଗ୍ବେଶ ଖାନ ଓ ଦିଗ୍ବେସ ରାଠିଙ୍କୁ ୧-୧ଟି ୱିକେଟ ହାତେଇଛନ୍ତି।
ଆଜିର ଦ୍ୱିତିୟ ମୁକାବିଲାରେ ସନ ରାଇଜର୍ସ ହାଇଦ୍ରାବାଦ(ଏସଆରଏଚ୍)ର ସାମ୍ନା ପଞ୍ଜାବ କିଙ୍ଗସ୍(ପିବିକେଏସ୍) ସହ ରାଜୀବଗାନ୍ଧୀ ଷ୍ଟାଡିୟମରେ ହବାର କାର୍ଯ୍ୟକ୍ରମ ରହିଛି।