ପ୍ରମୂଖ ଖବର
  • କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ହତ୍ୟା ଧମକ, ନିକଟରେ ଯୋଗ ଦେଇଛନ୍ତି କଂଗ୍ରେସ ଦଳରେ…
  • ||
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

କଂ​‌ଗ୍ରେସ ପକ୍ଷରୁ ହରିୟାଣା ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି ବଜରଙ୍ଗ ଓ ଭିନେଶ, ରାହୁଲଙ୍କୁ ଭେଟିବା ପରେ ବଢିଲା ଚର୍ଚ୍ଚା

ନୂଆଦିଲ୍ଳୀ,୪।୯:  କୁସ୍ତି ମୈଦାନ ପରେ ଏବେ ନିର୍ବାଚନୀ ମୈଦାନରେ ନିଜର ଦମ୍‌  ଦେଖାଇବେ ଷ୍ଟାର୍‌ ରେସଲର୍‌ ବଜରଙ୍ଗ ପୁନିଆ ଓ ଭିନେଶ ଫୋଗାଟ୍‌।। ଦୁହିଁଙ୍କୁ କଂଗ୍ରେସ ପକ୍ଷରୁ ଟିକେଟ ମିଳିପାରେ। ଭିନେଶ ଓ ବଜରଙ୍ଗ ବୁଧବାର କଂଗ୍ରେସ ଲିଡର ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। ଏହାଛଡା ପାର୍ଟି ମହାସଚିବ କେସି ବେଣୁଗୋପାଳଙ୍କ ସହ ମଧ୍ୟ ଦୁହିଁଙ୍କର ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା। କଂଗ୍ରେସ ସୁତ୍ରର କହିବା ଅନୁସାରେ ପାର୍ଟି ଦୁହିଁଙ୍କୁ ନିର୍ବାଚନରେ ଓହ୍ଲାଇବାର ମନ ବଳାଇ ସାରିଛି। ଦୁହେଁ ସ୍ପୋର୍ଟସ୍ କୋଟାରେ ସରକାରୀ ଚାକିରୀରେ ଅଛନ୍ତି, ଯେଉଁଥିରୁ ଆଜି ଇସ୍ତଫା ଦେଇପାରନ୍ତି। ସୁତ୍ରର କହିବା ଅନୁସାରେ, ଭୂପିନ୍ଦର ସିଂହ ହୁଡା ଖେମା ମଧ୍ୟ ଦୁଇ ଖେଳାଳିଙ୍କୁ ନିର୍ବାଚନରେ ଓହ୍ଲାଇବାର ପ୍ରସ୍ତୁତି ରହିଛି, ଯାହାକି ହରିୟାଣା କଂଗ୍ରେସର ସବୁଠାରୁ ବଡ ମଜବୁତ ଗୟୁପ୍ ବୋଲି ମନେ କରାଯାଇଛି। 

ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆଙ୍କ ସହ ରାହୁଲ ଗାନ୍ଧୀଙ୍କ ସାକ୍ଷାତର ଫଟୋ କଂଗ୍ରେସ ଆଜି ସେୟାର କରିଥିଲ। ଏହାପରେ ଦୁହେଁ କେସି ବେଣୁାଗାପାଳଙ୍କୁ ମଧ୍ୟ ଭେଟିବାକୁ ପହଁଞ୍ଚିଥିଲେ ଭିନେଶ ଫୋଗାଟ, ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲିକ ଭାରତୀୟ କୁସ୍ତୀ ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଦୀର୍ଘ ସମୟ ଧରି ଆନ୍ଦୋଳନ କରିଥିଲେ। ଏହି ଖେଳାଳି ଜନ୍ତରମନ୍ତରରେ ବସିଥିଲେ ଓ ବିଜେପି ସାଂସଦ ଥିବା ବ୍ରିଜଭୂଷଣଙ୍କ ଉପରେ ଅଭିଯୋଗ କରିଥିଲେ ଯେ, ସେମାନେ ମହିଳା ରେସଲରଙ୍କ ଯୌନ ଶୋଷଣ କରିଛନ୍ତି। ପ୍ରାୟ ଏକ ମାସ ଧରି ପ୍ରଦର୍ଶନ ପରେ ଗୃହମନ୍ତ୍ରୀ ମହିତ ଶାହଙ୍କ ଆଶ୍ବାସନାରେ ଏହି ଦୁଇ ଖେଳାଳି ଆନ୍ଦୋଳନ ଶେଷ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.